ଭାରତରେ ମୋଦୀଙ୍କ ନେତୃତ୍ବକୁ ବିପୁଳ ସମର୍ଥନ ମିଳିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅଭିନନ୍ଦନ କରିଛନ୍ତି। ଟେଲିଫୋନ ଯୋଗେ ଟ୍ରମ୍ପ ମୋଦୀଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି। ମୋଦୀ ଜଣେ ଦକ୍ଷ ନେତା ଏବଂ ଭାରତର ଶାସନ ଭାର ପୁଣି ଥରେ ଭାରତବାସୀ ଦେଇଥିବାରୁ ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି। ଭାରତବାସୀ ମୋଦୀଙ୍କ ପରି ଜଣେ ପ୍ରଧାନମନ୍ତ୍ରୀ ପାଇଛନ୍ତି ତାହା ବଡ କଥା ବୋଲି ଟ୍ରମ୍ପ ଟୁଇଟ କରିଛନ୍ତି। ଆସନ୍ତା ଜୁନ ମାସରେ ଜାପାନରେ ହେବାକୁ ଥିବା ଜି20 ସମ୍ମିଳନୀରେ ସାକ୍ଷାତ ହେବ ବୋଲି ମୋଦୀଙ୍କୁ ଟ୍ରମ୍ପ ପ୍ରତିଶୃତି ଦେଇଛନ୍ତି। ଏଥିସହିତ ଦୁଇ ଦେଶ ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା ସହିତ ମିଳିମିଶି ଉନ୍ନୟନ କାର୍ଯ୍ୟ କରିବା ବୋଲି ଟ୍ରମ୍ପ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏପରି ଅଭିନନ୍ଦନ ପାଇଁ ତାଙ୍କୁ ମୋଦୀ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ମୋଦୀ କହିଛନ୍ତି ଯେ, ଭାରତବାସୀ ପୁଣି ଥରେ ତାଙ୍କୁ ବିପୁଳ ଭୋଟରେ ବିଜୟ କରିଥିବାରୁ ଦାୟିତ୍ବ ବଢିଯାଇଛି। ଏପରି ବିଜୟରେ ଦେଶବିଦେଶରୁ ଆସୁଥିବା ଅଭିନନ୍ଦନ ତାଙ୍କୁ ବେଶ୍ ଉତ୍ସାହିତ କରିଛି।