Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ ୨୦୨୩ରେ ମୋଟ ଜିଏସ୍‌ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ
ଆଜିର ଖବର

ଏପ୍ରିଲ ୨୦୨୩ରେ ମୋଟ ଜିଏସ୍‌ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ

May 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୩ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି। ସେଥିରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୩୮, ୪୪୦ କୋଟି, ରାଜ୍ୟ ଜିଏସ୍‌ଟିର ଅଂଶ ୪୭, ୪୧୨ କୋଟି ଓ ସମନ୍ୱିତ ଜିଏସ୍‌ଟିର ପରିମାଣ ୮୯, ୧୮୫ କୋଟି ଟଙ୍କା। ଏଥିରେ ସାମଗ୍ରୀ ଆମଦାନୀ ଜନିତ ୩୪, ୯୭୨କୋଟି ଟଙ୍କାର ଟିକସ ଓ ୧୨, ୦୨୫କୋଟି ଟଙ୍କାର ସେସ୍ ଅନ୍ତର୍ଭୁକ୍ତ।

ଏହି ସମୟରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୪୫, ୮୬୪, ରାଜ୍ୟ ଜିଏସ୍‌ଟି ଓ ସିଜିଏସଟି ବାବଦ ୩୭, ୯୫୯ କୋଟି ଟଙ୍କାର ଦେୟ ବଣ୍ଟନ କରିଛନ୍ତି। ୨୦୨୩ ଏପ୍ରିଲରେ ନିୟମିତ ଟିକସ ବାବଦ ଅର୍ଥ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟମାନଙ୍କର ମୋଟ ରାଜସ୍ୱ ପରିମାଣ ୮୪, ୩୦୪ କୋଟି କେନ୍ଦ୍ରୀୟ ଓ ୮୫, ୩୭୧କୋଟି ରାଜ୍ୟ ଜିଏସ୍‌ଟି।

ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ଜିଏସ୍‌ଟି ରାଜସ୍ୱ ଗତବର୍ଷର ସମାନ ମାସଠାରୁ ୧୨% ଅଧିକ। ଏହି ମାସରେ ଘରୋଇ କାରବାର (ସେବା ଆମଦାନୀ ସହିତ ) ଗତବର୍ଷଠାରୁ ୧୬% ଅଧିକ ଥିଲା।

ପ୍ରଥମ ଥର ପାଇଁ ମୋଟ ଜିଏସ୍‌ଟି ସଂଗ୍ରହ ୧. ୭୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି । ମୋଟ ଇ-ୱେ ବିଲ ସଂଖ୍ୟା ୨୦୨୩ ମାର୍ଚ୍ଚ ମାସରେ ଥିଲା ୯କୋଟି । ଏହା ୨୦୨୩ ଫେବୃୟାରୀ ମାସ ଠାରୁ ୧୧% ଅଧିକ ।

୨୦୨୩ ଏପ୍ରିଲ ମାସରେ ଗୋଟିଏ ଦିନରେ ଅର୍ଥାତ ଏପ୍ରିଲ ୨୦ତାରିଖରେ ସର୍ବାଧିକ ୬୮, ୨୨୮କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ମୋଟ ୯.୮ ଲକ୍ଷ ଟ୍ରାନ୍‌ଜାକସନ ଜରିଆରେ ଟିକଟଦାତା ଏହି ଟିକସ ପୈଠ କରିଛନ୍ତି। ବର୍ଷକୁ ବର୍ଷ ଭିତ୍ତିରେ ଗତବର୍ଷ ତୁଳନାରେ ଏହି ସଂଗ୍ରହ ଗୋଟିଏ ଦିନରେ ସର୍ବାଧିକ। ୨୦୨୩ ଏପ୍ରିଲ ୨୦ରେ ୯.୮ ଟ୍ରାଞ୍ଜାକସନ ଜରିଆରେ ମୋଟ ୬୮,୨୨୮ କୋଟି ଟଙ୍କାର ଜିଏସ୍‌ଟି  ସଂଗୃହୀତ ହୋଇଥିବାବେଳେ ଗତବର୍ଷ ସମାନ ତାରିଖରେ ୯.୬ଲକ୍ଷ ଟ୍ରାଞ୍ଜାକସନ ମାଧ୍ୟମରେ ସଂଗୃହୀତ ହୋଇଥିଲା ୫୭, ୮୪୬ ଟଙ୍କାର ଜିଏସ୍‌ଟି।

ତଳେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷର ଜିଏସ୍‌ଟି ସଂଗ୍ରହର ଧାରା ମାସୱାରୀ ଦର୍ଶାଯାଇଛି। ଟେବୁଲରେ ମଧ୍ୟ ୨୦୨୩ ଏପ୍ରିଲରେ ରାଜ୍ୟୱାରୀ  ଜିଏସ୍‌ଟି ସଂଗ୍ରହର ପରିମାଣ ଏବଂ ୨୦୨୨ରେ ଆଦାୟ ହୋଇଥିବା ଜିଏସ୍‌ଟି ପରିମାଣ ଉଲ୍ଲେଖ କରାଯାଇଛି।

ଜିଏସ୍‌ଟି ସଂଗ୍ରହ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Latest News

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.