Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ବୈଠକ: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ
ଆଜିର ଖବର

ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ବୈଠକ: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

April 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ପରିତାପର ବିଷୟ, ଜନସାଧାରଣଙ୍କ ସେବାରେ ଅହରହ ନିଯୁକ୍ତ ଏହି ବର୍ଗର କର୍ମଚାରୀମାନେ ସରକାରୀ ଅବହେଳାର ଚରମ ଶିକାର। ଏହାକୁ ବିରୋଧ କରି ରାଜ୍ୟ ସ୍ତରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ସମସ୍ତ ଅମଲାମାନଙ୍କୁ ନେଇ ଗଠନ କରାଯାଇଅଛି। ଏଥିରେ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘ ପ୍ରଭୃତି ବିଭିନ୍ନ ସଂଘ ଏକତ୍ରିତ ହୋଇ ଅମଲାମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିବା ନିମନ୍ତେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ମିଳିତ ମଞ୍ଚ ଗଠନ କରାଯାଇଅଛି। ରାଜ୍ୟ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା DRDA ସମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାର ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ଏହି ସଭାରେ ଅଂଶ ଗ୍ରହଣ କରିଥିଲେ।

ଉକ୍ତ ସଭାରେ ନାରାୟଣ ଦାଶ ରାଜ୍ୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଉପସ୍ଥିତ ରହି ଉକ୍ତ ସଭାକୁ ସମ୍ବୋଧିତ କରିଥିଲେ। ଶାସନ ବ୍ୟବସ୍ଥା ମଧ୍ୟରେ ଜିଲ୍ଲାସ୍ତରୀୟ ଅମଲାମାନେ କିଭଳି ନିର୍ଯ୍ଯାତିତ ଭାବେ କାଳତିପାତ କରୁଛନ୍ତି, ତାହାକୁ ଉଦାହରଣ ମାଧ୍ୟମରେ ବୁଝାଇବା ସହିତ କନିଷ୍ଠ ସହାୟକ ମାନଙ୍କର ଦରମା ଲେବୁଲ୍-୯ ନହେବା ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅମଲା ମାନେ ସେମାନକର ଦାବୀକୁ ଶାଣିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଏକତ୍ରିତ ହୋଇ ଆମର ନ୍ୟାର୍ଯ୍ୟ ଦାବୀକୁ ହାସଲ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ।

ଏହି ବୈଠକରେ ଓଡିଶା ଅମଲା ସଂଘର ସଭାପତି ସର୍ବେଶ୍ଵର ସାହୁ, ସାଧାରଣ ସମ୍ପାଦକ ଅଶୋକ କୁମାର ପଣ୍ଡା, ଓଡିଶା ରାଜସ୍ୱ ଅମଲା ସଂଘର ସଭାପତି ତ୍ରିନାଥ ଦଳେଇ, ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ପ୍ରଧାନ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘର ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ପରିଡା, ଓଡିଶା ଉପନିବନ୍ଧକ ଅମଲା ସଂଘର ବିକ୍ରମ ପୃଷ୍ଟୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାରେ ମିଳିତ ଅମଲା ମଞ୍ଚ ଗଠନ କରାଯାଇ ମିଳିତ ଭାବେ ସମସ୍ତ ଅମଲା ରାଜ୍ୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ସରକାର ଯଦି କନିଷ୍ଠ ସହାୟକ ମାନଙ୍କର ଦରମା ଲେବୁଲ୍-୯କୁ ଉନ୍ନୀତ କରିବା ପାଇଁ ପଦକ୍ଷେପ ନ ନିଅନ୍ତି ତେବେ ଶାନ୍ତିପ୍ରିୟ ଅମଲା ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ ଏବଂ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଥିଲା।

ସର୍ବସମତି କ୍ରମେ ଅଶୋକ କୁମାର ପଣ୍ଡା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ଖୋର୍ଦ୍ଧା ଜିଲ୍ଲାର ଅଧ୍ୟକ୍ଷ ସନ୍ତୋଷ କୁମାର ନିସଙ୍କ ଆବାହକ ଭାବେ ନିର୍ବାଚିତ ହେଲେ। ପରବର୍ତ୍ତୀ ପଦକ୍ଷେପ ରାଜ୍ୟ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଆହ୍ଵାନ କ୍ରମେ ନିଆଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।

ଆନ୍ଦୋଳନ ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026
Latest News

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.