ବାଘମାରି ଥାନା ଅଞ୍ଚଳରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ

Published: May 2, 2023, 1:49 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଏହି ମାମଲାରେ ପାଞ୍ଚ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ବାଘମାରି ଥାନା ପୋଡ଼ାଡିହ ଗ୍ରାମ ମା’ ମହିଷାଶୁଣି ମନ୍ଦିର ନିକଟରେ ଥିବା ଏକ ଆଜବେଷ୍ଟସ ଘରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡିପିଓ ଓ ବାଘମାରି ଆଇଆଇସିଙ୍କ ତତ୍ୱାବଧାନରେ ଏସଆଇ ଗାୟତ୍ରୀ ଗୋଛାୟତଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ୧୩.୯୫ ଗ୍ରାମ ବ୍ରାଉନ ସୁଗାର ସମେତ ଦୁଇ ଗୋଟି ନମ୍ବର ବିହୀନ ବାଇକ ଜବତ ହୋଇଥିବା ବେଳେ ପାଞ୍ଚ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମାନେ ହେଲେ ପ୍ରସନ୍ନ ସେଠି (୩୫), କମଳ ମଙ୍ଗରାଜ (୨୮), ପବିତ୍ର ଜେନା (୩୨), ସୌଭାଗ୍ୟ ରଞ୍ଜନ ପଣ୍ଡା (୨୧) ଏବଂ ଅଜୟ ସାମନ୍ତରାୟ (୨୬)। ସମସ୍ତ ଅଭିଯୁକ୍ତ ମାନେ ବାଘମାରୀ ଥାନା ଅଞ୍ଚଳର ହୋଇଥିବାବେଳେ ଜବତ ବ୍ରାଉନ ସୁଗାରର ମୂଲ୍ୟ ଏକ ଲକ୍ଷ ତିରିଶ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Related posts