Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶୁଭାରମ୍ଭ
ଆଜିର ଖବର

ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶୁଭାରମ୍ଭ

May 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆର.ଆଇ.ଇ. ଭୁବନେଶ୍ୱର ଓ ଓସେପା ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶିବିର ଆର.ଆଇ.ଇ. ଭୁବନେଶ୍ୱରଠାରେ ଉଦଘାଟିତ ହୋଇ ଯାଇଛି। ଏଥିରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା ଓ ନୈତିକ ଶିକ୍ଷା ଉପରେ ଗୁରୁିତ୍ୱ ଦେଇଥିଲେ।

ତାଲିମ ସମୟରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ଦ୍ୱାରା ବିଭିନ୍ନ ଶିକ୍ଷଣ କୌଶଳ ଲାଭ ପାଇଁ ସେ ପରାମର୍ଶ ଦେଇଥିଲେ। ଆରଆଇଇର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଚରିତ୍ର ଗଠନ ଓ ଶିକ୍ଷକ ସେମାନଙ୍କ ପାଇଁ ଏକ ରୋଲ ମଡେଲ ହେବାକୁ ପ୍ରେରଣା ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିିନୀ ମିଶ୍ର ଶିକ୍ଷକମାନେ କିପରି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନାକରି ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବେ ସେ ବିଷୟରେ ଆହ୍ୱାନ ଦେଇଥିଲେ।

ପ୍ରାରମ୍ଭରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟାର ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ଏହି ତାଲିମ ସମୟରେ ବିଭାଗର ବିବିଧ କାର୍ଯ୍ୟକ୍ରମ ବିଷୟରେ ସୂଚନା ଯଥା ସରକାରୀ ସେବା ଓ ଶୃଙ୍ଖଳା ନୀତିନିୟମ, ଓଡିଶା କ୍ୟାରିଅର ପୋର୍ଟାଲ, ଜାତୀୟ ଶିକ୍ଷା ନୀତି, ଧନ୍ଦାମୂଳକ ଶିକ୍ଷା, ଧାରାଣୀୟ ବିକାଶ, ସାମସ୍‌ ପୋର୍ଟାଲ, ଶ୍ରେଣୀଗୃହ ପରିଚାଳନା କୌଶଳ, ରାଗିଙ୍ଗମୁକ୍ତ କ୍ୟାମ୍ପସ, ସମଗ୍ର ଶିକ୍ଷା ଓ ଷ୍ଟାରସ କାର୍ଯ୍ୟକ୍ରମ, ଆଇସିଟି ଯୁକ୍ତ ଶିକ୍ଷା, ମୋ ସ୍କୁଲ ଆଦି ବିଷୟରେ ଆଲୋଚନା ହେବା ସଂଗେ ସଂଗେ ୱାର୍ଲଡ ସ୍କିଲ ସେଣ୍ଟର କ୍ଷେତ୍ର ପରିଦର୍ଶନ ଯୋଜନା ଥିବା କହିଥିଲେ।

ଅଂଶଗ୍ରହଣକାରୀ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଜିଟି ପ୍ରତିଭା ପ୍ରଧାନ ପ୍ରଥମେ ଜଗନ୍ନାଥ ବନ୍ଦନା ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ରୋଜାଲିନ ମହାରଣା ସରସ୍ୱତୀ ବନ୍ଦନା ଗାନ କରିଥିଲେ। ଡ଼. ସନାତନ ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ଏହି ତାଲିମ୍‌କୁ ପରିଚାଳନା କରିଥିବାବେଳେ ଉପନିର୍ଦ୍ଦେଶକ ପ୍ରଫେସର ତିଳୋତ୍ତମା ସେନାପତି ସଂଯୋଜନା ଓ ମଧୁସୂଦନ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓସେପା
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.