Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ କଠୋର ହେଲା ଜିଲ୍ଲା ପ୍ରଶାସନ: ନିଆଗଲା ଏଭଳି ନିଷ୍ପତ୍ତି
ଆଜିର ଖବର

ଚିଲିକାରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ କଠୋର ହେଲା ଜିଲ୍ଲା ପ୍ରଶାସନ: ନିଆଗଲା ଏଭଳି ନିଷ୍ପତ୍ତି

January 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଅତିଥି ଦେବୋ ଭବ। ପ୍ରତି ମୁହୂର୍ତ୍ତରେ ଚିଲିକା ହ୍ରଦକୁ ଆଗତ ପର୍ଯ୍ୟଟକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବା ସହ ନୌଯାତ୍ରାରେ ସୁରକ୍ଷା ଯୋଗାଇଦେବାକୁ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ସହିତ ବୋଟ ଆସୋସିଏସନ ତତ୍ପର ହୋଇଥିବା ଦେଖିବାକୁ ମିଳୁଛି। ଏହିପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ଚିଲିକା ହ୍ରଦରେ ଯାତ୍ରୀ ସୁରକ୍ଷା ଓ କୋଭିଡ ସଚେତନତା ନେଇ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଆଇଏନଏସ ଚିଲିକା ଲିଉଟନାଣ୍ଟ କମାଣ୍ଡର ଶିବନାରାୟଣ ସିଂ, ବାଲୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପୀନାଥ ସ୍ୱାଇଁଙ୍କ ସମେତ ବିଭିନ୍ନ ପ୍ରାଇଭେଟ ମୋଟର ବୋଟ ଆସୋସିଏସନର ସଭାପତି ଓ ସମ୍ପାଦକ, ମତ୍ସ୍ୟଜୀବୀ ସଙ୍ଘର ସଭାପତି, ଅଗ୍ନିଶମ ବିଭାଗ, ଜଳପଥ ପରିବହନ ବିଭାଗ, ମତ୍ସ୍ୟ ବିଭାଗ, ରାଜସ୍ୱ ବିଭାଗ, ବନ୍ୟ ବିଭାଗ, ଶାନ୍ତି କମିଟି ସଦସ୍ୟ, ବ୍ୟବସାୟିକ ସଂଘ, ଗଣମାଧ୍ୟମ ପ୍ରତିନିଧିଗଣ, ନାଭାଲ ଫାଣ୍ଡି ଅଧିକାରୀ, ନାଚୁଣି ଥାନା ଅଧିକାରୀ, ବାଲୁଗାଁ ଅତିରିକ୍ତ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ସମୟ ଧରି ଆଲୋଚନାରେ ଯାତ୍ରୀ ସୁରକ୍ଷା ପାଇଁ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ, ନିୟମ ସଂଖ୍ୟକ ଯାତ୍ରୀ ନେବା, ଡଙ୍ଗାର ଫିଟନେସ, ଲାଇସେନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରତି ଡଙ୍ଗାରେ ଲାଇଫ ବୟ ଓ ଲାଇଫ ଜ୍ୟାକେଟ ପର୍ଯ୍ୟାପ୍ତ ପରିମାଣର ଗଚ୍ଛିତ ରହିବା ନିହାତି ଜରୁରୀ ହୋଇଥିବା ବେଳେ ଅପରାହ୍ନ ୪ ଘଟିକା ପରେ ଯାତ୍ରୀବାହି ଡ଼ଙ୍ଗା ପର୍ଯ୍ୟଟକଙ୍କୁ ନେଇ ଭ୍ରମଣ ପାଇଁ ଯାଇପାରିବ ନାହିଁ ଏବଂ ସନ୍ଧ୍ୟା ୬ଟା ପୁର୍ବରୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଯାତ୍ରୀବାହି ଡ଼ଙ୍ଗା ଚିଲିକା କୂଳରେ ପହଂଚିବା ଲାଗି ପ୍ରଶାସନର ନିର୍ଦ୍ଦେଶ ରହିଛି। ଏପରିକି ପ୍ରତ୍ୟେକ ଡଙ୍ଗାରେ ସବିଶେଷ ବିବରଣୀ ତଥା ଚାଳକ ସମ୍ବନ୍ଧୀୟ ସୂଚନା, ଡଙ୍ଗାର ଫିଟନେସ, ଲାଇସେନ୍ସ ଅବଧି, ଜରୁରୀକାଳୀନ ମୋବାଇଲ ନମ୍ବର ସାର୍ବଜନୀନ କରିବା ସହ ବିଭିନ୍ନ ମୋଟର ବୋଟ ଆସୋସିଏସନ ଠାରେ ପର୍ଯ୍ୟଟକଙ୍କ ଅବଗତି ନିମନ୍ତେ ଗୃହୀତ ସମସ୍ତ ତଥ୍ୟ ଫଳକ ମାଧ୍ୟମରେ ଉଲ୍ଲେଖ ରହିବ। ଯେପରି କୌଣସି ମାଛମରା ଡଙ୍ଗାରେ ଯାତ୍ରୀମାନେ ନୌଯାତ୍ରା ନକରିବେ, ତାହା ଉପରେ ତୀକ୍ଷ୍ଣ ନଜର ରଖିବାସହ ଏହା ଉପରେ ଅଙ୍କୁଶ ଲଗାଯିବ।

ଏଥିସହିତ ଅକସ୍ମାତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଚାଳକ ଏବଂ ଆସୋସିଏସନ ସଜାଗ ରହିବାସହ ବୋଟ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସର୍ବସହମତି କ୍ରମେ ପ୍ରକାଶ ପାଇଛି। ଉକ୍ତ ନିୟମ ସବୁ ଯାତ୍ରୀବାହି ଡ଼ଙ୍ଗା ପାଳନ କରୁଛନ୍ତି ନାଇଁ ଜାଣିବା ପାଇଁ ଏକ ଫ୍ଲାଇଂ ସ୍କ୍ୱାର୍ଡ ଟିମ ଗଠନ କରାଯାଇ ନିୟମିତ ଚଢ଼ାଉ ଜାରି ରହିବା ନେଇ ତହସିଲଦାର ଶ୍ରୀ ସାହୁ କହିଛନ୍ତି।

ଚିଲିକା ଜିଲ୍ଲା ପ୍ରଶାସନ ଯାତ୍ରୀଙ୍କ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026
Latest News

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

February 2, 2026

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.