Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଗସ୍ତରେ ଜେ.ପି ନଡ୍ଡା: ସଭାସ୍ଥଳ ଅନୁଧ୍ୟାନ କଲେ ଓଡ଼ିଶା ବିଜେପି ପ୍ରଭାରୀ ଡ଼ି. ପୁରୁନ୍ଦେଶ୍ୱରୀ
ଆଜିର ଖବର

ବାଣପୁର ଗସ୍ତରେ ଜେ.ପି ନଡ୍ଡା: ସଭାସ୍ଥଳ ଅନୁଧ୍ୟାନ କଲେ ଓଡ଼ିଶା ବିଜେପି ପ୍ରଭାରୀ ଡ଼ି. ପୁରୁନ୍ଦେଶ୍ୱରୀ

December 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା ୨୮ ତାରିଖ ବୁଧବାର ଦିନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ପୁରୀ ଲୋକସଭାର ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଉକ୍ତ ସଭାରେ ପୁରୀ ଲୋକସଭାର ସମସ୍ତ ୭ ଗୋଟି ନିର୍ବାଚନମଣ୍ଡଳିରୁ ୧୫ ହଜାରରୁ ଉର୍ଦ୍ଧ୍ଵ ବିଜେପି କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ସ୍ୱଳ୍ପ ଦିନ ମଧ୍ୟରେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସ୍ଥାନୀୟ ବିଜେପିର ଆଖିରୁ ନିଦ ହଜିଯାଇଛି। ସ୍ଥାନୀୟ ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମର ମଙ୍ଗ ଧରିଥିବା ବେଳେ ପ୍ରତିଦିନ ତୁହାକୁ ତୁହା ମାଳମାଳ ବିଜେପି ନେତାଙ୍କ ପଲଟନ ପଡିଆ ଗସ୍ତ ଜାରି ରହିଛି। ଇତି ମଧ୍ୟରେ ବିଜେପି ପକ୍ଷରୁ ଉଭୟ ବାଣପୁର ଓ ଚିଲିକା ବ୍ଲକ କର୍ମୀଙ୍କ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ସରିଥିବା ବେଳେ କାର୍ଯ୍ୟକ୍ରମର ବ୍ଲୁ ପ୍ରିଣ୍ଟ ମଧ୍ୟ ସରିଛି। ଶ୍ରୀ ନଡ୍ଡା ଅପରାହ୍ନ ୩.୩୦ ମିନିଟ ସମୟରେ ବାଣପୁର ପହଞ୍ଚିବାକୁ ଥିବାବେଳେ ତାଙ୍କ ହେଲିପ୍ୟାଡ଼ ବ୍ଲକ ଅଫିସ ନିକଟରେ ସ୍ଥିରୀକୃତ ହୋଇଥିବାର ଜଣାପଡିଛି।

ଏହାପରେ ନାଚୁଣୀରେ ଶ୍ରୀ ନଡ୍ଡା ପୁରୀ ଲୋକସଭାର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ସଭାସ୍ଥଳ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ପରଖିବା ପାଇଁ ଆଜି ମଧ୍ୟାହ୍ନରେ ପଲଟନ ପଡିଆ ପହଞ୍ଚିଥିଲେ ଓଡ଼ିଶା ବିଜେପି ପ୍ରଭାରୀ ଡ଼ି. ପୁରୁନ୍ଦେଶ୍ୱରୀ। ତାଙ୍କ ସହ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ ଆଦି ଉପସ୍ଥିତ ଥିଲେ।

ଡ଼ି. ପୁରୁନ୍ଦେଶ୍ୱରୀଙ୍କୁ ସମସ୍ତ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ ଶ୍ରୀ ହରିଚନ୍ଦନ। ଏହା ପରେ ଏହି ଟିମ ହେଲିପ୍ୟାଡ଼ ସ୍ଥଳ ପରିଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ, ଡ଼ିଏସପି ଡ଼ିଆଇବି ଅତନୁ ରାଉତ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଆଦି ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା, ଟ୍ରାଫିକ, ପାର୍କିଙ୍ଗ ଓ ବ୍ୟାରିକେଡ଼ ବ୍ୟବସ୍ଥା ଆଦି ବିଷୟରେ ଆୟୋଜକଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ସୂଚନା ଥାଉକି ୨୦୨୪ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ବିଜେପିର ଫୋକସ ରେ ଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀ ଲୋକସଭାରୁ ପ୍ରବାସ ଆରମ୍ଭ କରିବେ। ତେବେ ନଡ୍ଡାଙ୍କ ଗସ୍ତକୁ ଆଉ ମାତ୍ର ଦିନଟିଏ ଥିବାବେଳେ ଚିଲିକା ବିଜେପି ଉତ୍ସବମୁଖର ହୋଇପଡିଛି। ଉକ୍ତ ଦିନ ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ଅନ୍ୟାନ୍ୟ ରାଜ୍ୟସ୍ତରୀୟ ତୁଙ୍ଗନେତା ବାଣପୁର ଆସିବେ ବୋଲି ଜଣାପଡିଛି।

ଓଡ଼ିଶା ବିଜେପି ପ୍ରଭାରୀ ଚିଲିକା ଜେ ପି ନଡ୍ଡା ବାଣପୁର ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.