Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ୟାନ୍ସର ରୋଗୀଙ୍କ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କଲେ ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍
ଆଜିର ଖବର

କ୍ୟାନ୍ସର ରୋଗୀଙ୍କ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କଲେ ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍

March 28, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଯୁବ ସର୍ଜନଙ୍କର ଏକ ଟିମ୍ ଜଣେ କ୍ୟାନ୍ସର ରୋଗୀଙ୍କର ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି।

ଅଗ୍ନାଶୟ (ପାନ୍‌କ୍ରିଆସ) କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍। ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରଟି ପ୍ରମୁଖ ରକ୍ତ ଧମନୀ ସିଲିଆକ୍ ଟ୍ରଙ୍କକୁ ଆକ୍ରାନ୍ତ କରିଥିଲା ଯାହାକି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଗ ସହ ମଧ୍ୟ ଜଡ଼ିତ ଥିଲା।

ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜ୍ୟୋର୍ତିମୟ ଜେନାଙ୍କ ନେତୃତ୍ୱରେ ଏକ ବହୁବିଧ ଟିମ୍ ଏହି ସମସ୍ୟାକୁ ନେଇ ଅନେକ ବିଚାରବିମର୍ଶ କରିବା ପରେ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନେଇଥିଲେ।

ଟ୍ୟୁମରଟି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ ଯେପରିକି ସିଲିଆକ୍ ଟ୍ରଙ୍କ୍‌, ଯକୃତକୁ ରକ୍ତବାହୀ ଧମନୀ, ପାକସ୍ଥଳୀ ଏବଂ ପ୍ଲିହାକୁ ପ୍ରଭାବିତ କରୁଥିବାରୁ ଏହା ଚିନ୍ତାର କାରଣ ଥିଲା। ସିଲିଆକ୍ ଟ୍ରଙ୍କ (ସିଲିଆକ୍ ଧମନୀ) ଯାହାକି ତିନି ଭାଗ ହୋଇ ପାକସ୍ଥଳୀ, ଯକୃତ ଏବଂ ପ୍ଲିହାକୁ ରକ୍ତ ଯୋଗାଇଥାଏ ତାହାକୁ ବାହାର କରିବାର ଆବଶ୍ୟକତା ପଡ଼ିଥିଲା। ତେବେ ଏଭଳି କରିବା ଦ୍ୱାରା ଯକୃତକୁ ରକ୍ତ ସଂଚାଳନ ବନ୍ଦ ହୋଇ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି ଡାକ୍ତର ଜେନା ମଙ୍ଗଳବାର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ସମ୍ପୃକ୍ତ ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା କ୍ୟାନ୍ସର ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ରହିଥିବା ବେଳେ ସର୍ଜିକାଲ୍ ଟିମ୍ ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇଥିଲେ। ମାତ୍ର ରକ୍ତ ଧମନୀ ଏକ ବଡ଼ ସମସ୍ୟା ସୃ୍‌ଷ୍ଟି କରିଥିଲା ବୋଲି ସେ କହିଥିଲେ।

ଏଭଳି ରୋଗୀଙ୍କ କ୍ଷେତ୍ରରେ ପ୍ରାୟତଃ ଅସ୍ତ୍ରୋପଚାର କରାଯାଇ ନଥାଏ କାରଣ ଏମାନେ ମାତ୍ର ୬ ମାସ ବଂଚିବାର ସମ୍ଭାବନା ଥାଏ। ତେବେ ଆପେଲ୍‌ବି ପ୍ରୋସିଡ୍ୟୁୟର୍ ନାମକ ଏକ ଜଟିଳ ଅସ୍ତ୍ରୋପଚାର ଏଭଳି ରୋଗୀଙ୍କ କ୍ଷେତ୍ରରେ କରାଯାଇଥାଏ। ବିଶ୍ୱର ଅଳ୍ପ କେତେକ ହସ୍ପିଟାଲ୍‌ରେ ଏହା ସମ୍ପାଦନ କରାଯାଉଥିବା ଡାକ୍ତର ଜେନା କହିଛନ୍ତି।

