Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ଗାଁ: ଜିଲ୍ଲା ସ୍ତରୀୟ ଇନସ୍ପାୟାର ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା
ଆଜିର ଖବର

ଓଡ଼ଗାଁ: ଜିଲ୍ଲା ସ୍ତରୀୟ ଇନସ୍ପାୟାର ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା

January 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର/ଓଡ଼ଗାଁ: ଆଜି ଓଡ଼ଗାଁ ବ୍ଲକ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷା, ନୟାଗଡ଼ ତରଫରୁ ଜିଲ୍ଲା ସ୍ତରୀୟ ଇନସ୍ପାୟାର ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନ୍.ସି.ଇ.ଆର୍.ଟି ଦ୍ୱାରା ମନୋନୀତ ୫୯ ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ।

ଉତ୍ସବର ପ୍ରଥମାର୍ଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକଙ୍କ ସଭାପତିତ୍ୱରେ ଓଡ଼ଗାଁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଲୋକନାଥ ସାହୁ, ଆତ୍ମାର ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଜିଲ୍ଲା ବିଜ୍ଞାନ ସୁପରଭାଇଜର ମାନସ ରଞ୍ଜନ ଷଡ଼ଙ୍ଗୀ, ଓଡ଼ଗାଁ ମଣ୍ଡଳ ଶିକ୍ଷା ଅଧିକାରୀଣୀ ଗୀତାଞ୍ଜଳୀ ସାହୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ନାୟକଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।

ଏଥିରେ ଉକ୍ତ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ମୁଖ୍ୟ ଅତିଥି ନୟାଗଡ଼ର ପ୍ରିୟ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ବସନ୍ତ କୁମାର ନାୟକ, ଜିଲ୍ଲା ବିଜ୍ଞାନ ସୁପରଭାଇଜର ମାନସ ରଞ୍ଜନ ଷଡ଼ଙ୍ଗୀ, ମଣ୍ଡଳ ଶିକ୍ଷାଅଧିକାରୀଣୀ ଗୀତାଞ୍ଜଳୀ ସାହୁଙ୍କ ଉପସ୍ଥିତି ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଉଦଯାପନୀ ସଙ୍ଗୀତ ଗାନ କରାଯାଇଥିଲା। ସାମଗ୍ରିକ ଅଭିବୃଦ୍ଧି ପାଇଁ ପିଲାମାନଙ୍କୁ ବିଭିନ୍ନ ପ୍ରୟୋଗାତ୍ମକ ଦିଗରେ ଆଗେଇବାରେ ପ୍ରେରଣା ଦେବା ହେଉଛି ଶିକ୍ଷକ ଓ ପିତାମାତାଙ୍କ କର୍ତ୍ତବ୍ୟ ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରଖିଥିଲେ। ପଦ୍ମନାଭ ମହାପାତ୍ର, ସୁକାନ୍ତ କୁମାର ସାହୁ,ପ୍ରସନ୍ନ କୁମାର ଦାଶ ଓ ପ୍ରଶାନ୍ତ କୁମାର ପଣ୍ଡା ବିଚାରକ ଦାୟିତ୍ୱ ବହନ କରି ୫ଟି ପ୍ରକଳ୍ପକୁ ରାଜ୍ୟ ସ୍ତର ପାଇଁ ଚୟନ କରିଥିଲେ।

ଏହା ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଚାରକ ଓ ୫ଜଣ କୃତି ପ୍ରତିଯୋଗୀଙ୍କୁ ଉପଢୌକନ, ପ୍ରଶଂସା ପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ଇଣ୍ଡିଆ (DST) ର ପ୍ରଜ୍ଞା ରିତାପର୍ଣ୍ଣା,ସୁବ୍ରତ କୁମାର ବାରିକ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏନ୍.ପି.ଏସ୍ ସଂଘର ସଭାପତି ନରେଶ ପାଣିଗ୍ରାହୀ,ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର,ଶେଖ୍ ଅବଦୁଲ ଖାଲିକ୍, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜ୍ୟୋତିରଞ୍ଜନ ଦାଶ,ଶୁଶୀଲ କୁମାର ରଣା, ଉମେଶ ଚନ୍ଦ୍ର ସ୍ୱାଇଁ, ପ୍ରସନ ପାଣିଗ୍ରାହୀ, ଗିରିଜା ଶଙ୍କର ମହାପାତ୍ର, ଶୁଶେନ୍ଦୁ ଷଡ଼ଙ୍ଗୀ, ସମରଜିତ୍ ସାହୁ, ଅଜୟ ବାରିକ, ଜୟକୃଷ୍ଣ ପ୍ରଧାନ, ତ୍ରିଲୋଚନ ସାମନ୍ତରା, ଚିତ୍ତରଞ୍ଜନ ମିଶ୍ର, ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ, ସମସ୍ତ ସଂଘର କର୍ମକର୍ତ୍ତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ପଞ୍ଚାନନ ପଣ୍ଡା, ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାଶ, ଏକଲବ୍ୟ ଦାଶ ମଞ୍ଚପରିଚାଳନା କରିଥିଲେ।

ଓଡ଼ଗାଁ ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

June 11, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

June 11, 2026

ରେଢ଼ାଖୋଲରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026
Latest News

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

June 11, 2026

ଶ୍ରୀନଗରର ଲାଲ ଚୌକରେ ପାକିସ୍ତାନ ବିରୋଧରେ ପ୍ରତିବାଦ: ପିଓକେ ପୁନଃ ଦଖଲ ପାଇଁ ଦାବି

June 11, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

June 11, 2026

ରେଢ଼ାଖୋଲରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.