Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଜିଓର ଦବ୍‌ଦବା, ମାର୍ଚ୍ଚରେ ଯୋଡ଼ିଛି ସର୍ବାଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ
ଆଜିର ଖବର

ଓଡ଼ିଶାରେ ଜିଓର ଦବ୍‌ଦବା, ମାର୍ଚ୍ଚରେ ଯୋଡ଼ିଛି ସର୍ବାଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ

May 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଟେଲିକମ୍ ସେବା ପ୍ରଦାନ କ୍ଷେତ୍ରରେ ରିଲାଏନ୍ସ ଜିଓ ତାହାର ଦବ୍‌ଦବା ବଜାୟ ରଖିଛି। ଓଡ଼ିଶାରେ ୧ ନମ୍ବର ଟେଲିକମ୍ ଏବଂ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଆଧିପତ୍ୟ ବଜାୟ ରଖିବା ସହିତ କମ୍ପାନି ୨୦୨୩ ମାର୍ଚ୍ଚ ମାସରେ ସର୍ବାଧିକ ନୂଆ ମୋବାଇଲ ଗ୍ରାହକ ନିଜ ନେଟୱର୍କରେ ସାମିଲ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାଯାଇଛି। ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥାନ ସୁଦୃଢ଼ କରିବା ସହିତ ରିଲାଏନ୍ସ ଜିଓ ୨୦୨୩ ମାର୍ଚ୍ଚ ମାସରେ ପାଖାପାଖି ୯୭ ହଜାର ନୂଆ ମୋବାଇଲ ଗ୍ରାହକ ଯୋଡ଼ିଛି। ଫଳରେ ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧.୪୧ କୋଟିରୁ ଅଧିକ ହୋଇଛି। ୨୦୨୩ ମାର୍ଚ୍ଚରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧ ଲକ୍ଷ ବୃଦ୍ଧି ପାଇ ୩.୩୧ କୋଟିରେ ପହଂଚିଛି।

ୱେରଲାଇନ କ୍ଷେତ୍ରରେ ମଧ୍ୟ ରିଲାଏନ୍ସ ଜିଓ ଓଡ଼ିଶାରେ ୧ ନମ୍ବର ୱେରଲାଇନ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥାନ ଆହୁରି ସୁଦୃଢ଼ କରିଛି। ୨୦୨୩ ମାର୍ଚ୍ଚରେ କମ୍ପାନି ୭୫୦୦ରୁ ଅଧିକ ଜିଓଫାଇବର ହାଇସ୍ପିଡ ହୋମ୍ ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀଙ୍କୁ ସାମିଲ କରିଛି। ଫଳରେ ଓଡ଼ିଶାରେ ମୋଟ ଜିଓଫାଇବର ଗ୍ରାହକଙ୍କ ସଂଖ୍ୟା ୨.୧ ଲକ୍ଷରେ ପହଂଚିଛି।

୨୦୨୩ ମାର୍ଚ୍ଚ ମାସରେ ଜାତୀୟସ୍ତରରେ ମଧ୍ୟ ଜିଓ ସର୍ବାଧିକ ୩୦ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଏବଂ ୩ ଲକ୍ଷରୁ ଅଧିକ ନୂଆ ଜିଓଫାଇବର ଗ୍ରାହକ ଯୋଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଜିଓ ପ୍ରଥମ ଟେଲିକମ୍ ସେବା ପ୍ରଦାନକାରୀ ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛି। ସାରା ଓଡ଼ିଶାରେ ଦ୍ରୁତ ଗତିରେ ଟ୍ରୁ-୫ଜିର ଶୁଭାରମ୍ଭ କରି ଓଡ଼ିଶାରେ ଏହାର ଟ୍ରୁ-୫ଜି କଭରେଜ୍‌କୁ ସୁଦୃଢ଼ କରିବା ସହିତ ଏହି ପ୍ରଯୁକ୍ତିର ଯୁଗାନ୍ତକାରୀ ଲାଭକୁ ଜିଓ ବ୍ୟବହାରକାରୀମାନଙ୍କୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ଜିଓ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହୋଇଛି। ଏଥିସହିତ ଏହି ସହର ଓ ନଗରଗୁଡ଼ିକର ଆଖପାଖରେ ଥିବା ଶତାଧିକ ଗ୍ରାମଗୁଡ଼ିକରେ ମଧ୍ୟ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହୋଇଛି।

ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାକୁ ଉପଭୋଗ କରିବା ଲାଗି ଏହି ସମସ୍ତ ସହର, ନଗର ଓ ଗ୍ରାମର ଜିଓ ବ୍ୟବହାରକାରୀମାନଙ୍କୁ ଜିଓ ୱେଲକମ୍ ଅଫର ଜରିଆରେ ଆମନ୍ତ୍ରଣ କରାଯଉଛି। ଏହି ଅଂଚଳଗୁଡ଼ିକର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଶିକ୍ଷାନୁଷ୍ଠାନ, ମଲ୍ ଓ ବଜାର, ଆବାସିକ ଅଂଚଳ, ହସ୍ପିଟାଲ୍‌, ହୋଟେଲ୍ ଓ ରେସ୍ତୋରାଁ, ସରକାରୀ କୋଠା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ପ୍ରତିଷ୍ଠାନ ଇତ୍ୟାଦିରେ ଜିଓ ଟ୍ରୁ-୫ଜି ସେବା ପହଂଚିପାରିଛି। ଚଳିତ ଆଇପିଏଲ୍ ସିଜନ୍‌ରେ ନିୟୁତାଧିକ ଜିଓ ଗ୍ରାହକ ଜିଓ-ଟ୍ରୁ୫ଜି ସେବାକୁ ବ୍ୟବହାର କରି ନିଜ ଘରେ ଆରାମରେ ରହି ମ୍ୟାଚ୍‌ଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଦେଖିପାରୁଛନ୍ତି।

ଓଡିଶା ଟ୍ରାଇ ତଥ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

March 8, 2026
Latest News

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.