Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋୱିନ୍‌ ତଥ୍ୟ ଗୋପନୀୟତା ଉଲ୍ଲଂଘନ ପ୍ରସଙ୍ଗ: ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାର
ଆଜିର ଖବର

କୋୱିନ୍‌ ତଥ୍ୟ ଗୋପନୀୟତା ଉଲ୍ଲଂଘନ ପ୍ରସଙ୍ଗ: ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାର

June 12, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକା ନେଇଥିବା ହିତାଧିକାରୀଙ୍କ ଗୋପନୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ନେଇ କେତେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ଏସବୁ ରିପୋର୍ଟରେ ଅଭିଯୋଗ କରାଯାଇଛି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ ପୋର୍ଟାଲରେ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ କରାଯାଇଛି। କୋଭିଡ ୧୯ ଟିକା ନେଇଥିବା ହିତାଧିକାରୀଙ୍କ ସବୁ ତଥ୍ୟ ଏହି ପୋର୍ଟାଲରେ ସଂରକ୍ଷିତ ହୋଇ ରହିଛି।

ସାମାଜିକ ଗଣମାଧ୍ୟମ ମଞ୍ଚ ଟ୍ୱିଟ୍ଟରରେ କରାଯାଇଥିବା କେତେକ ପୋଷ୍ଟରେ ଦାବି କରାଯାଇଛି ଯେ, ଟେଲିଗ୍ରାମ (ଅନଲାଇନ ବାର୍ତ୍ତାପ୍ରେରଣ ଆପ୍ଲିକେସନ) ବିଓଟି ବ୍ୟବହାର କରାଯାଇ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ଗୋପନୀୟ ତଥ୍ୟକୁ ଆକ୍ସେସ ବା ହାସଲ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବିଓଟି ମାଧ୍ୟମରେ ଜଣେ ହିତାଧିକାରୀଙ୍କ ମୋବାଇଲ ନମ୍ବର କିମ୍ବା ଆଧାର ନମ୍ବର ଦିଆଯାଇ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ତଥ୍ୟ ହାସଲ କରାଯାଇଛି।

ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଏଭଳି ରିପୋର୍ଟଗୁଡ଼ିକର କୌଣସି ଆଧାର ନାହିଁ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ପ୍ରସାରିତ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ଅଧିକନ୍ତୁ, ୱେବ୍‌ ଆପ୍ଲିକେସନ ଫାୟାରୱାଲ୍‌, ଆଣ୍ଟି-ଡିଡିଓଏସ, ଏସଏସଏଲ/ଟିଏଲଏସ, ନିୟମିତ ବିପଦ ମୂଲ୍ୟାଙ୍କନ, ପରିଚୟ ଏବଂ ଆକ୍ସେସ ପରିଚାଳନା ଆଦି ସୁବିଧା ସହିତ କୋ-ୱିନ ପୋର୍ଟାଲରେ ଯଥେଷ୍ଟ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। କୋୱିନ୍‌ ପୋର୍ଟାଲରେ ଥିବା ତଥ୍ୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି କିମ୍ବା କରାଯାଉଛି।

କୋୱିନ୍‌ ପୋର୍ଟାଲ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି ଏବଂ ଏହା ମନ୍ତ୍ରଣାଳୟ ମାଲିକାନାରେ ରହି ପରିଚାଳିତ ହେଉଛି। କୋୱିନ୍‌ର ବିକାଶ ଏବଂ ନୀତିଗତ ପ୍ରସଙ୍ଗରେ ବିଚାର କରିବା ଲାଗି ଏକ କ୍ଷମତାପ୍ରାପ୍ତ ଟିକା ପରିଚାଳନା ଗୋଷ୍ଠୀ (ଇଜିଭିଏସି) ଗଠନ କରାଯାଇଥିଲା। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଇଜିଭିଏସିର ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ସଦସ୍ୟମାନେ ସାମିଲ ରହିଥିଲେ।

କୋ–ୱିନ ଡେଟା ଆକ୍ସେସ ବା ତଥ୍ୟ ହାସଲ– ବର୍ତ୍ତମାନ ଟିକା ନେଇଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟ ହାସଲ କରିବା ଲାଗି ତିନୋଟି ପର୍ଯ୍ୟାୟ ଦେଇ ଗତି କରିଥାଏ ଯାହାକି ନିମ୍ନରେ ଦିଆଗଲା:

ହିତାଧିକାରୀଙ୍କ ଡ୍ୟାଶବୋର୍ଡ– ଟିକା ନେଇଥିବା ବ୍ୟକ୍ତିବିଶେଷ ନିଜର ପଞ୍ଜିକୃତ ମୋବାଇଲ ନମ୍ବରକୁ ଆସିଥିବା ଓଟିପି ପ୍ରାମାଣିକରଣ କରିବା ପରେ କୋ-ୱିନ୍‌ ତଥ୍ୟ ହାସଲ କରିପାରିବେ।

କୋ–ୱିନ୍‌ ଅଧିକୃତ ବ୍ୟବହାରକାରୀ– ଟିକା ଦେଇଥିବା ବ୍ୟକ୍ତି ପ୍ରାମାଣିକ ଲଗ୍‌ଇନ୍‌ ତଥ୍ୟ ଦାଖଲ କରି ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟ ହାସଲ କରିପାରିବେ। କିନ୍ତୁ ଜଣେ ଅଧିକୃତ ବ୍ୟବହାରକାରୀ କେତେଥର କୋୱିନ୍‌ ସିଷ୍ଟମକୁ ଖୋଲି ତଥ୍ୟ ଦେଖୁଛନ୍ତି ତାହା କୋୱିନ୍‌ ସିଷ୍ଟମ ଅନୁଧ୍ୟାନ କରିଥାଏ ଏବଂ ରେକର୍ଡ ରଖିଥାଏ।

