Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ମା ଭଗବତୀ ପାଳନ କଲେ ସାବିତ୍ରୀ ବ୍ରତ, ବାପଘରୁ ଆସିଥିଲା ଭାର
ଆଜିର ଖବର

ବାଣପୁରରେ ମା ଭଗବତୀ ପାଳନ କଲେ ସାବିତ୍ରୀ ବ୍ରତ, ବାପଘରୁ ଆସିଥିଲା ଭାର

May 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା' ଭଗବତୀ
ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା' ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ମା’ ଭଗବତୀ ପାଳିଲେ ସାବିତ୍ରୀ ବ୍ରତ। ଦକ୍ଷ କନ୍ୟା ସତୀ, ଦେବ ଦେବ ମହାଦେବଙ୍କୁ ପତି ଭାବରେ ବରଣ କରି ନିଜକୁ ଧନ୍ୟ ମନେ କରିଛନ୍ତି। ନିଜ ପତିଙ୍କ ପ୍ରତି ପିତାଙ୍କ ତାଛଲ୍ୟ, କଟୁକ୍ତିସହ୍ୟ କରି ନ ପାରି ଯଜ୍ଞକୁଣ୍ଡରେ ନିଜକୁ ଝାସ ଦେଇଥିଲେ। ସେହି ମା’ ଭଗବତୀ ପାର୍ବତୀ ରୂପରେ ଜନ୍ମ ନେଇ ପୁଣି ଦେବ ଦେବ ମହାଦେବଙ୍କୁ ପତି ଭାବରେ ପାଇବା ପାଇଁ ହିମାଳୟରେ କଠୋର ତପସ୍ୟା କରି ବରପ୍ରାପ୍ତ ହୁଅନ୍ତି।

ପୌରାଣିକ ଉପାଖ୍ୟାନରେ ବର୍ଣ୍ଣିତ ଦେବୀ ଭଗବତୀ ଯିଏ ସମସ୍ତଙ୍କର ମା’ ଆରାଧ୍ୟା ଦେବୀ।ସେ ସତୀ , ସେ ପାର୍ବତୀ , ସେ ସାବିତ୍ରୀ ବୋଲି ବିଶ୍ୱାସ ଅଛି। କିନ୍ତୁ କଳି ଯୁଗରେ ମା’ ମାନବୀୟ ଲୀଳା ର ପ୍ରତୀକ ଭାବରେ ଦେବ ଦେବ ମହାଦେବଙ୍କ ଶୁଭ ମନାସି ସେ ନିଜେ ପାଳନ୍ତି ସାବିତ୍ରୀ ବ୍ରତ।

କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ଏହି ନୀତିକାନ୍ତି ଓଡିଶାର ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତ୍ୟୁଷରୁ ଅଙ୍ଗରାଗ ମାଜଣା, ଅଂଳା ହଳଦୀ ଅଗୁରୁ ଚନ୍ଦନ କର୍ପୁର ମିଶ୍ରିତ ସୁବାଷିତ ଜଳରେ ମହାସ୍ନାନ, ବେଶ, ମହାପ୍ରସାଦ ସେବନ ,ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ।

ପିତ୍ରାଳୟ ଦକ୍ଷ ପ୍ରଜାପତିଙ୍କ ମନ୍ଦିରରୁ ‘ଦଣ୍ଡସେଣା ନେଇଥିଲେ ସାବିତ୍ରୀ ଭାର। ନୂଆ ଶାଢୀ,ଚୂଡ଼ି, ଅଳତା, ସିନ୍ଦୁର କଜ୍ବଳ, ପାନିଆ,ଦର୍ପଣ, ସହ ମୁଗ, ଆମ୍ବ, ପଣସ, ନଡ଼ିଆ, ତାଳ ଖଜୁରଇତ୍ୟାଦି ଫଳ ମୂଳ । ପାଳି ଆ ମାଳି ମଧ୍ୟାହ୍ନରେ ପୁଣି ମା’ଙ୍କୁ ନୂଆ ଶାଢିରେ ବେଶ କରାଇସିନ୍ଧୁର କଜ୍ଵଳ ଓ ଚୁଡ଼ି ଆଦି ସମର୍ପଣ କରି ସୁନ୍ଦର ଭାବରେ ବେଶ ବଢାଇଥିଲେ।

ପରିଚ୍ଛା ସାଆନ୍ତେ ବ୍ରତ ବିଧି ବଢାଇ ଆଳତୀ ବନ୍ଦାପନା ପରେଶଙ୍କୁଡ଼ି ଧୂପ ଲାଗି ହୋଇଥିଲା । ଘଣ୍ଟଘଣ୍ଟା କାହାଳୀ ବାଦ୍ୟହୁଳହୁଳି ଧୂନୀରେ ମନ୍ଦିର ବେଢା ଉଛୁଳି ପଡୁଥିଲା। ପରେ ସର୍ଵସାଧାରଣ ଦର୍ଶନ ପାଇଁ ସାହାଣମେଲା ହୋଇଥିଲା।

ଓଡ଼ିଶାର ଏହି ପ୍ରସିଦ୍ଧ ସାବିତ୍ରୀ ବ୍ରତ କେବଳ ଓଡ଼ିଆଣି ମା’ ଭଉଣୀମାନେ ପାଳନ କରୁଥିବା ବେଳେ ବାଣପୁରର ଆରାଧ୍ୟା ଦେବୀ ଭଗବତୀ ମଧ୍ୟ ଏହି ବ୍ରତ ଓଷା ପାଳୁଥିବାର ପରମ୍ପରା ପ୍ରାଚୀନ କାଳରୁ ଚଳି ଆସୁଛି। ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

ବାଣପୁର ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.