Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବି ପତ୍ର
ଆଜିର ଖବର

ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବି ପତ୍ର

December 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସାମ୍ପ୍ରତିକ ପରିସ୍ଥିତିରେ ଜୁନାଗଡ ବ୍ଲକ ରେ ନିର୍ଦ୍ଧିଷ୍ଟ ଗୋଷ୍ଠୀ କୁ ପ୍ରାଧାନ୍ୟ ଦିଆଯାଇ ପ୍ରବଳ ପିସି କାରବାର କରାଯାଇ ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ସହିତ ମଣ୍ଡିରେ ଚାଷୀ ହଇରାଣ ହେଉଥିବା ଆଦି ବିଭିନ୍ନ ସମସ୍ୟାଗୁଡିକର ତୁରନ୍ତ ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବିପତ୍ର ଦିଆଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଓ ଜିଲ୍ଲା କାର୍ଯ୍ୟକର୍ତ୍ତା ପ୍ରଭାତ ଦାସ ଙ୍କ ନେତୃତ୍ବ ରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଜୁନାଗଡ କଲ୍ୟାଣ ମଣ୍ଡପ ରୁ ବାହାରି ସହର ପରିକ୍ରମା କରିବା ସହିତ ଜୁନାଗଡ ବ୍ଲକ ପରିସରକୁ ପହଞ୍ଚିଥିଲେ। ସେଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବକ ନଅ ଦଫା ଦାବିପତ୍ର ଜୁନାଗଡ ବି ଡି ଓ ଙ୍କୁ ଦାଖଲ କରିଥିଲେ।

ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ର ମରାମତି ନାମରେ ପ୍ରଚୁର ଦୂନର୍ନିଟି ହେବ ସହ ଚାଷୀଙ୍କୁ ଜଳ ଯୋଗାଣ ବନ୍ଦ ରଖାଯାଇ ଅଯଥା କ୍ଷତି ରେ ପକାଯାଉଥିବା ହେତୁ ତୁରନ୍ତ ଜଳଯୋଗାଣ ଚାଲୁ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ ମଣ୍ଡିରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ମିଲର୍ସ ମାନଙ୍କ ମର୍ଜି ଅନୁସାରେ କ୍ଵିଣ୍ଟାଲ ପିଛା ପାଞ୍ଚ କେଜିରୁ ସାତ କେଜି ଅଧିକ ନେଉଥିବା ବିଷଯ ଯାହାକୁ କଟନୀ ଛଟଣି ବୋଲି କୁହାଯାଉଛି ସେହି କଟନୀ ଛଟନି କୁ ବନ୍ଦ କରିବାକୁ ଏବଂ ଚାଷୀଙ୍କୁ ଅଗ୍ରୀମ ବସ୍ତା ଯୋଗାଣ କରାଯାଇ ଶୀଘ୍ର ଧାନ ଉଠାଣ କରିବାକୁ ଦାବି କରାଯାଇଛି।

ସେହିପରି ଜୁନାଗଡ ବ୍ଲକରେ ଯନ୍ତ୍ରୀ ତଥା ଗ୍ରାମ ପଂଚାୟତ ର ପି ଇ ଓ ମାନେ ଭାଗୁଆଳିରେ ଉନ୍ନୟନ ମୂଳକ କାମ କରିବା ସହିତ ଅଧିକ ପିସି ନେଉଥିବା ଏବଂ ନିମ୍ନ ମାନ ର କାର୍ଯ୍ୟ କରାଯାଉଥିବା ହେତୁ ସେସବୁ କୁ ବନ୍ଦ କରାଯିବାକୁ ଦାବି କରାଯାଇଛି। ବ୍ଲକ ରେ ହେଉଥିବା କାର୍ଯ୍ୟା ଗୁଡିକ ଟେଣ୍ଡର ମାଧ୍ୟମରେ କରାଯିବାକୁ ମଧ୍ୟ ଦାବି କରାଯାଇଛି। କ୍ଷତିଗ୍ରସ୍ତ ମୁଗ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାଯିବା ପାଇଁ ମଧ୍ୟ ଦାବି ରହିଛି।

ଯୁବ କଂଗ୍ରେସର ଏହି କାର୍ଯ୍ୟକ୍ରମରେ ଜାତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ମିଳିନ୍ଦ ଗୌତମ, କଳାହାଣ୍ଡି ଜିଲ୍ଲା ପ୍ରଭାରି ବିଶ୍ବଜିତ ଲେଙ୍କା, ନବରଙ୍ଗପୁର ଜିଲ୍ଲା ସଭାପତି ଦ୍ଵାରିକା ମହାପାତ୍ର, ଜୁନାଗଡ ନଗର ସଭାପତି ଅମିତ ଅଗ୍ରୱାଲ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲାପାଳ ଦାବି ପତ୍ର ଯୁବ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Latest News

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.