Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଟିଆ ପ୍ରସଙ୍ଗରେ ଓଡ଼ିଶା ବିଜେପି ନେତାଙ୍କୁ ବିଜେଡିର ଟାର୍ଗେଟ୍
ଆଜିର ଖବର

କୋଟିଆ ପ୍ରସଙ୍ଗରେ ଓଡ଼ିଶା ବିଜେପି ନେତାଙ୍କୁ ବିଜେଡିର ଟାର୍ଗେଟ୍

March 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ରରେ ୯ ବର୍ଷ ହେଲା ବିଜେପି ସରକାର ଶାସନ କରୁଛି। ଓଡ଼ିଶାରୁ ବିଜେପିର ୮ ଜଣ ସାଂସଦ ଲୋକସଭାକୁ ଯାଇଛନ୍ତି। ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। ମାତ୍ର ଓଡ଼ିଶା ବିଜେପିର ଏହି ନେତାମାନେ କେବେ ସଂସଦରେ କୋଟିଆ ପ୍ରସଙ୍ଗ ଉଠାଇଛନ୍ତି କି? ଦିନକ ପାଇଁ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିଛନ୍ତି କି? ନିଜ ଦାୟିତ୍ବ ନିର୍ବାହ ନକରି ସେମାନେ ଏବେ କୋଟିଆକୁ ନେଇ ହୀନ ରାଜନୀତି ଚଳାଇଛନ୍ତି। ସେମାନେ ଚାହୁଁଛନ୍ତି କୋଟିଆ ଓଡ଼ିଶାରୁ ଯାଉ ଏବଂ ଓଡ଼ିଶା ଅପଦସ୍ତ ହେଉ। ଆଜି ବିଧାନସଭାରେ ବିଜେପି ବିଧାୟକମାନେ କୋଟିଆ ପ୍ରସଙ୍ଗ ଉଠାଇବା ପରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ସେମାନଙ୍କୁ ଏଭଳି ଢଙ୍ଗରେ କଡ଼ା ଜବାବ ଦେଇଛନ୍ତି।

ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାହୁ କହିଛନ୍ତି ଯେ ବିଧାନସଭାରେ ସମସ୍ତଙ୍କର କହିବାର ଅଧିକାର ଅଛି। ବିରୋଧୀ ଦଳ ମଧ୍ୟ ବିଧାନସଭାରେ ଓଡ଼ିଶାବାସୀଙ୍କ ବିଭିନ୍ନ ସମସ୍ୟା ଉଠାଇବା କଥା। ମାତ୍ର ଓଡ଼ିଶାବାସୀଙ୍କ ସ୍ବାର୍ଥ ବା ହିତ ଲାଗି ସେମାନଙ୍କର କୌଣସି ଆନ୍ତରିକତା ନାହିଁ। ବିରୋଧୀ ଦଳ ପାଖରେ ବିଶେଷ କିଛି ପ୍ରସଙ୍ଗ ନ ଥିବାରୁ ଗତ ପ୍ରାୟ ମାସେ ହେଲା ସେମାନେ ୨/୩ଟି ପ୍ରସଙ୍ଗ ବାରମ୍ବାର ଉଠାଇ ଚାଲିଛନ୍ତି। ଏଭଳି କରି ସେମାନେ ବିଧାନସଭାକୁ ମକେରିରେ ପରିଣତ କରି ସାରିଲେଣି।

କୋଟିଆ ପ୍ରସଙ୍ଗରେ ବିଜେପିକୁ ତୀବ୍ର ସମାଲୋଚନା କରି ଶ୍ରୀ ସାହୁ କହିଛନ୍ତି, କୋଟିଆ ଏକ ଅନ୍ତଃରାଜ୍ୟ ସୀମା ବିବାଦର ପ୍ରସଙ୍ଗ ହୋଇଥିଲେ ମଧ୍ୟ ବିଜେପି ଏହାକୁ ନେଇ କେବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ି ନାହିଁ। ଓଡ଼ିଶାର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଦୀର୍ଘ ବର୍ଷ ଧରି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ପଦରେ ରହିଲେ। ମାତ୍ର ଓଡ଼ିଶା ବିଜେପିର ନେତାମାନେ କୋଟିଆ ସମସ୍ୟା ସମାଧାନ ପାଇଁ ତାଙ୍କ ପାଖରେ ମଧ୍ୟ କେବେ ଫେରାଦ ହୋଇନାହାନ୍ତି। ଏଥିରୁ ଜଣାପଡ଼ୁଛି, ଓଡ଼ିଶାର ସୀମା ସମସ୍ୟାର ସମାଧାନ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡ଼ିଶା ବିଜେପିର କୌଣସି ଆନ୍ତରିକତା କେବେ ନ ଥିଲା କି ଆଜି ମଧ୍ୟ ନାହିଁ। ବିଭିନ୍ନ ପ୍ରସଙ୍ଗରେ ସେମାନେ କେବଳ ମିଥ୍ୟା ପ୍ରଚାର କରି ନିମ୍ନ ମାନର ରାଜନୀତି କରିବା ଶିଖିଛନ୍ତି। କୋଟିଆ ପ୍ରସଙ୍ଗରେ ମଧ୍ୟ ସେମାନେ ତାହାହିଁ କରୁଛନ୍ତି।

ଏହା ବ୍ୟତୀତ କୋଟିଆରେ ବହୁ ସଂଖ୍ୟାରେ ରହୁଥିବା ଦୋରା ଜାତିର ଲୋକେ ମୂଳତଃ ଆଦିବାସୀ ହୋଇଥିଲେ ମଧ୍ୟ ସେମାନଙ୍କୁ ଏଯାଏ ଅନୁସୂଚିତ ଜନଜାତିର ମାନ୍ୟତା ମିଳି ନାହିଁ। ଅପରପକ୍ଷରେ ସୀମା ସେପଟେ ଆନ୍ଧ୍ରପ୍ରଦେଶରେ ରହୁଥିବା ଦୋରାମାନଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦୋରା ଜାତିକୁ ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏତେବର୍ଷ ହେଲା କେନ୍ଦ୍ର ସରକାର ଏହା କାହିଁକି କରୁନାହାନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଯାହା କରିବା କଥା ତାହା କରୁଥିବା ଦର୍ଶାଇ ଶ୍ରୀ ସାହୁ କହିଛନ୍ତି ଯେ କୋଟିଆ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ସାଙ୍ଗକୁ କୋଟିଆବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ୧୦୦ କୋଟିର ପ୍ୟାକେଜ୍ ପ୍ରଦାନ କରିଛନ୍ତି। ତେଣୁ ଏଠି ମୁହଁ ଭୁରୁଡ଼ି ନ ମାରି ଓଡ଼ିଶା ବିଜେପି ନେତାମାନେ ଯଦି ପାରୁଛନ୍ତି ଦିଲ୍ଲୀ ଯାଆନ୍ତୁ ଏବଂ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରରେ ଥିବା ନିଜ ନେତାମାନଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

ଅରୁଣ ସାହୁ ଓଡିଶା କୋଟିଆ ପ୍ରସଙ୍ଗ ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026
Latest News

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.