Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆରଇଡିଏ କୁ ଷ୍ଟକ୍ ଏକ୍ସଚେଞ୍ଜରେ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି
ଆଜିର ଖବର

ଆଇଆରଇଡିଏ କୁ ଷ୍ଟକ୍ ଏକ୍ସଚେଞ୍ଜରେ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

March 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ
ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ଏକ ଇନିସିଆଲ୍ ପବ୍ଲିକ୍ ଅଫର ମାଧ୍ୟମରେ ଇଣ୍ଡିଆନ୍ ରିନୱେବଲ୍ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଆଇଆରଇଡିଏ)କୁ ଷ୍ଟକ୍ ଏକ୍ସଚେଞ୍ଜରେ ସାମିଲ କରିବା ଲାଗି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଦ୍ୱାରା ମଞ୍ଜୁରି ପ୍ରଦାନ କରାଯାଇଛି। ଆଇଆରଇଡିଏ ହେଉଛି ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ସରକାରୀ ଅଂଶଧନର ବିକ୍ରୟ ଏବଂ ଫ୍ରେସ ଇକ୍ୱିଟି ଅଂଶଧନ ମାଧ୍ୟମରେ ଆଇଆରଇଡିଏ ପାଇଁ ପାଣ୍ଠି ସଂଗ୍ରହ କରାଯିବ।  ଡିପାର୍ଟମେଣ୍ଟ ଅଫ୍‌ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ (ଡିଆଇପିଏଏମ୍) ଲିଷ୍ଟିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ।

ଆଇପିଓ ମାଧ୍ୟମରେ ବୁକ୍ ବିଲ୍ଡିଂ ଆଧାରରେ ଆଇଆରଇଡିଏ କୁ 13.90 କୋଟି ଫ୍ରେସ ଇକ୍ୱିଟି ସେୟାର ପ୍ରଦାନ କରିବାକୁ ଆଇଆରଇଡିଏ କୁ ଅନୁମତି ଦେବା ପାଇଁ ଏହି ନିଷ୍ପତ୍ତି ଜୁନ୍, 2017 ରେ ନିଆଯାଇଥିବା ସିସିଇଏ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛି।  ମାର୍ଚ୍ଚ, 2022 ରେ ସରକାରଙ୍କ ଦ୍ୱାରା 1500 କୋଟି ଟଙ୍କାର ନିବେଶ ପରେ ପୁଞ୍ଜି ନିବେଶର ଢାଞ୍ଚାରେ ପରିବର୍ତ୍ତନ ଯୋଗୁଁ ତତକ୍ଷଣାତ୍ ନିଷ୍ପତ୍ତି ଆବଶ୍ୟକ ହୋଇଛି।

ଇନିସିଆଲ୍‌ ପବ୍ଲିକ୍ ଅଫର୍ (ଆଇପିଓ) ଗୋଟିଏ ପଟେ ସରକାରଙ୍କ ନିବେଶର ମୂଲ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଅନ୍ୟ ପଟେ ଜନସାଧାରଣଙ୍କୁ ଜାତୀୟ ସମ୍ପତ୍ତିରେ ଅଂଶଧନ ହାସଲ କରିବା ଏବଂ ସେଥିରୁ ଲାଭ ପାଇବା ପାଇଁ ଏକ ସୁଯୋଗ ପ୍ରଦାନ କରିବ। ଏହାବ୍ୟତୀତ, ଏହା ଆଇଆରଇଡିଏକୁ ରାଜକୋଷ ଉପରେ ନିର୍ଭର ନକରି ଅଭିବୃଦ୍ଧି ଯୋଜନା ପୂରଣ ପାଇଁ ଏହାର ପୁଞ୍ଜି ଆବଶ୍ୟକତାର ଏକ ଅଂଶ ବଢ଼ାଇବାରେ ସାହାଯ୍ୟ କରିବ ଏବଂ ଲିଷ୍ଟିଂର ଆବଶ୍ୟକତା ଏବଂ ପ୍ରକାଶନ ଦ୍ୱାରା ଅଧିକ ବଜାର ଅନୁଶାସନ ଏବଂ ସ୍ୱଚ୍ଛତା ମାଧ୍ୟମରେ ବ୍ୟବସ୍ଥାକୁ ଉନ୍ନତ କରିବ।

ଆଇଆରଇଡିଏ ସମ୍ପ୍ରତି ଭାରତ ସରକାରଙ୍କର ଏକ ସମ୍ପୂର୍ଣ୍ଣ ମାଲିକାନା ବିଶିଷ୍ଟ ଏକ ସଂସ୍ଥା ଏବଂ ମିନି-ରତ୍ନା (ବର୍ଗ-1) ସିପିଏସଇ ଯାହା 1987ରେ ଅନ୍ତର୍ଭୁକ୍ତ ଏବଂ ଭାରତରେ ଅକ୍ଷୟ ଶକ୍ତି (ଆରଇ) ଏବଂ ଶକ୍ତି ଦକ୍ଷତା (ଇଇ) ପ୍ରକଳ୍ପର ଆର୍ଥିକ ପୁଞ୍ଜିଲଗାଣ କାର୍ଯ୍ୟରେ ନିୟୋଜିତ। ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସହିତ ଏକ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ଭାବରେ ପଞ୍ଜିକୃତ ହୋଇଛି। ଜଳବାୟୁ ପରିବର୍ତ୍ତନ ଉପରେ ପ୍ୟାରିସରେ ନ୍ୟାସନାଲି ଡିଟରମାଇନ୍‌ଡ କଣ୍ଟ୍ରିବ୍ୟୁସନ (ଏନଡିସି) ର ଏକ ଅଂଶ ଭାବରେ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ 2022 ସୁଦ୍ଧା 175 ଗିଗାୱାଟ ସ୍ଥାପିତ ଅକ୍ଷୟ ଶକ୍ତି କ୍ଷମତା ଏବଂ 2030 ସୁଦ୍ଧା 500 ଅକ୍ଷୟ ଶକ୍ତି ହାସଲ କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି। ଅକ୍ଷୟ ଶକ୍ତି  ଲକ୍ଷ୍ୟ ହାସଲ କରିବାରେ ଆଇଆରଇଡିଏର ଏକ ପ୍ରମୁଖ ଭୂମିକା ରହିଛି।

ଭାରତ ସରକାରଙ୍କ ଅକ୍ଷୟ ଶକ୍ତି ଲକ୍ଷ୍ୟ ଅନୁଯାୟୀ ଆଇଆରଇଡିଏ ଦ୍ୱାରା ଅକ୍ଷୟ ଶକ୍ତି / ଶକ୍ତି ଦକ୍ଷତା ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ଅପରେସନ ଉଭୟ କୁଶଳୀ ଏବଂ ଅଣକୁଶଳୀ ମାନବ ସମ୍ବଳ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବ।

ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଆଇଆରଇଡିଏ କ୍ୟାବିନେଟ୍ ମଞ୍ଜୁରି ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.