ଚିଲିକା ତହସିଲଦାରଙ୍କ ମହାନତା: ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ନେଲେ ହସ୍ପିଟାଲ

Published: Mar 10, 2023, 6:23 pm IST

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲଦାର ଏକ ମହତ୍ତ କାର୍ଯ୍ୟ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ବାଇକ ଚାଳକଙ୍କୁ ଚିଲିକା ତହସିଲଦାର ଉଦ୍ଧାର କରି ନିଜ ଗାଡି ଯୋଗେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ସୂଚନା ମୁତାବକ ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ କରଡି ଛକ ଠାରେ ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣାରେ ଉଭୟ ବାଇକ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନୀୟ ବରଡି ଗ୍ରାମର ଜଣେ ୫୦ ବର୍ଷୀୟ ବୃଦ୍ଧା ଗୁରୁତର ଆହତ ହୋଇଥିଲେ। ଠିକ ସେହି ସମୟରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଫିଲଡ଼ କାମ ସାରି ନିଜ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଉକ୍ତ ଦୁର୍ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଥିସହିତ ଉଭୟ ବାଇକ ଚାଳକଙ୍କ ମଧ୍ୟରେ ଆପୋଷ ସମାଧାନ କରିଥିଲେ। ତହସିଲଦାରଙ୍କ ଏଭଳି ମହତ କାର୍ଯ୍ୟକୁ ଆହତ ବୃଦ୍ଧା ସାଧୁବାଦ ଜଣାଇବା ସହ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Related posts