Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସରେ ଯୋଗ ଦେଲେ ଯାଜପୁର ଜିଲ୍ଲାର ବହୁନେତା
ଆଜିର ଖବର

କଂଗ୍ରେସରେ ଯୋଗ ଦେଲେ ଯାଜପୁର ଜିଲ୍ଲାର ବହୁନେତା

May 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସରେ ଯୋଗ ଦେଲେ ଯାଜପୁର ଜିଲ୍ଲାର ବହୁନେତା

ଭୁବନେଶ୍ୱର: କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଶ୍ରୀମତୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡ଼ି କର୍ମୀ ଆଜି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସମସ୍ତଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ଏବଂ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ। ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ଶ୍ରୀମତୀ ଦେଓଙ୍କ ଯୋଗଦାନ କଂଗ୍ରେସକୁ ଯାଜପୁର ଜିଲ୍ଲାରେ ସୁଦୃଢ଼ କରିବ। ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମନୋଜ ରାଉତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ।

ନିଜ ବକ୍ତବ୍ୟରେ ଶ୍ରୀମତୀ ଦେଓ କହିଲେ ଯେ ଆଗାମୀ ଦିନରେ କଂଗ୍ରେସ ସୁଦୃଢ଼ କରିବାରେ ମୁଁ ନିଷ୍ଠାପର ଭାବରେ ମୋର ଉଦ୍ୟମ ଜାରି ରଖିବି ବୋଲି ସେ କହିଥିଲେ। ଶ୍ରୀମତୀ ଦେଓଙ୍କ ସହ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଅନ୍ୟ ନେତୃବୃନ୍ଦ ହେଲେ ସର୍ବଶ୍ରୀ ସେକ୍ ଇମ୍‌ତିୟାଜ ଖାନ୍‌, ଏସ୍‌.କେ. ଅଲ୍ଲହାଜ ଅଲ୍ଲୀ, ମନୋଜ ଜେନା, ମଙ୍ଗୁମହାନ୍ତି, ଅନନ୍ତ ଘଡ଼େଇ, ନରେଶ ବେହୁରିଆ, ମମିତା ମଲ୍ଲିକ, ଅଲିଭା ଘଡ଼େଇ, ସନ୍ଧ୍ୟା ମଲ୍ଲିକ, ଦିପୁ ମଲ୍ଲିକ, ଗୋପାଳ ଜେନା ଓ ପ୍ରକାଶ ଦେଓ ପ୍ରମୁଖ।

ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ମାନସ ଚୌଧୁରୀ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ, ଜାନକୀବଲ୍ଲଭ ପଟ୍ଟନାୟକ, ପୂର୍ବତନ ବିଧାୟକ ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା, ରଜନୀ ମହାନ୍ତି, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପ୍ରକାଶ ମିଶ୍ର, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ୍ ପାତ୍ର, ସୁବ୍ରତ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ, ଗୀତାଞ୍ଜଳୀ ମହାନ୍ତି, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଧି ଓ ଅମରେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସ କଂଗ୍ରେସ ମିଶ୍ରଣ ଯାଜପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଶନିବାର ଦିନି ତିନିଠାକୁରଙ୍କ ଆଡପ ମଣ୍ଡପ ବିଜେ

July 17, 2026

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026
Latest News

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଶନିବାର ଦିନି ତିନିଠାକୁରଙ୍କ ଆଡପ ମଣ୍ଡପ ବିଜେ

July 17, 2026

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.