ଶିଳ୍ପ ବିଭାଗରେ ସମ୍ବିଧାନ ଦିବସ ପାଳନ

Published: Nov 26, 2022, 5:48 pm IST

ଭୁବନେଶ୍ୱର: ନଭେମ୍ବର ୨୬ ତାରିଖକୁ ସମଗ୍ର ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ସମ୍ବିଧାନ ହେଉଛି ଆତ୍ମା। ଏହା ଏକ ଜୀବନ୍ତ ଦସ୍ତାବିଜ୍‌। ଜାତି, ବର୍ଣ୍ଣ, ଧର୍ମ, ଭାଷା, ସଂସ୍କୃତି ନିର୍ବିଶେଷରେ ସମଗ୍ର ଭାରତ ବର୍ଷକୁ ଐକ୍ୟ ଏବଂ ସଂହତି ମଧ୍ୟରେ ବାନ୍ଧି ରଖିବାରେ ସମ୍ବିଧାନର ଭୂମିକା ରହିଥିବା କର୍ମଚାରୀମାନଙ୍କୁ ଅବଗତ କରାଯାଇଥିଲା।

ଏହି ଅବସରରେ ସମ୍ବିଧାନର ପ୍ରସ୍ତାବନାକୁ ଶପଥପାଠ ଭାବେ ସମସ୍ତ କର୍ମଚାରୀ ପଠନ କରିଥିଲେ। ଏହାକୁ ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଶ୍ରୀ ରାଜେନ୍ଦ୍ର ନାରାୟଣ ଜେନା ପରିଚାଳନା କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପଶାସନ ସଚିବ ଶ୍ରୀ ଶୈଳେନ୍ଦ୍ର ନାରାୟଣ ନାୟକ, କୁମୁଦ ଚନ୍ଦ୍ର ସାହୁ, କେଶବ ଚନ୍ଦ୍ର ସାହୁ ଓ ଅନ୍ୟସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Related posts