ତେବେ ନିର୍ଦ୍ଦିଷ୍ଟ କେତେକ ରୋଗୀଙ୍କ ଶରୀରରେ ଏହି ଅସ୍ତ୍ରୋପଚାର କରାଯାଇଥାଏ ଓ ସର୍ଜରୀ ପୂର୍ବରୁ ସିଟି ସ୍କାନ୍ ମାଧ୍ୟମରେ ଯକୃତକୁ ଅନ୍ୟ କେଉଁ ଦିଗରୁ ରକ୍ତ ସଂଚାଳନ ହୋଇପାରୁଛି କି ନାହିଁ ତାହା ପରୀକ୍ଷା କରାଯାଇଥାଏ। ତେବେ ଏହି ରୋଗୀଙ୍କ କ୍ଷେ୍‌ତ୍ରରେ ଅନ୍ୟ କୌଣସି ମାଧ୍ୟମରେ ଯକୃତକୁ ରକ୍ତ ସଂଚାଳନ ହେଉ ନଥିଲା। ତେଣୁ କାର୍ଡିଓ ଥୋରାସିକ୍ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ସର୍ଜନଙ୍କ ସାହାଯ୍ୟରେ ଗୋଡ଼ରୁ ଏକ ରକ୍ତ ଧମନୀ ଆଣି ସେହି ସ୍ଥାନରେ ଏକ ନୂତନ ଧମନୀ ସୃଷ୍ଟି କରାଯାଇ ଆଓର୍ଟାରୁ ଯକୃତକୁ ରକ୍ତ ସଂଚାଳନ କରାଯାଇଥିଲା। ଏହି ପରିସ୍ଥିତିରେ “ମୋଡିଫାଏଡ୍ ଆପେଲବି ସର୍ଜରୀ” କରିବା ନିମନ୍ତେ ଚିନ୍ତା କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସିଟିଭିଏସ୍ ସର୍ଜନ୍ ତଥା ଆସୋସିଏଟ୍ ପ୍ରପେସର ଡାକ୍ତର ସଂଗ୍ରାମ କେଶରୀ ବେହେରା କହିଥିଲେ।

ଗତ ଫେବୃଆରୀ ଶେଷ ସପ୍ତାହରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ହସ୍ପିଟାଲ୍‌ର ଏହି ଟିମ୍‌ରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜି, କାର୍ଡିଓ ଥୋରାସିକ୍ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌), ମେଡିକାଲ୍ ଅଙ୍କୋଲୋଜି, ରେଡିଓ-ଡାଏଗ୍ନୋସିସ୍ ଏବଂ ଆନେସ୍‌ଥେସିଓଲୋଜି ବିଭାଗର ବିଶେଷଜ୍ଞମାନେ ସାମିଲ ହୋଇଥିଲେ।

ଏହି ପ୍ରକ୍ରିୟାରେ ଟ୍ୟୁମର ସୃଷ୍ଟି ହୋଇଥିବା ଅଗ୍ନାଶୟର ପ୍ରାୟ ୭୫ ପ୍ରତିଶତ ସହିତ ସିଲିଆକ୍ ଧମନୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରକ୍ତ ଧମନୀ କଢ଼ାଯାଇଥିଲା। ଗୋଡରୁ ଏକ ଧମନୀ କାଢ଼ି ନେଇ ବାଇପାସ୍ ସର୍ଜରୀ ମାଧ୍ୟମରେ ମୁଖ୍ୟ ରକ୍ତ ଧମନୀକୁ ଯକୃତ ସହ ସଂଯୁକ୍ତ କରାଯାଇଥିଲା।

