Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ ପାଳିତ
ଆଜିର ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ ପାଳିତ

May 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ମିଳିତ ପ୍ରୟାସରେ ସୋମବାର ଦିନ ସ୍ଥାନୀୟ ଟାଉନ୍ ହଲ ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଓ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୩ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ବିଭାଗୀୟ ଶ୍ରମ ଆୟୁକ୍ତ ନରେନ୍ଦ୍ର ରାଇକା ଯୋଗ ଦେଇଥିଲେ।

ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ସହାୟତା ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ମୁଖ୍ୟ ଅତିଥି ଭୂପିନ୍ଦର ସିଂ ନିଜ ବକ୍ତବ୍ୟରେ ଦେଶ ଓ ରାଜ୍ୟର ସାମଗ୍ରିକ ବିକାଶ ଓ ନିର୍ମାଣ ରେ ଶ୍ରମିକମାନଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଦ୍ଵାରା ପ୍ରଣୟନ ହୋଇଥିବା ବିଭିନ୍ନ ଶ୍ରମିକ ସହାୟତା ଯୋଜନାର ସୁଯୋଗ ନେବାକୁ ଏବଂ ନିଜକୁ ପଞ୍ଜୀକୃତ କରିବାକୁ ଅନୁରୋଧ କରିଥିଲେ।ଅନ୍ୟ ଅତିଥିଗଣ ସମସ୍ତଙ୍କୁ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇ ଅଣ ସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ଯେଭଳି ସହାୟତା ପହଞ୍ଚିପାରିବ ତା ଉପରେ ଅଧିକାରୀ ଧ୍ୟାନ ଦେଲେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ପୂର୍ଣ୍ଣ ହେବ ବୋଲି କହିଥିଲେ।କଳାହାଣ୍ଡି ଜିଲ୍ଲା ରେ ଶ୍ରମିକ ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ମୃତ୍ୟୁ, ଅନ୍ତେଷ୍ଟିକ୍ରୀୟା, ବିବାହ, ମାତୃତ୍ଵ, ଶିକ୍ଷା ସହାୟତା ବାବଦକୁ ମୋଟ ୩,୦୨,୮୯୬୦୦/- ଟଙ୍କା ବିତରଣ କରାଯାଇଛି।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭବାନୀପାଟଣା ନକଟିଗୁଡ଼ା ନିବାସୀ ମୃତ୍ୟୁ ସହାୟତାରେ ମୃତ କାର୍ତ୍ତିକ ସରାଫଙ୍କ ପତ୍ନୀ ଗୀତାଞ୍ଜଳି ସରାଫଙ୍କୁ ୨ ଲକ୍ଷ ଟଂକା , ଅନ୍ତେଷ୍ଟିକ୍ରିୟା ସହାୟତାରେ ଜୁନାଗଡ ବ୍ରାହ୍ମଣୀଗୁଡ଼ାର ସାରଦା ବାଗଙ୍କୁ ୫୦୦୦ ଟଙ୍କା, ସଂବୁନଗରପଡ଼ାର ରଶ୍ମିତା ସାସମଲଙ୍କୁ ୧ ଲକ୍ଷ ଟଂକା,ଶିକ୍ଷା ସହାୟତା ରେ କେସିଙ୍ଗାର ଲଟକାବାହାଲି ଗ୍ରାମର ଲଲିତା ମାଝୀଙ୍କୁ ୫୦୦୦ ଟଙ୍କା, ଚୂଡ଼ାମଣି ସାହୁଙ୍କୁ ବିବାହ ସହାୟତା ପାଇଁ ୫୦୦୦୦ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ସଭାରେ ପ୍ରାୟ ୪୦୦ ରୁ ଊର୍ଦ୍ଧ୍ଵ ଶ୍ରମିକ ଭାଇ ଭଉଣୀ, ଶ୍ରମିକ ସଂଗଠନ କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିଲେ ଦୁର୍ବୃତ୍ତ

May 2, 2026

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ : ପାସ୍ ହାର ୯୫.୩୩ ପ୍ରତିଶତ

May 2, 2026

ମେ ୪ରେ ମିଳିବ ସୁଭଦ୍ରା ଟଙ୍କା

May 2, 2026

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

May 2, 2026
Latest News

ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିଲେ ଦୁର୍ବୃତ୍ତ

May 2, 2026

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ : ପାସ୍ ହାର ୯୫.୩୩ ପ୍ରତିଶତ

May 2, 2026

ମେ ୪ରେ ମିଳିବ ସୁଭଦ୍ରା ଟଙ୍କା

May 2, 2026

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

May 2, 2026

ଛତିଶଗଡ଼ର କାଙ୍କେରରେ ଆଇଇଡି ବିସ୍ଫୋରଣ: ତିନି ଯବାନ ସହିଦ

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.