Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘୋଷଣା ହେଲା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାଙ୍କ ନାମ
ଆଜିର ଖବର

ଘୋଷଣା ହେଲା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାଙ୍କ ନାମ

February 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Dharmpada Award
ଘୋଷଣା ହେଲା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାଙ୍କ ନାମ

ଭୁବନେଶ୍ୱର: ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଦ୍ୱାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷଣା କରାଯାଇଛି । ଓଡିଶା ଲଳିତ କଳା ଏକାଡେମୀ ଦ୍ଵାରା ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ୧୯୮୭ ମସିହାରୁ ପ୍ରଦାନ କରାଯାଇଆସୁଛି ।

୯୪ ବର୍ଷୀୟ ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ଧର୍ମପଦ ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଥିବା ବେଳେ ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ଶ୍ରୀ ବ୍ରଜବନ୍ଧୁ ମିଶ୍ର, ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଶ୍ରୀ ଲକ୍ଷ୍ମୀଧର ସୁବୁଦ୍ଧି,ବିଶିଷ୍ଟ ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଶ୍ରୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ଶ୍ରୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ଶ୍ରୀ କେଶବ ଚନ୍ଦ୍ର ମହାରଣା ପ୍ରମୁଖଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ଚୟନ କରାଯାଇଛି ।

ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ମାନଦେୟ ରାଶି ଏବଂ ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ମାନଦେୟ ରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ଆଗାମୀ ଫେବୃୟାରୀ ୬ ତାରିଖ ସୋମବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ।

ଓଡିଶା ଲଳିତ କଳା ଏକାଡେମୀ ଧର୍ମପଦ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ୬ ଫେବୃୟାରୀ ଶୁକ୍ରବାରରେ ଏହି ରାଶିଗୁଡିକର ରହିଛି ରାଜାଯୋଗ, ଚମକିବ ଭାଗ୍ୟ

February 6, 2026

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

Odisha Budget 2026: ବଜେଟ ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ମୁଖ୍ୟମନ୍ତ୍ରୀ

February 5, 2026
Latest News

ରାଶିଫଳ: ଆଜି ୬ ଫେବୃୟାରୀ ଶୁକ୍ରବାରରେ ଏହି ରାଶିଗୁଡିକର ରହିଛି ରାଜାଯୋଗ, ଚମକିବ ଭାଗ୍ୟ

February 6, 2026

ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଚାମ୍ପିଅନ ହେଲା ଆରସିବି: ଚତୁର୍ଥ ଥର ପାଇଁ ଫାଇନାଲରେ ହାରିଲା ଦିଲ୍ଲୀ

February 6, 2026

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.