Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାରିଧାମ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହେବ: ଡକ୍ଟର ମନସୁଖ ମାଣ୍ଡଭିୟ
ଆଜିର ଖବର

ଚାରିଧାମ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହେବ: ଡକ୍ଟର ମନସୁଖ ମାଣ୍ଡଭିୟ

March 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ
Two-Day National Conference on Building and Other Construction Workers (BOCW) to Begin in Mumbai Today

ନୂଆଦିଲ୍ଲୀ: ଚାରିଧାମ ଯାତ୍ରାରେ ସାମିଲ ହେଉଥିବା ଦେଶର ତୀର୍ଥଯାତ୍ରୀମାନଙ୍କୁ ଏକ ସୁଦୃଢ ସ୍ୱାସ୍ଥ୍ୟ ସହାୟତା ଓ ଜରୁରୀ ପରିଚାଳନା ଭିତ୍ତିଭୂମି କେନ୍ଦ୍ର ସରକାର ଯୋଗାଇଦେବେ। ସମ୍ପୃକ୍ତ ତୀର୍ଥଯାତ୍ରୀମାନଙ୍କୁ ଏହି ସମଗ୍ର ଯାତ୍ରା କାଳରେ ଚିକିତ୍ସା ଓ ଜରୁରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ତ୍ରିସ୍ତରୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏଠାରେ କହିଛନ୍ତି।

ଆଜି ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଧନ ସିଂହ ରାୱତ ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ଡକ୍ଟର ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି। ଆଗାମୀ ଚାର୍ଧାମ ଯାତ୍ରାକାଳରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଥିରେ ସାମିଲ ହେବାର ସମ୍ଭାବନା ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଓ ଜରୁରୀ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଡକ୍ଟର ଧନସିଂହ ରାୱତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସେ ଆହୁରି କହିଥିଲେ ଯେ ଚାର୍ଧାମ ଯାତ୍ରାର ପଥ ଅତ୍ୟନ୍ତ ବିପଦ ସଙ୍କୁଳ। ଏହି ରାସ୍ତାରେ ଯିବାବେଳେ ଯାତ୍ରୀମାନେ ବିଭିନ୍ନ ପ୍ରକାର ଅସୁବିଧା ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ହୃଦ୍ଘାତ ଓ ଆଉ କେତେକ ସ୍ୱାସ୍ଥ୍ୟଗତ ଜଟିଳତାରୁ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ମଧ୍ୟ ଘଟିଥାଏ। ବିଶେଷକରି ବିବିଧ ରୋଗରେ ପୀଡିତ ତୀର୍ଥଯାତ୍ରୀମାନେ ଅଧିକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ବୋଲି ସେ କହିଛନ୍ତି।

ଉତ୍ତରାଖଣ୍ଡ ମନ୍ତ୍ରୀଙ୍କଠାରୁ ସବୁ କଥା ଶୁଣିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ତାଙ୍କୁ ଦେଇଥିଲେ। ସେ କହିଥିଲେ ଯେ “ଚାର୍ଧାମ ତୀର୍ଥଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ସମ୍ଭାବ୍ୟ ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ଓ ଜରୁରୀକାଳନୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ ଆକ୍ରାନ୍ତ ଯାତ୍ରୀଙ୍କୁ ଯଥାସମ୍ଭବ ଶ୍ରେଷ୍ଠ ଚିକିତ୍ସା ସହାୟତା ଯୋଗାଇ ଦେବେ। ଚାରିଧାମ ରାସ୍ତାରେ ଆଗୁଆ ଆମ୍ବୁଲାନ୍ସ ଓ ଷ୍ଟୋକ ଭ୍ୟାନ ମୁତୟନ କରାଯିବା ସହିତ ହୃଦ୍ଘାତରେ ଆକ୍ରାନ୍ତ ଯାତ୍ରୀଙ୍କୁ ଯଥାସମ୍ଭବ ଶ୍ରେଷ୍ଠ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଯୋଜନା କରାଯାଉଛି। ଏହା ଫଳରେ ରୋଗୀ ତତ୍କାଳ ଚିକିତ୍ସା ସୁବିଧା ପାଇବେ ଏବଂ ସେମାନଙ୍କ ଜୀବନରକ୍ଷା ସମ୍ଭବ ହୋଇପାରିବ। ଯାତ୍ରା ପଥର ବିଭିନ୍ନ ସ୍ଥାନରେ ଏସବୁ ଆମ୍ବୁଲାନ୍ସ ଓ ଷ୍ଟୋକ ଭ୍ୟାନକୁ ମୁତୟନ କରାଯିବ। ଦେଶର ବିଭିନ୍ନ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀମାନଙ୍କୁ ଯାତ୍ରା ପଥରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଯୋଗାଇ ପାଇଁ ମୁତୟନ କରିବାକୁ ଚେଷ୍ଟା କରାଯାଉଛି। ଏହା ଫଳରେ ସମ୍ପୃକ୍ତ ପିଜି ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଓ କୁଶଳତା ବୃଦ୍ଧି କରିବାର ଅଭିଜ୍ଞତା ପାଇବେ ବୋଲି ଡକ୍ଟର ମାଣ୍ଡବୀୟ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯାତ୍ରା ପଥର ଉଚ୍ଚ ପାର୍ବତ୍ୟାଞ୍ଚଳରେ ତୀଥଯାତ୍ରୀଙ୍କ ପାଇଁ ଜରୁରୀ ଔଷଧ ଯୋଗାଣରେ ଡ୍ରୋନର ବ୍ୟବହାର କରାଯିବ। ତେଣୁ ଚାରିଧାମ ଯାତ୍ରାରେ ସେ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଯିବ। କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଆଦି ତୀର୍ଥସ୍ଥଳ ସମୁଦ୍ର ପତନଠାରୁ ୧୦ହଜାର ପୁଟ୍ ଉଚ୍ଚରେ ଗଡୱାଲ ହିମାଳୟରେ ଅବସ୍ଥିତ। ନିକଟରେ ଏମ୍ସ-ଋଷିକେଶ ପକ୍ଷରୁ ଡ୍ରୋନ ସେବା ମାଧ୍ୟମରେ ଔଷଧ ଯୋଗାଣ କାର୍ଯ୍ୟ ହାତକୁ ନିଆଯାଇଛି। ଆହୁରି ମଧ୍ୟ ରୋଗୀଙ୍କ ପାଇଁ ଋଷିକେଶ ଏମ୍ସ, ଡୁନ ମେଡିକାଲ କଲେଜ ଓ ଶ୍ରୀନଗର ମେଡିକାଲ କଲେଜ ପକ୍ଷରୁ ଏକ ସୁଦୃଢ ରେଫରାଲ ସୁବିଧା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ବିଶେଷଜ୍ଞ ଚିକିତ୍ସା ଓ ପରାମର୍ଶ ମଧ୍ୟ ଦିଆଯାଉଛି। ଆବଶ୍ୟକ ପଡିଲେ ତୀର୍ଥଯାତ୍ରୀଙ୍କୁ ଏହି ରେଫରାଲ ସୁବିଧା ମାଧ୍ୟମରେ ଆବଶ୍ୟକ ଜରୁରୀ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଡକ୍ଟର ମାଣ୍ଡବୀୟ କହିଛନ୍ତି।