ଏଭଳି ଅସ୍ତ୍ରୋପଚାରରେ ପ୍ରାୟ ୩୦ ରୁ ୪୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ସମ୍ଭାବନା ରହିଥିବା ବେଳେ ଏହି ରୋଗୀ କିନ୍ତୁ ୩ ଦିନ ଆଇସିୟୁରେ ରହିବା ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଉପଯୁକ୍ତ ଚିକିତ୍ସା, ଧ୍ୟାନ ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇଥିବା ବେଳେ ତାଙ୍କର ଫାଇନାଲ୍ ବାୟୋପ୍ସି ରିପୋର୍ଟରେ ତାଙ୍କ ଶରୀରରୁ ଟ୍ୟୁମରଟି ସମ୍ପୂର୍ଣ୍ଣ ରୂପେ ଅନ୍ତର୍ହୀତ ହୋଇଥିବା ଡାକ୍ତର ଜେନା କହିଥିଲେ।

ରୋଗୀ ଜଣକ ଆଇସିୟୁରେ ୭୨ ଘଂଟା ରହିଥିବା ବେଳେ ଡାକ୍ତର ସନ୍ତୋଷ ସିଂ ଓ ଡାକ୍ତର ଅନୀତା ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଇଥିଲେ।

ଭାରତରେ ଖୁବ୍ କମ୍ ଏଭଳି ଅସ୍ତ୍ରୋପଚାର ଘଟଣା ସାମ୍ନାକୁ ଆସୁଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିବା ଡାକ୍ତର ଜେନା କହିଥିଲେ।

ଏହି ଅସ୍ତ୍ରୋପଚାର ଟିମ୍‌ରେ ଡାକ୍ତର ଜେନାଙ୍କ ସହିତ ରେଡିଓ-ଡାଏଗ୍ନୋସିସ୍ ବିଭାଗର ପ୍ରଫେସର ଡାକ୍ତର ଏସ୍‌.ଏସ୍ ମହାପାତ୍ର, ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁମିତ ମହାନ୍ତି, ମେଡିକାଲ୍ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଲଲାଟେନ୍ଦୁ ମହାରଣା, ସିଟିଭିଏସ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ବେହେରା, ଆନେସ୍‌ଥେସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସସ୍ମିତା ପାଣିଗ୍ରାହୀ ଏବଂ ପାଥୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରୁପନ୍ୱିତା ବିଶ୍ୱାଳ ସାମିଲ ଥିଲେ।

ସେହିପରି ଏମ୍‌ସିଏଚ୍ ଛାତ୍ରଛାତ୍ରୀ ଡାକ୍ତର ଉଦୟ ରେଡ୍ଡୀ, ଡାକ୍ତର ହର୍ଷାଲ ଭୋଇ, ଡାକ୍ତର ଏଚ୍‌. ସ୍ୱାମୀ ରାଜେଶ ଓ ଡାକ୍ତର ରଘୁନାଥ ରାଜା ଏହି ସର୍ଜରୀ ଟିମ୍‌ରେ ସାମିଲ ଥିଲେ।

କ୍ୟାନ୍ସର ରୋଗୀ ଜଟିଳ ଅସ୍ତ୍ରୋପଚାର ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026

ଦୁଇ ବାଇକ୍ ଧକ୍କା: ଦୁଇ ମୃତ

April 13, 2026

ହାଇୱା-ବସ୍ ଧକ୍କା, ଜଣେ ମୃତ, ୧୬ ଆହତ

April 13, 2026

ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଉପମୁଖ୍ୟମନ୍ତ୍ରୀ

April 13, 2026
Latest News

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026

୨୧୯ ଏଲ୍‍ପିଜି ବିତରକଙ୍କ ଉପରେ ଜରିମାନା, ୫୬ ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

April 13, 2026

ଦୁଇ ବାଇକ୍ ଧକ୍କା: ଦୁଇ ମୃତ

April 13, 2026

ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ପରିବର୍ତ୍ତନଶୀଳ ସମ୍ପ୍ରସାରଣ କରୁଛି ଭାରତୀୟ ରେଳବାଇ

April 13, 2026

ହାଇୱା-ବସ୍ ଧକ୍କା, ଜଣେ ମୃତ, ୧୬ ଆହତ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.