Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଝିଅ ସଂଗୀତା ସେନଙ୍କୁ ଓଏଏସ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ବାଣପୁର ଝିଅ ସଂଗୀତା ସେନଙ୍କୁ ଓଏଏସ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

January 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତାର ଚାବି। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଏଏସ ଅଧିକାରିଣୀ ସଂଗୀତା ସେନ। ୨୦୧୯ ଏବଂ ୨୦୨୦ ରେ ଉଭୟଥର ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଗତକାଲି ସଂଗୀତାଙ୍କୁ ଗଞ୍ଜାମ ଜିଲ୍ଲାରେ ଓଏଏସ କ୍ୟାଡର ଟିଆରଓ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ଵର ପଞ୍ଚାୟତ ଅନ୍ତର୍ଗତ ଭାପୁର ଗ୍ରାମର ଲକ୍ଷ୍ମୀଧର ସେଣ ଏବଂ ବିଳାସ ସେଣଙ୍କ କନ୍ୟା ଅଟନ୍ତି ସଂଗୀତା। ବାପା ପେଶାରେ କୃଷକ ହୋଇଥିବାବେଳେ ମାତା ଜଣେ ଗୃହିଣୀ ଅଟନ୍ତି। ଗୋଟେ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଫଳରେ ଓଏଏସ ଅଧିକାରିଣୀ ହୋଇପାରିଛନ୍ତି ସଂଗୀତା।

ସଂଗୀତା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିଥିବାବେଳେ ଖଲିକୋଟ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସିଲ କରିଛନ୍ତି। ପିଲାଟି ଦିନରୁ ସଂଗୀତା ମେଧାବୀ ଛାତ୍ରୀ ହୋଇଥିବାବେଳେ ଦୀର୍ଘ ଚାରି ବର୍ଷ ହେଲା ଓପିଏସସି ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ତେବେ ୨୦୧୯ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଂଗୀତାଙ୍କୁ ଓଟିଏଏସ କ୍ୟାଡର ମିଳିଥିବା ବେଳେ ପୁଣି ୨୦୨୦ ରେ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହେବାରୁ ତାଙ୍କୁ ମିଳିଛି ଓଏଏସ କ୍ୟାଡର।

ସମାଜରେ ନିଷ୍ପେସିତ ଏବଂ ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ସଂଗୀତା। ନିଜର ସଫଳତାର ସମସ୍ତ ଶ୍ରେୟ ନିଜ ମାତା ପିତା ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି ସଂଗୀତା। ରାଜ୍ୟର ଉକ୍ତ ସମ୍ମାନଜନକ ପ୍ରଶାସନିକ ସେବା କ୍ଷେତ୍ରରେ ଯୋଗଦେବା ସହ ନିଜ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ସେ ନିଶ୍ଚୟ ସଫଳତାର ଶିଖର ଛୁଇଁବେ ବୋଲି ବାଣପୁର ବାସି ଆଶାବାଦୀ ଅଛନ୍ତି।

ଓଏଏସ ବାଣପୁର ଝିଅ ମୁଖ୍ୟମନ୍ତ୍ରୀ ନବୀନ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ପବନରେ ସାହିତ୍ୟର ସୁଗନ୍ଧ: ଜ୍ଞାନ ଓ ସାହିତ୍ୟର ମହାକୁମ୍ଭ ପ୍ରଥମ “ଚିଲିକା ପୁସ୍ତକ ମେଳା” ଉଦଘାଟିତ

April 25, 2026

ଏପ୍ରିଲ ୨୭ରୁ ଖରା ଛୁଟି : ଘରେ ରହି ପିଲାଏ କରିବେ ଆସାଇନମେଣ୍ଟ

April 25, 2026

ବିଶ୍ୱର ଶ୍ରେଷ୍ଠ ୧୦୦ଟି ଚିକେନ୍ ଖାଦ୍ୟରେ ଭାରତୀୟ ଚିକେନ ଡିଶର କମାଲ

April 25, 2026

ଫ୍ରିଜରେ ରଖାଯାଇଥିବା ଖାଦ୍ୟ କେତେ ସମୟ ଯାଏଁ ତାଜା ରହେ, ଜାଣନ୍ତୁ ?

April 25, 2026
Latest News

ଚିଲିକା ପବନରେ ସାହିତ୍ୟର ସୁଗନ୍ଧ: ଜ୍ଞାନ ଓ ସାହିତ୍ୟର ମହାକୁମ୍ଭ ପ୍ରଥମ “ଚିଲିକା ପୁସ୍ତକ ମେଳା” ଉଦଘାଟିତ

April 25, 2026

ଏପ୍ରିଲ ୨୭ରୁ ଖରା ଛୁଟି : ଘରେ ରହି ପିଲାଏ କରିବେ ଆସାଇନମେଣ୍ଟ

April 25, 2026

ବିଶ୍ୱର ଶ୍ରେଷ୍ଠ ୧୦୦ଟି ଚିକେନ୍ ଖାଦ୍ୟରେ ଭାରତୀୟ ଚିକେନ ଡିଶର କମାଲ

April 25, 2026

ଫ୍ରିଜରେ ରଖାଯାଇଥିବା ଖାଦ୍ୟ କେତେ ସମୟ ଯାଏଁ ତାଜା ରହେ, ଜାଣନ୍ତୁ ?

April 25, 2026

ମାଉଥୱାସର ଅତ୍ୟଧିକ ବ୍ୟବହାର ରକ୍ତଚାପ ବୃଦ୍ଧି କରିପାରେ!

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.