Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ଆଜିର ଖବର

ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

February 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର ଓ ପୁରୀ ଷ୍ଟେସନ ନିରୀକ୍ଷଣ କରିବା ସହିତ ପୁରୀ ଷ୍ଟେସନ ନିକଟସ୍ଥ ଟ୍ରେନ୍ କୋଚ୍ ରକ୍ଷଣାବେକ୍ଷଣ ଡିପୋ ଯାଞ୍ଚ କରିଛନ୍ତି। ଏହା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ କୋଚରେ ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକର ମଧ୍ୟ ଏହାରୀ ଶର୍ମା ଯାଞ୍ଚ କରିଛନ୍ତି।

ଶ୍ରୀ ଶର୍ମା ଭୁବନେଶ୍ୱର ଷ୍ଟେସନ ପରିଦର୍ଶନ କରି ଚାଲୁ ରହିଥିବା ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାର୍ଯ୍ୟ ସମୀକ୍ଷା କରିଥିଲେ। ଭୁବନେଶ୍ୱର ଠାରେ ଅତି ସୁନ୍ଦର ଷ୍ଟେସନ ବିଲଡିଂ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ଥିବାବେଳେ ଅନୁସଙ୍ଗିକ ଯାତ୍ରୀ ସୁବିଧା ଓ ପରିସେବା ସ୍ଥାନ ପାଇବ। ପୁରୀ ରେଳ ଷ୍ଟେସନର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ଆଧୁନିକ ଯାତ୍ରୀ ସୁବିଧା ସହିତ ପୁନଃ ବିକାଶ ପାଇଁ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ନିର୍ମାଣ କାର୍ଯ୍ୟ କରାଇବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ଉଚ୍ଚମାନର ଯାତ୍ରୀ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଶର୍ମା ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ଏବଂ କୋଚର ସ୍ୱଚ୍ଛତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପିଟ୍ ଲାଇନ୍ ଯାଞ୍ଚ କରିବା ସମୟରେ ଶ୍ରୀ ସୁନକର କୋଚ୍ ଗୁଡିକର ସଫେଇ କାର୍ଯ୍ୟ, ଚାର୍ଜିଂ, ପାଣି ଭରିବା ସହିତ କୋଚ୍ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିବା ସହ ଟ୍ରେନ ରେକ୍ ର ପ୍ରତ୍ୟେକ କୋଚ୍ ଗୁଡିକର ସହଜ ସୁବିଧା ଯୋଗାଇବା ପାଇଁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ କହିଛନ୍ତି।

ଯାତ୍ରୀ କୋଚଗୁଡିକର ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ ପିଟ୍ ଲାଇନ୍ ହେଉଛି ପ୍ରମୁଖ ଭିତ୍ତିଭୂମି ସୁବିଧା। ପ୍ରତ୍ୟେକ ନିର୍ଦ୍ଧାରିତ ଯାତ୍ରା ପରେ, ଅଣ୍ଡର-ଗିଅର ପରୀକ୍ଷା, ବ୍ରେକିଂ ସିଷ୍ଟମ ଯାଞ୍ଚ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ସଫେଇ କରିବା, କୋଚର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଂଶ ଧୋଇବା, କୋଚ୍‌ ଗୁଡିକ ମଧ୍ୟରେ ଯାତ୍ରୀ ପରିସେବା ଗୁଡିକର ଫିଟିଙ୍ଗ ଏବଂ ଜଳ ଭରିବା ଯାଞ୍ଚ କରାଯାଇଥାଏ।

ପୁରୀ ରେଳ ଷ୍ଟେସନରେ ଯୋଗାଇ ଦିଆଯାଇଥିବା ଯାତ୍ରୀ ପରିସେବା ମୁଖ୍ୟତ ଯାତ୍ରୀମାନଙ୍କ ପାଇଁ ବିଶେଷକରି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଅଛି।

ଗତ ବର୍ଷ ରଥ ଯାତ୍ରା ସମୟରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରେ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ସୁବିଧା ସହିତ ଯାତ୍ରୀ ପରିସେବା ତଥା ସୁବିଧା ନିରୀକ୍ଷଣ କରିଥିଲେ।

ତେଣୁ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ପରିଦର୍ଶନ ପୁରୀରେ ସର୍ବୋତ୍ତମ ସୁବିଧା ଏବଂ ଯାତ୍ରୀମାନଙ୍କ ଆରାମ ପାଇଁ ସୁବିଧା ପ୍ରଦାନ କରାଯାଉଥିବା ପରିସେବା ଗୁଡିକର ଅଗ୍ରଗତି ଦିଗରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପରିପୂର୍ଣ୍ଣ କରିବା କ୍ଷେତ୍ରରେ ଏକ ମହତ କାର୍ଯ୍ୟ ଅଟେ।

ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଶ୍ରୀ ଶର୍ମାଙ୍କୁ ସହାୟତା କରିଥିଲେ।

ଅଶ୍ୱିନୀ ବୈଷ୍ଣବ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ପୁରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଭୁବନେଶ୍ୱର ମନୋଜ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026
Latest News

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.