ସରକାରଙ୍କ ବଡ ଘୋଷଣା, ଏଣିକି ୪୫୦ ପ୍ରକାରର ଡାକ୍ତରୀ ପରୀକ୍ଷା ପୁରା ମାଗଣା

Published: Dec 13, 2022, 3:08 pm IST

ନୂଆଦିଲ୍ଲୀ: ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ଏଣିକି ରାଜ୍ୟର ୪୫୦ ପ୍ରକାରର ଡାକ୍ତରୀ ପରୀକ୍ଷା ମାଗଣା କରାଯିବ। ଏହା ଆସନ୍ତା ଜାନୁଆରୀ ୧ ରୁ ଆରମ୍ଭ ହେବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।

ଦିଲ୍ଲୀର ସମସ୍ତ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫୦ ପ୍ରକାରର ଡାକ୍ତରୀ ପରୀକ୍ଷା ମାଗଣାରେ ପ୍ରଦାନ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଏହି ପଦକ୍ଷେପ ଘରୋଇ ସ୍ୱାସ୍ଥ୍ୟସେବାରେ ଅସମର୍ଥ ଲୋକଙ୍କୁ ସାହାଯ୍ୟ କରିବ।

ବର୍ତ୍ତମାନ ଦିଲ୍ଲୀ ସରକାର ୨୧୨ ପ୍ରକାରର ଡାକ୍ତରୀ ପରୀକ୍ଷା ମାଗଣାରେ ପ୍ରଦାନ କରାଯାଉଥିବା ବେଳେ ଏବେ ଏହାର ସଂଖ୍ୟା ୪୫୦ ହେବ। ଡାକ୍ତରଖାନା ଏବଂ ମୋହଲା କ୍ଲିନିକରେ ୨୩୮ ଟି ପରୀକ୍ଷା ମାଗଣାରେ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅନୁମୋଦନ କରିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ଆର୍ଥିକ ସ୍ଥିତି ନିର୍ବିଶେଷରେ ସମସ୍ତଙ୍କୁ ଉତ୍ତମ ଗୁଣାତ୍ମକ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ରଦାନ କରିବା ତାଙ୍କ ସରକାରଙ୍କ କାର୍ଯ୍ୟ। ବର୍ତ୍ତମାନ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ମହଙ୍ଗା ହୋଇଛି। ଅନେକ ଲୋକ ଘରୋଇ ସ୍ୱାସ୍ଥ୍ୟସେବାକୁ ଗ୍ରହଣ କରି ପାରିବେ ନାହିଁ। ସେଥିପାଇଁ ଏହି ପଦକ୍ଷେପ ଏହିପରି ସମସ୍ତ ଲୋକଙ୍କୁ ସାହାଯ୍ୟ କରିବ ବୋଲି କେଜ୍ରିୱାଲ କହିଛନ୍ତି।

Related posts