Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ରହିବ ସ୍ୱତନ୍ତ୍ର ଷ୍ଟାର୍ଟଅପ୍‌ ନୀତି
ଆଜିର ଖବର

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ରହିବ ସ୍ୱତନ୍ତ୍ର ଷ୍ଟାର୍ଟଅପ୍‌ ନୀତି

December 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ରହିବ ସ୍ୱତନ୍ତ୍ର ଷ୍ଟାର୍ଟଅପ୍‌ ନୀତି

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଗବେଷଣାଜନିତ ଉପଲବ୍ଧ ଜ୍ଞାନକୁ କିଭଳି ବଜାର ଉପଯୋଗୀ କରାଯାଇପାରିବ, ସେ ବିଷୟରେ ଆଲୋଚନା କରିବା ପାଇଁ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗବେଷକମାନେ ଅତି ଉଚ୍ଚକୋଟୀର ଗବେଷଣା ପ୍ରବନ୍ଧ ପ୍ରସ୍ତୁତ କରିଆସୁଛନ୍ତି । କିନ୍ତୁ ଏହି ଜ୍ଞାନର ବ୍ୟବହାରିକତା ନିମନ୍ତେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ। ଏହା ମଧ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣାକୁ ତ୍ୱରାନ୍ୱିତ କରିବା ସହ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବାରେ ସହାୟକ ହେବ।

ଏଥି ପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। କେଉଁ କେଉଁ ସୋପାନ ଦେଇ ଗଲେ ସେମାନେ ଇନ୍‌କୁ୍ୟବେସନ୍‌ ସେଣ୍ଟରର ସହାୟତାରେ ସେମାନଙ୍କର ଉପଲବ୍ଧ ଜ୍ଞାନକୌଶଳ ପ୍ରୟୋଗ କରି ଏହାକୁ ବଜାର ଉପଯୋଗୀ କରିପାରିବେ, ସେଥିପାଇଁ ଅଧ୍ୟାପନା ମଣ୍ଡଳୀ, ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ ଚିଠା ‘ଷ୍ଟାର୍ଟଅପ୍‌ ପଲିସି’ ପ୍ରସ୍ତୁତ କରାଯିବା ଉପରେ ମଧ୍ୟ ବିଷଦ ଆଲୋଚନା ହୋଇଥିଲା।

ଷ୍ଟାର୍ଟଅପ୍‌ ଓଡ଼ିଶାର ଅଧ୍ୟକ୍ଷ ଡ. ଓମ୍‌କାର ରାଏ ଏବଂ ଫ୍ରଷ୍ଟ ଓ ସୁଲିଭାନ୍‌ର ଏକ୍‌ଜିକୁଟିଭ୍‌ ବୋର୍ଡ ସଦସ୍ୟ ଡ. ସୁଧାଂଶୁ ଦାଶ ଏ ଦିଗରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ଏବଂ ପରବର୍ତ୍ତୀ ଆଲୋଚନା ଜାରି ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଉପସ୍ଥିତ ରହି ଓଡ଼ିଶାରେ ଉଚ୍ଚଶିକ୍ଷାରେ ଗବେଷଣାର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା କରିଥିଲେ।

ଏଥିରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତି ଏବଂ ଉଚ୍ଚଶିକ୍ଷା ବିଭାଗ ଓ ପରିଷଦର ଅନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ। ଶେଷରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବୀରେନ୍ଦ୍ର କୋରକୋରା ଧନ୍ୟବାଦ ଅର୍ପଣ କରିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026
Latest News

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.