ଏସବୁ ପଦକ୍ଷେପ ଓ ବ୍ୟବସ୍ଥାକୁ ସଫଳ କରିବା ପାଇଁ ନାଗରିକ ଅନୁକୂଳ ଯୋଗାଯୋଗ ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଗୁରୁତ୍ୱ ଦିଆଯିବ। ପାଣିପାଗର ସ୍ଥିତି, ସ୍ୱାସ୍ଥ୍ୟସେବା କେନ୍ଦ୍ରର ଠିକଣା, କଲସେଣ୍ଟର ନମ୍ବର, ପ୍ରାକ୍ ଯାତ୍ରା ସ୍କ୍ରିନିଂ, ଏମରେଜେନ୍ସି ସପୋର୍ଟ ନମ୍ବର ଆଦି ବିଷୟରେ ମଧ୍ୟ ତୀର୍ଥଯାତ୍ରୀମାନେ ୱେବସାଇଟ ଓ ପୋର୍ଟାଲରୁ ତଥ୍ୟ ପାଇପାରିବେ।

କେଦାରନାଥ ଡକ୍ଟର ମନସୁଖ ମାଣ୍ଡଭିୟ ବଦ୍ରିନାଥ ସ୍ୱାସ୍ଥ୍ୟ ଭିତ୍ତିଭୂମି
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀଙ୍କ ଜୀବନ, ପିକଅପ୍ ଭ୍ୟାନ୍ ଧକ୍କାରେ ମୃତ୍ୟୁ

October 4, 2026

ବିମାନ ଆକ୍ରମଣ ଏଡ଼ାଇଥିବା ଭାରତୀୟ ପାଇଲଟଙ୍କ ସହ କଥା ହେଲେ ନେତନ୍ୟାହୁ

October 4, 2026

୨ ଇରାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଆମେରିକା

October 4, 2026

ବାରଣ୍ଡାରେ ଇ-ସ୍କୁଟି ପାର୍କିଂ ହେଲା କାଳ! ଜଳିଗଲା ସ୍କୁଟି ସହ ବାଇକ୍‌

October 4, 2026
Latest News

ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀଙ୍କ ଜୀବନ, ପିକଅପ୍ ଭ୍ୟାନ୍ ଧକ୍କାରେ ମୃତ୍ୟୁ

October 4, 2026

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ତତ୍ପରତା: ଜନସମ୍ପର୍କ ଓ ସାଂଗଠନିକ ସମନ୍ୱୟ ଉପରେ ଡି. ପୁରନ୍ଦେଶ୍ୱରୀଙ୍କ ଗୁରୁତ୍ୱ

October 4, 2026

ବିମାନ ଆକ୍ରମଣ ଏଡ଼ାଇଥିବା ଭାରତୀୟ ପାଇଲଟଙ୍କ ସହ କଥା ହେଲେ ନେତନ୍ୟାହୁ

October 4, 2026

୨ ଇରାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଆମେରିକା

October 4, 2026

ବୁଲା କୁକୁର ଆତଙ୍କ: ଗୋଟିଏ ଦିନରେ ୧୩ ମେଡିକାଲେ ଭର୍ତ୍ତି, ଲୋକେ ଭୟଭୀତ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.