Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରର ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମରେ କାହିଁକି ଚୁପ ରହିଲା ବିଜେପି?: ଉତ୍ତର ରଖିଲେ ଚିଲିକା ବିଧାୟକ
ଆଜିର ଖବର

ବାଣପୁରର ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମରେ କାହିଁକି ଚୁପ ରହିଲା ବିଜେପି?: ଉତ୍ତର ରଖିଲେ ଚିଲିକା ବିଧାୟକ

January 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ମକର ସଂକ୍ରାନ୍ତି ଅବସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅଟ୍ରି ହଟକେଶ୍ୱରଙ୍କ ଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସେ ଗଣମାଧ୍ୟମକୁ ବିଜୁ ଜନତା ଦଳରୁ ନିଲମ୍ବନ ପ୍ରଶ୍ନର ଉତ୍ତର ରଖିଥିଲେ। ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ସେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଉପରେ ଖୁବ୍ ବର୍ଷିଥିଲେ। ରଘୁନାଥ ବିଜେପିର ବ୍ୟାନରରେ ରହି ମୋ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ। ମୋ ଦେହରୁ ଦୁଇ ଲିଟର ରକ୍ତ ଯିବା, କେବେ ବ୍ୟର୍ଥ ଯିବନି ଏବଂ ସେଥିପାଇଁ ଷଡଯନ୍ତ୍ରକାରୀ ତଥା ଆକ୍ରମଣରେ ସାମିଲ ଥିବା ବ୍ୟକ୍ତିଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଶ୍ରୀ ଜଗଦ୍ଦେବ କହିଥିଲେ।

ସେହିପରି ବାଣପୁରରେ ଅନୁଷ୍ଠିତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମରେ ବିଜେପି କାହିଁକି ନୀରବ ରହିଲା ପ୍ରଶ୍ନରେ ପ୍ରଶାନ୍ତ ଉତ୍ତର ରଖିଥିଲେ। ସେ କହିଥିଲେ ଯେ, “ବିଜେପି ସେଠାରେ ଘଟିଥିବା ଘଟଣାକୁ ଭଲ ଭାବରେ ଜାଣିଛି। ଯେହେତୁ ଗାଡି ଚଢାଇବା ଘଟଣାଟି ବିଜେପିର କାର୍ଯ୍ୟକ୍ରମସ୍ଥଳୀ ନିକଟରେ ହୋଇଥିଲା, ସେଠାରେ ସ୍ଥାନୀୟ ଲୋକ ସଠିକ କଥା ଜାଣିଛନ୍ତି। ତେଣୁ ମୋ ବିରୋଧରେ କହିଥିଲେ, ସେଠାରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥାନ୍ତେ, ସେଥିପାଇଁ ସେମାନେ ନୀରବ ରହିଥିଲେ। ବିଜେପି ସ୍ଵୀକାର କରିଛି ଯେ, ସେଠାରେ ଘଟିଥିବା ଘଟଣାରେ ଚିଲିକା ବିଧାୟକଙ୍କ କୌଣସି ଦୋଷ ନାହିଁ। ସେହି କାରଣରୁ ମୋ ବିରୋଧରେ କୌଣସି ଟିପ୍ପଣୀ ଦିଆଯାଇନାହିଁ ବୋଲି ବିଧାୟକ ପ୍ରାଶାନ୍ତ କହିବା ସହ ଏଥିପାଇଁ ସେ ବିଜେପିକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ଏହି ସମୟରେ ଚିଲିକାର ଉନ୍ନୟନମୂଳକ କାର୍ଯ୍ୟ ଉପରେ ମଧ୍ୟ ଶ୍ରୀ ଜଗଦ୍ଦେବ ମତ ରଖିଥିଲେ। ବର୍ତ୍ତମାନ ଚିଲିକାରେ ପିଇବା ପାଣି ପାଇଁ ୩୬୦ କୋଟି ଟଙ୍କାର ପ୍ରକଳ୍ପ ଚାଲିଥିବା ବେଳେ ଦୁଇଟି ମେଡିକାଲ ପାଇଁ ୧୦ କୋଟି ଲେଖାଏଁ, ରାସ୍ତା ପାଇଁ ୨୦୦ କୋଟି ଟଙ୍କା, ଇରିଗେସନ ପାଇଁ ୫୦ କୋଟି ଟଙ୍କା, ଚିଲିକାର ବନ୍ଧ ପାଇଁ ୫୦ କୋଟି ଟଙ୍କା, ୩ ଟି ଷ୍ଟାଡିୟମ ପାଇଁ ୧୩ କୋଟି ଟଙ୍କା ପ୍ରଭୃତିର କାର୍ଯ୍ୟ ଚାଲିଥିବା ଚିଲିକା ବିଧାୟକ କହିଛନ୍ତି।

ଚିଲିକା ବିଧାୟକ ଜେପି ନଡ୍ଡା ପ୍ରଶାନ୍ତ ଜଗଦ୍ଦେବ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.