ଏଥର ରାମ ନବମୀ କେବେ ? କେଉଁ ସମୟରେ ପଡୁଛି ପୂଜା ମୁହୁର୍ତ୍ତ

Published: Mar 16, 2023, 5:58 pm IST
Ram Navami

ଭୁବନେଶ୍ବର: ପାଖେଇଲା ମର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କ ଜନ୍ମଦିନ। ସାଧାରଣତଃ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ରାମ ନବମୀ ପାଳିତ ହୋଇଥାଏ। କାରଣ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଏହି ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ସେହି ଅନୁସାରେ ଚଳିତ ବର୍ଷ ଏହି ତିଥୀ ବା ରାମ ନବମୀ ଏହି ମାର୍ଚ୍ଚ ୩୦ ତାରିଖରେ ପଡୁଅଛି।

ଓଡିଶାର ରାମ ନବମୀ ବେଶ୍ ଧୂମଧାମ ତଥା ଭକ୍ତିପୂତ ଭାବେ ପାଳନ କରାଯାଇଥାଏ। ଏହି ଉତ୍ସବ ଅନେକ ସ୍ଥାନରେ ମାସାଧିକ ସମୟ ମଧ୍ୟ ପାଳନ କରାଯାଇଥାଏ। ଏହିଦିନ ଭକ୍ତମାନେ ଉପବାସ ଧାରଣ କରି ବ୍ରତ କରିଥାନ୍ତି।

ରାମ ନବମୀରେ ପୂଜା ମୁହୁର୍ତ୍ତ

ନବମୀ ତିଥୀ ପ୍ରାରମ୍ଭ- ୨୯ ମାର୍ଚ୍ଚ ୨୦୨୩ ରାତ୍ର ୯ ଟା ୦୭ ମିନିଟ

ନବମୀ ତିଥୀ ଶେଷ- ୩୦ ମାର୍ଚ୍ଚ ୨୦୨୩ ରାତ୍ରୀ ୧୧ ଟା ୩୦ ମିନିଟ

ରାମ ନବମୀର ଶୁଭ ମୁହୁର୍ତ୍ତ ଆରମ୍ଭ- ୩୦ ମାର୍ଚ୍ଚ ୨୦୨୩ ସକାଳ ୧୧ ଟା ୧୧ ମିନଟ

ରାମ ନବମୀର ଶୁଭ ମୁହୁର୍ତ୍ତ ଶେଷ- ୩୦ ମାର୍ଚ୍ଚ ୨୦୨୩ ଦିନ ୧ ଟା ୪୬ ମିନିଟ

Related posts