Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗସ୍ତ
ଆଜିର ଖବର

ଗଞ୍ଜାମ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗସ୍ତ

February 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତିନିଦିନ ଧରି ଚାଲିଥିବା ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କର କର୍ମଶାଳା ଆଜି ସମାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗସ୍ତ କରିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲାର ପୋଲସରା, ହିଞ୍ଜିଳି ଓ ପାତ୍ରପୁର ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ସମୁଦାୟ ୨୨ ଜଣ ପ୍ରତିନିଧି ଏହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ।

ପ୍ରତିନିଧି ମଣ୍ଡଳୀ ବାଣପୁର ବ୍ଲକ ଅଧିନସ୍ଥ ଗମ୍ଭାରୀମୁଣ୍ଡା ପଂଚାୟତରେ ପହଂଚିବା ପରେ ସରପଞ୍ଚ ପ୍ରେମାଞ୍ଜଳି ପଟ୍ଟନାୟକ ଓ ସମିତି ସଭ୍ୟା ମିନାକ୍ଷୀ ପ୍ରଧାନ, ବିଡିଓ ବୁଲବୁଲ ବେହେରା, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟମାନେ ଉପସ୍ଥିତ ରହି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

ପରେ ପ୍ରତିନିଧି ମଣ୍ଡଳୀ ବାଣପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ତଦାରଖ କରିଥିଲେ ଏବଂ ବୁଲି ଦେଖିଥିଲେ। ପ୍ରତିନିଧି ମଣ୍ଡଳୀ ପଙ୍କାଳ ସ୍ଥିତ ସଂଗ୍ରାମ ରଣାଙ୍କର ସମ୍ମିଳିତ କୃଷି ଉଦ୍ୟାନ ଯଥା ମତ୍ସ୍ୟ ଚାଷ, ଛତୁ ଚାଷ, କୁକୁଡ଼ା ଚାଷକୁ ବୁଲି ଦେଖିଥିଲେ।

ସେଠାରେ ମଧ୍ୟାହ୍ନ ଭୋଜନ କରି ଭେଟେଶ୍ୱର ଗ୍ରାମ ପଞ୍ଚାୟତ ଅଭିମୁଖେ ଯାଇଥିବା ବେଳେ ସେଠାରେ ସରପଞ୍ଚ ସାବିତ୍ରୀ ଭୋଳ, ସମିତି ସଭ୍ୟା ରଶ୍ମିତା ପ୍ରଧାନ ଓ ଗାଲୁଆ ସରପଞ୍ଚ ସୁରେଶ ବାରିକି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ। ପଞ୍ଚାୟତର ବାଂଳେଇ ଗ୍ରାମରେ ଥିବା ଆଦର୍ଶ ପୋଖରୀକୁ ବୁଲି ଦେଖିଥିଲେ।

ସମସ୍ତ କାର୍ଯ୍ୟକୁ ଦେଖିବା ପରେ ପ୍ରତିନିଧି ମଣ୍ଡଳୀ ଖୁସିବ୍ୟକ୍ତ କରି ମା’ ଭଗବତୀଙ୍କ ମନ୍ଦିର ପରିଦର୍ଶନ ପରେ ଗଞ୍ଜାମ ଫେରିଯାଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ବାଣପୁର ବ୍ଲକ ତରଫରୁ ବିଡ଼ିଓ ବୁଲବୁଲ ବେହେରା, ଜେଇ ଭଞ୍ଜ କିଶୋର ପାଣି, ଜିପିଇଓ ମମତା ମଞ୍ଜରୀ ଚିନ୍ନାରା, ବିପିଏମ ଶିବ ନାରାୟଣ ଜାଲି, ପିଇଓ ନୃସିଂହ ଜେନା ପ୍ରମୁଖ ତ୍ୱରାନ୍ୱିତ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ଗଞ୍ଜାମ ଜିଲ୍ଲା ପଞ୍ଚାୟତ ପ୍ରତିନିଧି ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

May 15, 2026

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

May 15, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026
Latest News

ଗତ ଚାରି ମାସରେ ରେଳବାଇର ସିମେଣ୍ଟ ପରିବହନ ୧୭୦% ବୃଦ୍ଧି

May 15, 2026

ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍)

May 15, 2026

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

May 15, 2026

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

May 15, 2026

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.