Categories
ଆଜିର ଖବର ରାଜ୍ୟ ଖବର

ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶୁଭାରମ୍ଭ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆର.ଆଇ.ଇ. ଭୁବନେଶ୍ୱର ଓ ଓସେପା ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶିବିର ଆର.ଆଇ.ଇ. ଭୁବନେଶ୍ୱରଠାରେ ଉଦଘାଟିତ ହୋଇ ଯାଇଛି। ଏଥିରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା ଓ ନୈତିକ ଶିକ୍ଷା ଉପରେ ଗୁରୁିତ୍ୱ ଦେଇଥିଲେ।

ତାଲିମ ସମୟରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ଦ୍ୱାରା ବିଭିନ୍ନ ଶିକ୍ଷଣ କୌଶଳ ଲାଭ ପାଇଁ ସେ ପରାମର୍ଶ ଦେଇଥିଲେ। ଆରଆଇଇର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଚରିତ୍ର ଗଠନ ଓ ଶିକ୍ଷକ ସେମାନଙ୍କ ପାଇଁ ଏକ ରୋଲ ମଡେଲ ହେବାକୁ ପ୍ରେରଣା ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିିନୀ ମିଶ୍ର ଶିକ୍ଷକମାନେ କିପରି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନାକରି ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବେ ସେ ବିଷୟରେ ଆହ୍ୱାନ ଦେଇଥିଲେ।

ପ୍ରାରମ୍ଭରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟାର ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ଏହି ତାଲିମ ସମୟରେ ବିଭାଗର ବିବିଧ କାର୍ଯ୍ୟକ୍ରମ ବିଷୟରେ ସୂଚନା ଯଥା ସରକାରୀ ସେବା ଓ ଶୃଙ୍ଖଳା ନୀତିନିୟମ, ଓଡିଶା କ୍ୟାରିଅର ପୋର୍ଟାଲ, ଜାତୀୟ ଶିକ୍ଷା ନୀତି, ଧନ୍ଦାମୂଳକ ଶିକ୍ଷା, ଧାରାଣୀୟ ବିକାଶ, ସାମସ୍‌ ପୋର୍ଟାଲ, ଶ୍ରେଣୀଗୃହ ପରିଚାଳନା କୌଶଳ, ରାଗିଙ୍ଗମୁକ୍ତ କ୍ୟାମ୍ପସ, ସମଗ୍ର ଶିକ୍ଷା ଓ ଷ୍ଟାରସ କାର୍ଯ୍ୟକ୍ରମ, ଆଇସିଟି ଯୁକ୍ତ ଶିକ୍ଷା, ମୋ ସ୍କୁଲ ଆଦି ବିଷୟରେ ଆଲୋଚନା ହେବା ସଂଗେ ସଂଗେ ୱାର୍ଲଡ ସ୍କିଲ ସେଣ୍ଟର କ୍ଷେତ୍ର ପରିଦର୍ଶନ ଯୋଜନା ଥିବା କହିଥିଲେ।

ଅଂଶଗ୍ରହଣକାରୀ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଜିଟି ପ୍ରତିଭା ପ୍ରଧାନ ପ୍ରଥମେ ଜଗନ୍ନାଥ ବନ୍ଦନା ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ରୋଜାଲିନ ମହାରଣା ସରସ୍ୱତୀ ବନ୍ଦନା ଗାନ କରିଥିଲେ। ଡ଼. ସନାତନ ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ଏହି ତାଲିମ୍‌କୁ ପରିଚାଳନା କରିଥିବାବେଳେ ଉପନିର୍ଦ୍ଦେଶକ ପ୍ରଫେସର ତିଳୋତ୍ତମା ସେନାପତି ସଂଯୋଜନା ଓ ମଧୁସୂଦନ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ରାଜ୍ୟର ୧୯୩ ଜଣ କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ଆଜି ଉଦ୍‌ଘାଟିତ ହୋଇଯାଇଛି। ଓସେପାର ଷ୍ଟାରସ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ତାଲିମର ମୂଳ ଉଦ୍ଦେଶ୍ୟ ହେଉଛି ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ରାଜ୍ୟରେ ଥିବା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ପୁନର୍ବିନ୍ୟାସ କରିବା।

ଶିବିରକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ ଏହି ଯୁଗାନ୍ତକାରୀ ପ୍ରୟାସରେ କାର୍ଯ୍ୟରତ ଧନ୍ଦାମୂଳକ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ରହିଛି। ସେମାନଙ୍କର ଦକ୍ଷତା ବିକାଶ ହେଲେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ। ଜାତୀୟ ଶିକ୍ଷାନୀତିରେ ତଥା ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରାଧାନ୍ୟ ଦେଉଛନ୍ତି। ଧନ୍ଦାମୂଳକ ଶିକ୍ଷକମାନେ ନିଜ ନିଜ ଅଞ୍ଚଳର ଚାହିଦା ଅନୁଯାୟୀ ଶିକ୍ଷାଦାନ ପାଇଁ ବିଷୟ ଚୟନ କରି ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ଶାସନ ସଚିବ ଅଶ୍ୱଥି ଏସ ସମ୍ପ୍ରତି ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଧନ୍ଦାମୂଳକ ଶିକ୍ଷାପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ ହେବାଭଳି ବାତାବରଣ ଓ ଶିକ୍ଷାଦାନ ପାଇଁ ନିଜକୁ ପ୍ରସ୍ତୁତି ପାଇଁ ଶିକ୍ଷକମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ସେମାନଙ୍କର ବଳିଷ୍ଠ ମତାମତ ଆଗାମୀ ଦିନରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିପାରିବ ବୋଲି ସେ ମତ ରଖିଥିଲେ।

ଆର.ଆଇ.ଇ ର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗରୱାଲ ଏହି ତାଲିମ ସୁପରିଚାଳନା ପାଇଁ ସମସ୍ତ ସୁବିଧା ଯୋଗାଇବା ସଂଗେ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ।
ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର ଯୋଗଦେଇ ଧନ୍ଦାମୂଳକ ଶିକ୍ଷା ପୁନର୍ବିନ୍ୟାସ ଅନ୍ତର୍ଗତ ଯୋଜନା ବିଷୟରେ ସୂଚନା ଦେଇଥିଲେ।

ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ରାଜ୍ୟରେ ଧନ୍ଦାମୂଳକ ଶିକ୍ଷାର ପୃଷ୍ଠଭୂମି, ପ୍ରସ୍ତାବିତ ରୂପରେଖ ଓ ଭୋପାଳଠାରେ ଏନସିଇଆରଟିର ଏକ ଶାଖା ଭାବେ ଅବସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା ଧନ୍ଦାମୂଳକ କେନ୍ଦ୍ରୀୟ ପ୍ରତିଷ୍ଠାନର ତାଲିମଦାତା ମାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ଏହି ପାଞ୍ଚଦିନିଆ ତାଲିମରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ।

ଏହି ତାଲିମ ସମୟରେ ବିଭିନ୍ନ ପ୍ରସଙ୍ଗରେ ତାଲିମ ଦେବା ସହ ପ୍ରତ୍ୟହ ପ୍ରତୁ୍ୟଷରୁ ଯୋଗ ଶିକ୍ଷା, ୱାର୍ଲଡ ସ୍କିଲ ସେଣ୍ଟର, ସେଣ୍ଟ୍ରାଲ ଟୁଲ ରୁମ ଓ ତାଲିମ କେନ୍ଦ୍ର, ଚନ୍ଦକା ଆଦି କେତେକ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନକୌଶଳ ହାସଲ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ପ୍ରତି ରାଜ୍ୟରେ ଥିବା ଧନ୍ଦା ୨୩୧ ଗୋଟି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଛଅ ଗୋଟି ବିଷୟରେ ଯଥା କୃଷି, ସ୍ୱାସ୍ଥ୍ୟ ଓ ପାରାମେଡିକାଲ ସାଇନ୍ସ, ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ବ୍ୟବସାୟ ଓ ବାଣିଜ୍ୟ, ଗୃହ ବିଜ୍ଞାନ ଓ ହ୍ୟୁମାନୀଟିଜରେ ୧୯ଗୋଟି ଟ୍ରେଡରେ କଳା, ବାଣିଜ୍ୟ ଓ ବିଜ୍ଞାନ ଆଦିରେ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି।

