ବ୍ରହ୍ମପୁର: ଗୌତମ ଆଦାନୀଙ୍କୁ ଗିରଫ ଦାବିରେ କଂଗ୍ରେସ ଦଳର ବିକ୍ଷୋଭ

Published: Feb 7, 2023, 12:07 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବିବାଦୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କୁ ଗିରଫ କରି ଲୋକଙ୍କ ଟଙ୍କାର ସୁରକ୍ଷା ଦାବି କରି ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖ ରେ ଗଂଜାମ ଜିଲ୍ଲା କଂଗ୍ରେସ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦରେ ସାରା ବିଶ୍ବରେ ଦୁଇ ନଂ ଧନୀ ଭାବେ ପରିଚିତ ଗୌତମ ଆଦାନୀ ଏହି କିଛି ଦିନ ହେଲା ଧନୀ ତାଲିକାରୁ ତଳକୁ ଖସିବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ଜମା ଟଙ୍କା ଅସୁରକ୍ଷିତ ମନେ ହେଉଛି। କାରଣ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଜୀବନ ବୀମା ନିଗମରେ ସାଧାରଣ ଲୋକଙ୍କ ଟଙ୍କା ଜମା ରହିଛି ଓ ବିବାଦୀୟ ବ୍ୟବସାୟୀ ଗୌତମ ଆଦାନୀ ବିଭିନ୍ନ ବ୍ୟାଙ୍କ ଓ ବୀମା ପ୍ରତିଷ୍ଠାନ ରୁ ଟଙ୍କା ନେଇ ନିଜ ବ୍ୟବସାୟରେ ଲଗାଇଛି।

ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ବ୍ୟବସାୟୀ ଦେଶାନ୍ତର ହେଲା ଭଳି ଜଣାପଡ଼ୁଛି। ତେଣୁ କରି ତୁରନ୍ତ ଆଦାନୀକୁ ଗିରଫ କରି ଲୋକଙ୍କ ଟଙ୍କାର ସୁରକ୍ଷା ପାଇଁ କଂଗ୍ରେସ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପାଣିଗ୍ରାହୀ, ରବି ଅଧିକାରୀ, ପିତବାସ ପଣ୍ଡା, ଦଣ୍ଡପାଣି ପାତ୍ର, ସୁବାସିନୀ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା,କର୍ମୀ ଓ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ।

Related posts