Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ଜମିରେ ଘର ନିର୍ମାଣକୁ ନେଇ ତହସିଲ୍‌ଦାର୍ ଓ ଆର୍‌ଆଇକୁ ଘେରିଲେ ଆଦିବାସୀ
ଆଜିର ଖବର

ସରକାରୀ ଜମିରେ ଘର ନିର୍ମାଣକୁ ନେଇ ତହସିଲ୍‌ଦାର୍ ଓ ଆର୍‌ଆଇକୁ ଘେରିଲେ ଆଦିବାସୀ

November 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ପାଇକମାଳ ଗ୍ରାମ ନିକଟରେ ସରକାରୀ ଜମିରେ ବେଆଇନ୍ ଘର ନିର୍ମାଣ କରି ରହୁଥିବା ୩ ପରିବାରର ଘରକୁ ପ୍ରଶାସନ ଜେସିବି ମାଧ୍ୟମରେ ଭାଙ୍ଗିଦେଇଛି। ଯାହାକୁ ନେଇ ଆଜି ଅଂଚଳର ଆଦିବାସୀମାନେ ଡଇଁଚା ଆର୍ ଆଇ ଅଫିସ୍ ଘେରିବା ସହ ନାକଟିଦେଉଳ ତହସିଲଦାରଙ୍କୁ ଘେରିଥିଲେ। ଏପରିକି ତହସିଲଦାରଙ୍କୁ ୨ କିମି ବାଟ ଚଲାଇ ଚଲାଇ ନେଇଥିବା ଜଣା ପଡିଛି।

ନାକଟିଦେଉଳ ତହସିଲ୍‌ଦାର୍ ସୁକାନ୍ତ ନାଏକଙ୍କ ଠାରୁ ପ୍ରକାଶ ଯେ, ନାକଟିଦେଉଳ ତହସିଲ୍ ଅନ୍ତର୍ଗତ ଡଇଁଚା ଗ୍ରାମପଂଚାୟତର ପାଇକମାଳ ଗ୍ରାମ ନିକଟସ୍ଥ କେନ୍ଦୁଛକ ଠାରେ ଥିବା ପ୍ଲଟ୍ ନମ୍ବର ୪୨୯ (ପି) ଖାତାନଂ ୫୭ ରେ ଗ୍ରାମର ତାରସିଲା କିସ୍ପଟା. ଆମିତ୍ କିସ୍ପଟା ଓ ପ୍ରଦୀପ୍ କିସ୍ପଟା ବେଆଇନ୍ ଭାବରେ ଘର କରି ଏକ ବର୍ଷ ହେଲା ରହିଆସୁଥିଲେ। ସେମାନଙ୍କୁ ମଧ୍ୟ ପୂର୍ବରୁ ସେଠାରୁ ହଟିଯିବା ପାଇଁ ପ୍ରଶାସନ କହିଥିଲା। ଏପରିକି ନୋଟିସ୍ ମଧ୍ୟ ଦେବା ପାଇଁ ତହସିଲ୍ କର୍ମଚାରୀ ଆସିଥିବା ବେଳେ ଜବର ଦଖଲ କରିଥିବା ପରିବାର ନୋଟିସ୍ କୁ ଗ୍ରହଣ କରି ନ ଥିଲେ। ହେଲେ ସେଇ ବ୍ୟକ୍ତି ମାନେ ନ ହଟିବାରୁ ନାକଟିଦେଉଳ ତହସିଲ୍‌ଦାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ପ୍ରଶାସନ, ଅତିରିକ୍ତ ତହସିଲ୍‌ଦାର୍, ତହସିଲ୍ ଅମିନ ଆଦି ସେଇ ଜବର ଦଖଲକାରୀଙ୍କ ଘରକୁ ଗତ ତା ୧୮/୧୧/୨୦୨୨ ରେ ଭାଙ୍ଗିଦେଇଥିଲେ।

ଏ ସଂପର୍କରେ ପୂର୍ବରୁ ଅଂଚଳବାସୀ ତହସିଲ୍‌ଦାର ନାକଟିଦେଉଳଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ। କୌଣସି ପ୍ରକାର ଗଣ୍ଡଗୋଳ ନ ହେବା ପାଇଁ ପୋଲିସ୍ ମଧ୍ୟ ଉପସ୍ଥିତ ଥିଲା। ଯେଉଁମାନଙ୍କର ଘରକୁ ପ୍ରଶାସନ ଭାଙ୍ଗିଲା ସେଇ ଗ୍ରାମରେ ନିଜର ଘର ମଧ୍ୟ ରହିଛି। ପୂର୍ବରୁ ସେଇ ଜମିରେ ବନବିଭାଗ ଗଛ ରୋପଣ ମଧ୍ୟ କରିଥିଲା। ହେଲେ ସେ ଗଛଗୁଡିକ ନଷ୍ଟ କରି ଦିଆଯାଇଥିଲା। ସରକାରୀ ଜମିକୁ ଅକ୍ତିଆର କରିବା ପାଇଁ ସେଇ ବ୍ୟକ୍ତିମାନେ ସେଠାରେ ଅସ୍ଥାୟୀ ଘର କରି ରହୁଥିଲେ। ସେମାନେ ଆମକୁ ସେଇ ଯାଗା ବଦଳରେ ଅନ୍ୟ ଏକ ସ୍ଥାନରେ ଜାଗା ଦେବାକୁ ଅଡି ବସିଥିଲେ। ଆଦିବାସୀମାନେ ନ ବୁଝିବାରୁ ସେମାନଙ୍କୁ କିଛି ଯାଗା ଦିଆଯିବାକୁ ପ୍ରତିଶୃତି ଦେଇଥିଲେ। ଘଟଣା ସ୍ଥଳରେ ରେଢାଖୋଲ ଥାନାଧିକାରୀ, ଏସ୍‌ଡିପିଓ ତଥା ପୋଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଦୀର୍ଘ ୪ ଘଂଟାକାଳ ପ୍ରଶାସନ ନାକେଦମ୍ ହୋଇ ପଡିଥିଲା। ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କ ଠାରୁ ପ୍ରକାଶ ଯେ, ତଣ୍ଡାବିରା ଛକ ନିକଟରେ ଥିବା ପ୍ରାୟ ଦଶ ଏକର ସରକାରୀ ଜମି ରହିଛି। ସରକାରଙ୍କ ନିୟମ ଅନୁଯାୟୀ ସେଇ ସଂରକ୍ଷିତ ଜମିକୁ ରଖାଯାଇଛି। ସେଇ ଜାଗାରେ କେହି ଘର କରି ରହିପାରିବେ ନାହିଁ ବୋଲି ବିଡିଓ ପ୍ରକାଶ କରିଛନ୍ତି। ପାଚେରୀ ନିର୍ମାଣ ପାଇଁ ମଧ୍ୟ ଟଙ୍କା ମଂଜୁର ହୋଇସାରିଥିବା ଜଣା ପଡିଛି। ସେଇ ଜମିକୁ ଆଦିବାସୀ ପରିବାର ଘର ତିଆରି କରି ରହିଲେ ଆଗକୁ ଏ ଅଂଚଳର ଲୋକମାନେ ଆନ୍ଦୋଳନ କରିବେ ବୋଲି ଜଣା ପଡିଛି।

ଘର ନିର୍ମାଣ ସମ୍ବଲପୁର ଜିଲ୍ଲା ସରକାରୀ ଜମି
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.