ଏହି ବିଷୟଗୁଡ଼ିକରେ ଉନ୍ନତ ଜ୍ଞାନ କୌଶଳ ଓ ନିଯୁକ୍ତି ସୁଯୋଗ ଉପରେ ଧାରଣା ଦିଆଯିବା ସଂଗେ ସଂଗେ ଯୁବପିଢ଼ି କିପରି ଆତ୍ମର୍ନିଭରଶୀଳ ହୋଇ ପାରିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ।

ପରିଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ପ୍ରଫେସର ତିଲୋତ୍ତମା ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ। ଡ. ବିଜୟା କୁମାରୀ ପାତ୍ର ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବାବେଳେ ଆର.ଆଇ.ଇ ର ଆସୋସିଏଟ ପ୍ରଫେସର ରଶ୍ମିରେଖା ସେଠୀ ତାଲିମ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ଏହି ଅବସରରେ ତାଲିମଦାତା ପ୍ୟାସିଭି ଭୋପାଳର ପ୍ରଫେସର ବି.ଏସ. ମେହେରୋତ୍ରା, ପ୍ରଫେସର ଅଭିଜିତ ନାୟକ ଓ ଡ଼. ଜୟଶ୍ରୀ ମହାପାତ୍ରଙ୍କୁ ମଞ୍ଚରେ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ଅତିଥି ସମ୍ବ୍‌ର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ଓ ଏଡିଇଓ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଓସେପା ଦ୍ୱାରା ପ୍ରଥମ କରି ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ଓ ଏଡିଇଓ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ‘ଏଡୁ ଇନ୍‌ଭେଷ୍ଟ ୨୦୨୩’ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଫଳାଫଳ ସମୀକ୍ଷା ଆଗକୁ ବଢ଼ିବା ପାଇଁ ବାଟ ଦେଖାଏ ବୋଲି କହିଥିଲେ । ଅଧ୍ୟକ୍ଷମାନେ ନିଜ ନିଜ ବିଦ୍ୟାଳୟର ଅଭିନବ ପଦକ୍ଷେପଗୁଡ଼ିକ ପ୍ରଦର୍ଶନ ପାଇଁ ସଜେଇ ରଖିବାକୁ ସେ ପରାମର୍ଶ ଦେଇଥିଲେ ।

ଉତ୍ସବର ଅନ୍ୟତମ ଅତିଥି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରି ନିଜ ଛାତ୍ରଜୀବନରେ କେତେକ ବିରଳ ଅନୁଭୂତି ବାଣ୍ଟିଥିଲେ ଓ ଜଣେ ଗୁରୁ କିପରି ଛାତ୍ରଜୀବନରେ କେତେକ ବିରଳ ଅନୁଭୂତି ବାଣ୍ଟିଥିଲେ ଓ ଜଣେ ଗୁରୁ କିପରି ଛାତ୍ରଜୀବନକୁ ପ୍ରଭାବିତ କରିପାରେ ସେ ବିଷୟରେ ଅବତାରଣା କରିଥିଲେ । ଶିକ୍ଷକମାନେ ଛାତ୍ର ପାଇଁ ରୋଲ ମଡେଲ ହେବା ସଂଗେ ସଂଗେ ନିଜର ଆତ୍ମସମୀକ୍ଷା କରି ନିଜେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ ।

