Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରାଣୀରୋଗ ନିୟନ୍ତ୍ରଣ ଦ୍ୱାରା ପ୍ରାଣୀପାଳକଙ୍କ ଆୟବୃଦ୍ଧି ହୋଇପାରିବ: ପ୍ରମୁଖ ଶାସନ ସଚିବ
ଆଜିର ଖବର

ପ୍ରାଣୀରୋଗ ନିୟନ୍ତ୍ରଣ ଦ୍ୱାରା ପ୍ରାଣୀପାଳକଙ୍କ ଆୟବୃଦ୍ଧି ହୋଇପାରିବ: ପ୍ରମୁଖ ଶାସନ ସଚିବ

February 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ପ୍ରାଣୀମାନଙ୍କର ବିଭିନ୍ନ ରୋଗର ନିରାକରଣ ସଂପର୍କରେ ଆଜି ଏକ ଜାତୀୟ ସ୍ତରୀୟ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋମହିଷାଦି ଏବଂ କୁକୁଡ଼ା ଓ ବତକ ଆଦି ପ୍ରାଣୀମାନେ ଆକ୍ରାନ୍ତ ହେଉଥିବା ଫାଟୁଆ, ବ୍ରୁସେଲୋସିସ୍‌, ବାର୍ଡଫ୍ଲୁ, ସାହାଣ, ବଜବଜିିଆ ଆଦି ରୋଗର ସଫଳ ନିରାକରଣ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ବିଶଦ ଭାବରେ ଆଲୋଚନା ହୋଇଥିଲା। ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ପ୍ରାଣୀମାନଙ୍କୁ ସୁସ୍ଥ କରିବା ସହିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି। ପ୍ରାଣୀପାଳକଙ୍କ ଆୟବୃଦ୍ଧିରେ ପ୍ରାଣୀ ରୋଗ ନିୟନ୍ତ୍ରଣ କପରି ସହାୟକ ହୋଇପାରିବ ସେ ଉପରେ ବିସ୍ତୃତ ଧାରଣା ଉପସ୍ଥାପନ ସହ ଏଥି ନିମନ୍ତେ ପ୍ରାଣୀପାଳକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀ ବଶିଷ୍ଠ ଗୁରୁତ୍ୱାରୋପ କରିଥିଲେ।

କର୍ମଶାଳାରେ ପ୍ରାଣୀ ରୋଗ ସମ୍ବନ୍ଧୀୟ ଆଗୁଆ ସୂଚନା ପାଇବାର ମାଧ୍ୟମ, ପ୍ରାଣୀରୋଗ ଚିହ୍ନଟ ପାଇଁ ନମୁନା ସଂଗ୍ରହ, ପ୍ରତିଷେଧକ ବ୍ୟବସ୍ଥା, ଟିକାକରଣ, ଆଞ୍ଚଳିକ ଭିତ୍ତିରେ ପ୍ରାଣୀରୋଗ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ଓଡ଼ିଶା ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶାଳୟ, କଟକଙ୍କ ଦ୍ୱାରା ଆୟୋଜିତ ଏହି ଜାତୀୟ କର୍ମଶାଳାରେ ଭାରତ ସରକାରଙ୍କ ଯୁଗ୍ମ ଶାସନ ସଚିବ ଶ୍ରୀ ଉପମନୁ୍ୟ ବସୁ, ପ୍ରାଣୀପାଳନ ଓ ପ୍ରାଣୀଚିିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ଭାଗ ନେଇଥିବାବେଳେ ନିସାଦ, ଭୋପାଳର ବରିଷ୍ଠ ବୈଜ୍ଞାନିକ ଡ. ଚକ୍ରଧର ତୋଷ, ନିଭେଡିର ବରିଷ୍ଠ ବୈଜ୍ଞାନିକ ଡ. ମହମ୍ମଦ ମୁଦାଶର ଚାନ୍ଦ, ଫାଟୁଆ ରୋଗ ନିୟନ୍ତ୍ରଣ କେନ୍ଦ୍ର, ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡ. ଯଯାତି କେଶରୀ ମହାପାତ୍ର, ଓଡ଼ିଶା ଭେଟେରିନାରୀ କଲେଜର ଡିନ୍‌ ଡ. ଶୁଶେନ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରି ପ୍ରାଣୀମାନଙ୍କ ବିଭିନ୍ନ ରୋଗ ଏବଂ ଏହାର ସଫଳ ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଏହି ଆଲୋଚନା ଚକ୍ରରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଓ ସମସ୍ତ ରୋଗ ନିରୁପଣ କେନ୍ଦ୍ରର ଅଧିକାରୀମାନେ ଯୋଗଦେଇଥିଲେ।

ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026

ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗୁଁ ଜୀବନ ଫେରି ପାଇଲେ ମହିଳା

August 28, 2026

୮ ହଜାରରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଲା ସିଟିଟିସି ଭୁବନେଶ୍ୱର

August 28, 2026

ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ସରକାରୀ ପରୀକ୍ଷା ସଂସ୍କାର ପାଇଁ ପରାମର୍ଶ ଆହ୍ୱାନ

August 28, 2026
Latest News

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026

ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗୁଁ ଜୀବନ ଫେରି ପାଇଲେ ମହିଳା

August 28, 2026

୮ ହଜାରରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଲା ସିଟିଟିସି ଭୁବନେଶ୍ୱର

August 28, 2026

ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ସରକାରୀ ପରୀକ୍ଷା ସଂସ୍କାର ପାଇଁ ପରାମର୍ଶ ଆହ୍ୱାନ

August 28, 2026

ଖୋରଧା: ଜିଲ୍ଲାସ୍ତରୀୟ ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ -୨୦୨୬

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.