୧୧୦ ବଣ୍ଡଲ କେନ୍ଦୁପତ୍ର ସହ ଟାଟା ଏସି ଜବତ ଜବତ, ୪ ଗିରଫ 

Published: Mar 23, 2023, 7:57 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍‌ରେ ଦିନକୁ ଦିନ କେନ୍ଦୁପତ୍ର, ଗଞେଇ, ଅଫିମ ଚୋରା ବେପାରୀଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଚୋରା ବେପାରୀମାନେ ପୋଲିସ୍ ଓ ବନବିଭାଗର ଆଖିରେ ଧୂଳିଦେଇ ଖୁଲମ୍ ଖୁଲା ଅନାୟାସରେ ଏହି ବେପାର କରିଚାଲିଛନ୍ତି। ବେଳେବେଳେ ପୋଲିସ୍ କି ବନବିଭାଗ ସେମାନଙ୍କର ଟେର୍ ମଧ୍ୟ ପାଇପାରୁନାହିଁ।

ନାକଟିଦେଉଳ ଥାନା କୁଞାମୁରା ଗ୍ରାମ ନିକଟରୁ ପୋଲିସ୍ ଏକ ଟାଟା ଏସିରୁ ୧୧୦ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ ପ୍ରକାଶ ଯେ, ନାକଟିଦେଉଳ ରେଞ କୁଞାମୁରା ନିକଟରୁ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲେ। ଟାଟା ଏସିରୁ ପୋଲିସ୍ ୧୧୦ ବଣ୍ଡଲ କେନ୍ଦୁପତ୍ର ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଛି।

ସେମାନଙ୍କ ପାଖରୁ ଏକ ପ୍ଲାଟିନା ମୋଟର ସାଇକେଲ ଓଡି ୨୮ଏ୪୯୯୪ ଏବଂ ଟାଟାଏସି ଓଡି ୧୫ଏ୦୪୯୯ କୁ ପୋଲିସ୍ ଜବତ କରିଥିବା ବେଳେ ନାକଟିଦେଉଳ ଥାନା କୁଞାମୁରା ଗ୍ରାମର ଶିବସୁନ୍ଦର ସାହୁ , ଦେବଗଡ ଜିଲ୍ଲା ରିଆମାଳ ଥାନା ସୁନାରିପଡାର ବୈଷ୍ଣବ ବେହେରା, ଭିତରପଦର ରାମା ମହାନନ୍ଦ ଓ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଂଚଳର ପ୍ରଦୀପ ରାଉଳଙ୍କୁ ପୋଲିସ୍ ଗିରଫ କରିଥିଲା। ହେଲେ ମୁଖ୍ୟ ଆସାମୀ ରିଆମାଳର ପ୍ରିୟବ୍ରତ ସାହୁ ଘଟଣା ସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଥିଲା।

ପୋଲିସ୍ କେନ୍ଦୁପତ୍ର ଗାଡିସହ ଅଭିଯୁକ୍ତମାନଙ୍କୁ ନାକଟିଦେଉଳ ବନବିଭାଗକୁ ହସ୍ତାନ୍ତର କରିଥିବା ନାକଟିଦେଉଳ ରେଞ ଅଧିକାରୀ ଅଶ୍ୱିନୀ ବେହେରା ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲଣ କରାଯାଇଛି।

Related posts