ସମ୍ପ୍ରତି ଓଡ଼ିଶାର ପିଲାମାନେ କିପରି ବିଭିନ୍ନ ଶିକ୍ଷାକ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଆଗୁଆ ହେବେ ସେଦିଗରେ ପ୍ରୟାସ କରିବା ପାଇଁ ସେ ଅଧ୍ୟକ୍ଷମାନଙ୍କୁ ଆହ୍ୱାନ ଦେଇଥିଲେ । ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ DIET -CRCC ସଂଯୋଗ ପରି ଏହି ସମ୍ମିଳନୀ ଅଧ୍ୟକ୍ଷ ଓ ଏଡିଇଓ ସଂଯୋଗ ପାଇଁ ମୂଳଦୁଆ ସ୍ଥାପନ କରିବା ସଂଗେ ସଂଗେ ଶିକ୍ଷା କ୍ଷେତ୍ରରେ ଆଗକୁ ମିଳିତ ପ୍ରୟାସରେ ବହୁକାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା କହିଥିଲେ ।

ସମ୍ମିଳନୀର ଦ୍ୱିତୀୟ ଦିବସ ପ୍ରାରମ୍ଭରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ପରେ ପରେ XIMB ର ପ୍ରଫେସର ଅମର ନାୟକ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ନକ୍ସା ପ୍ରସ୍ତୁତି ପାଇଁ ମାନସ ମନ୍ଥନ କରାଇବା ସଂଗେ ଅଂଶଗ୍ରହଣକାରୀ ଅଧ୍ୟକ୍ଷ ଓ ଏଡିଇଓ ମାନଙ୍କର ନେତୃତ୍ୱ ବିକାଶ ଉପରେ ଆଲୋକପାତ କରିଥିଲେ ଓ ପରେ ଅଧ୍ୟକ୍ଷମାନେ ନିଜ ନିଜ ବିଦ୍ୟାଳୟ ପାଇଁ ଆଗାମୀ ଲକ୍ଷ୍ୟ ଧାର୍ଯ୍ୟ କରି ଏହାର ପରିପୂରଣ ଦିଗରେ ପ୍ରୟାସ କରିବାକୁ ସଂକଳ୍ପ ନେଇଥିଲେ ।

ଏହି କର୍ମଶାଳାରେ ଦୁଇଦିନ ଧରି ଉପସ୍ଥିତ ରହି ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ନିଜ କର୍ମକ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରେରଣା ଦେଇଥିଲେ ଓ ଆଗାମୀ ୩ ମାସ ପରେ ଧାର୍ଯ୍ୟ ଲକ୍ଷ୍ୟ ଦିଗରେ ପୁନଃସମୀକ୍ଷା ପାଇଁ ଆହ୍ୱାନ ଦେଇଥିଲେ । ପରିଶେଷରେ ସମ୍ମିିଳନୀର ସଫଳତା ପାଇଁ ସମସ୍ତ ଅତିଥିବୃନ୍ଦ ଓ ଅଂଶଗ୍ରହଣକାରୀମାନଙ୍କୁ ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟାର ଧନ୍ୟବାଦ ଦେବା ସଙ୍ଗେ ସଂଗେ ଏହିପରି ଶିକ୍ଷା ସମ୍ମିଳନୀ ଆଗାମୀ ଦିନରେ ବାରମ୍ବାର ଆୟୋଜନ ହେବ ବୋଲି ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ ମିଶ୍ର , ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ସଞ୍ଜୟ ଶତପଥୀ ଆଦି ଅତିଥିବୃନ୍ଦ ଉପସ୍ଥିତ ରହି ଦିଗଦର୍ଶନ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଯୁକ୍ତ ୨ କଲେଜ୍ ରେ ଶିକ୍ଷାଦାନ ଆରମ୍ଭ କରିବା ନେଇ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ଦେଶରେ ସମସ୍ତ ସ୍କୁଲ ଏବଂ କଲେଜ୍‌ ବନ୍ଦ ରହିଛି। ତେବେ ରାଜ୍ୟ ସରକାର ଯୁକ୍ତ ୨ କଲେଜ୍ ରେ ଶିକ୍ଷାଦାନ ଆରମ୍ଭ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ କ୍ୟାମ୍ପସ୍‌କୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାରେ ପରୀକ୍ଷାଗାର, କ୍ଲାସ ରୁମ, ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସପ୍ତାହେ ମଧ୍ୟରେ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।