ଏପିଆଇ ଆଧାରିତ ଆକ୍ସେସ– କୋ-ୱିନ୍‌ ଏପିଆଇଗୁଡ଼ିକର ଅଧିକୃତ ଆକ୍ସେସ ପାଇଥିବା ତୃତୀୟ ପକ୍ଷ ଆପ୍ଲିକେସନଗୁଡ଼ିକ ହିତାଧିକାରୀ ଓଟିପି ପ୍ରମାଣିକତା ଜରିଆରେ ଟିକା ନେଇଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟକୁ ଦେଖିପାରିବେ।

ଟେଲିଗ୍ରାମ ବିଓଟି –

ବିନା ଓଟିପିରେ ଟିକା ନେଇଥିବା ହିତାଧିକାରୀଙ୍କ ତଥ୍ୟକୁ କୌଣସି ବିଓଟିରେ ଶେୟାର କରାଯାଇ ପାରିବ ନାହିଁ।

ଟିକା ନେଇଥିବା ବୟସ୍କ ହିତାଧିକାରୀଙ୍କ ଠାରୁ କେବଳ ଜନ୍ମ ବର୍ଷ (ୱାଇଓବି)ର ତଥ୍ୟ ସଂଗ୍ରହ କରାଯାଇଥିବା ବେଳେ ଅନଲାଇନ୍‌ ମିଡିଆ ପୋଷ୍ଟରେ ବିଓଟି ଜରିଆରେ ଜନ୍ମ ତାରିଖ (ଡିଓବି) ତଥ୍ୟ ହାସଲ କରାଯାଇଥିବା ଦାବି କରାଯାଇଛି।

ହିତାଧିକାରୀଙ୍କ ଠିକଣା ନିଆଯିବାର କୌଣସି ବ୍ୟବସ୍ଥା ନାହିଁ।

କୋ-ୱିନକୁ ବିକଶିତ କରିଥିବା ଦଳ ଏହା ସୁନିଶ୍ଚିତ କରିଛନ୍ତି ଯେ, ବିନା ଓଟିପିରେ ତଥ୍ୟ ହାସଲ କରିବା ଭଳି କୌଣସି ସାର୍ବଜନୀନ ଏପିଆଇ ନାହିଁ । ଉପରୋକ୍ତ ବ୍ୟତୀତ,  ଏପରି କେତେକ ଏପିଆଇ ଅଛନ୍ତି ଯେଉଁମାନଙ୍କୁ ତଥ୍ୟ ପ୍ରଦାନ କରିବା ଲାଗି ଆଇସିଏମଆର ଭଳି ତୃତୀୟ ପକ୍ଷଙ୍କ ସହିତ ଯୋଡ଼ା ଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏଭଳି ଏକ ଏପିଆଇରେ ଆଧାର ସହ ଜଡ଼ିତ ମୋବାଇଲ ନମ୍ବରରୁ କଲ କରି ତଥ୍ୟ ବା ଡେଟା ଶେୟାର କରିବାର ସୁବିଧା ରହିଛି। ତେବେ, ଏହି ଏପିଆଇ ମଧ୍ୟ ବିଶେଷ ପ୍ରକାରର ଏବଂ ଏଥିରେ ତଥ୍ୟ ପାଇଁ ଅନୁରୋଧ କେବଳ ବିଶ୍ୱସନୀୟ ଏପିଆଇରୁ ସ୍ୱୀକାର କରାଯାଏ ଯାହାକୁ କୋ-ୱିନ ଆପ୍ଲିକେସନ ଦ୍ୱାରା ଶ୍ୱେତ ତାଲିକାଭୁକ୍ତ ବା ହ୍ୱାଇଟ୍‌ ଲିଷ୍ଟେଡ୍‌ କରାଯାଇଛି।

ଏହି ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ପ୍ରସଙ୍ଗରେ ଅନୁଧ୍ୟାନ କରିବା ଏବଂ ରିପୋର୍ଟ ଦାଖଲ କରିବା ନିମନ୍ତେ ଭାରତୀୟ କମ୍ପ୍ୟୁଟର ଜରୁରିକାଳୀନ ପ୍ରତିକ୍ରିୟା ଟିମ୍‌ (ସିଇଆରଟି-ଇନ୍‌)କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଏହାବ୍ୟତୀତ, କୋ-ୱିନର ବର୍ତ୍ତମାନର ସୁରକ୍ଷା ଉପାୟର ସମୀକ୍ଷା କରିବା ଲାଗି ଏକ ଆନ୍ତରିକ ଅଭ୍ୟାସ ଆରମ୍ଭ କରାଯାଇଛି।

ସିଇଆରଟି-ଇନ୍‌ ନିଜ ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଇଛି ଯେ ଟେଲିଗ୍ରାମ ବିଓଟିର ବ୍ୟାକଏଣ୍ଡ ଡେଟାବେସ୍‌ କୋୱିନ୍‌ ଡେଟାବେସର ଏପିଆଇ ସହିତ ସିଧାସଳଖ ସମ୍ପର୍କ  ସ୍ଥାପନ କରୁନାହିଁ।

କେନ୍ଦ୍ର ସରକାର କୋ-ୱିନ୍ ପୋର୍ଟାଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026
Latest News

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.