Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ବ୍ରାଉନ ସୁଗାର ବେପାର, ଚାରି ନିଶା ବେପାରୀ ଗିରଫ
ଆଜିର ଖବର

ଖୋର୍ଦ୍ଧାରେ ବ୍ରାଉନ ସୁଗାର ବେପାର, ଚାରି ନିଶା ବେପାରୀ ଗିରଫ

December 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
KhordhaDrug
ଖୋର୍ଦ୍ଧାରେ ବ୍ରାଉନ ସୁଗାର କାରବାର, ବିଭିନ୍ନ ସ୍ଥାନରେ ଚଢ଼ାଉ, ଚାରି ନିଶା ବେପାରୀ ଗିରଫ

ଖୋର୍ଦ୍ଧା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ହୁ ହୁ ହୋଇ ବଢୁଥିବା ବେଳେ ପ୍ରତିଦିନ ପୋଲିସ ଏବଂ ଅବକାରୀ ଚଢ଼ାଉ ଜାରି ରଖିଛି । ତେବେ ଆଜି ଗୋଟାଏ ଦିନରେ ବାଘମାରି, ଜଙ୍କିଆ ଏବଂ ଟାଉନ ଥାନା ଅଞ୍ଚଳରୁ ୩ ଗୋଟି ବ୍ରାଉନ ସୁଗାର କେସ ଠାବ କରିଛି ପୋଲିସ ।

ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଙ୍କ ତତ୍ୱାବଧାନ ଉକ୍ତ ୩ ଥାନା ଅଞ୍ଚଳରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ୪ ଜଣ ନିଶା ବେପାରି ଗିରଫ ହୋଇଛନ୍ତି । ବାଘମାରି ଥାନା ଅଟ୍ରି ପଡିଆ ନିକଟରୁ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଅଭିଯୁକ୍ତ କାହ୍ନା ନାୟକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୩.୦୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ।

ସେହିପରି ଭାବେ ଜଙ୍କିଆ ଥାନା ଛଣଗିରି ଖେଳପଡିଆ ନିକଟସ୍ଥ ଏକ ବିଶ୍ରାମଗୃହ ରୁ ଆଇଆଇସି ଅନିତା ସାହୁ ଅଭିଯୁକ୍ତ ବବଲୁ ନାୟକ(୨୨) ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୧.୯୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ସେହିପରି ଭାବେ ଟାଉନ ଥାନା ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ ନିକଟରୁ ଆଇଆଇସି ତାରିକ ଅହମଦ ଦୁଇ ଅଭିଯୁକ୍ତ ସଞ୍ଜୟ କୁମାର ସାହୁ (୨୭) ଏବଂ ରବୀନ୍ଦ୍ର ବେହେରା(୨୦) ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ।

ତେବେ ସମସ୍ତ ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୭ ଲକ୍ଷ ୬୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ସମସ୍ତ ଚାରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ଖୋର୍ଦ୍ଧା ପୋଲିସ ଖୋର୍ଦ୍ଧାରେ ବ୍ରାଉନ ସୁଗାର ବ୍ରାଉନ ସୁଗାର କାରବାର ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026
Latest News

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.