Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର: ରଥ ଯାତ୍ରା ପାଇଁ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଚୂଡାନ୍ତ
ଆଜିର ଖବର

ରଣପୁର: ରଥ ଯାତ୍ରା ପାଇଁ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଚୂଡାନ୍ତ

June 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଓଡିଶାର ଦ୍ୱିତିୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରା ପଇଁ ଶ୍ରୀ ଜିଉ ଙ୍କର ନୀତି ଚୂଡାନ୍ତ ହୋଇଛି। ଗତକାଲି ରାତିରେ ରଣପୁର ତହସିଲଦାର ଇପସିତ ସାହୁ ବଣମାଧ୍ୟମ ପ୍ରତିନିଧୀକୁ ଏହି ସୂଚନା ଦେଇଛନ୍ତି।

୧୯ ତାରିଖ ଭୋର ୩ଟାରେ ପଟିଠାକୁର ଙ୍କୁ ଅନ୍ତର କରାଯିବ। ସକାଳ ୯ଟା ସମୟରେ ନେତ୍ର ଉତ୍ସବ ପରେ ସର୍ବସାଧାରଣ ଶ୍ରୀ ଜିଉଙ୍କ ଦର୍ଶନ କରିପାରିବେ। ସେହିପରି ୩ ରଥ ରେ ଦିନ ୧୧ ଟାରେ ନେତ ବନ୍ଦା ହେବ। ୨୦ ତାରିଖ ସକାଳ ୫ ଟାରେ ଅବକାଶ ବଲ୍ଲଭ ହେବାପରେ ସକାଳ ୭ଟାରୁ ୮ ଟା ମଧ୍ୟରେ ରଥ ପ୍ରତିଷ୍ଟା କରାଯିବ। ସକାଳ ୯ ଟାରେ ଧୂପ ହେବାପରେ ୧୦ ରେ ମଙ୍ଗଳଅର୍ପଣ କରାଯିବ। ୧୧ରେ ସାମୟରେ ୩ ଠାକୁ ରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଜିବାପରେ ୧୨ ଟାରେ ଚେରାପହଂରା ହେବ ଓ ଅପରାହ୍ନ ୧ ଟାରେ ରଥ ଟଣା ଆରମ୍ଭ ହେବ।

ରଣପୁର ସଂଙ୍ଗିତ କଳା ନିକେତନ ତରଫରୁ ଅପରାହନ୍ନରେ ସ୍ଥାନୀୟ ଦୋଳ ମଣ୍ଡପ ଠାରେ ଭଜନ ସମାରୋହ ଅନୁଷ୍ଟିତ ହେବ। ୨୧ ତାରିଖରେ ୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂବା ପରେ ସଂଧ୍ୟା ଆଳତି ପରେ ୩ ଠାକୁରଙ୍କୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରାଯିବ। ସେହି ପରି ବାହାଡାଝୋଲା ଦୃଷ୍ଟିହୀନ ଲୋକସଙ୍ଗିତ ତରଫରୁ ସଙ୍ଗିତକାର୍ଯ୍ୟ କ୍ରମ ହେବ। ୨୪ ତାରିଖ ହେରାପଚଂମୀ ସଂଧ୍ୟରେ ଅଭିମାନୀ ଦେବୀ ମହାଲକ୍ଷ୍ମୀ ପଚୁଂ ମହାଦେବଙ୍କ ସହ ଜଗନ୍ନଥ ଙ୍କ ରଥ ଭାଙ୍ଗିବେ। ୨୫ ତାରିଖରେ ରଥ ଦକ୍ଷିଣ ମୋଡ କରାଯିବ। ୨୭ ତାରିଖରେ ନବମୀ ଆଳତି ରାତି ୮ ଟା ସମୟରେ ସମାପନ ପରେ ରାତି ୧୧ ଟାରେ ଶ୍ରୀ ଜିଉ ଙ୍କର ସେନାପଟା ହେବ।

ସଂଧ୍ୟାରେ ପଚୁଂଦୋଳ ପଡିଆରେ ଭୂବନେଶ୍ୱର ମୁର୍ଚ୍ଚନାଦୃଷ୍ଟିହିନ ଲୋକ ସଂଙ୍ଗିତ ପରିଷଦ ତରଫରୁ ଭଜନ ସମାରୋହ ଅନୁଷ୍ଟିତ ହେବ। ୨୮ ତାରିଖ ସକାଳ ୬ ଟାରେ ଅବକାଶ , ବଲ୍ଲଭ ହେବାପାଇଁ ସ୍ଥିର ହୋଇଥିବାବେଳେ ଦିନ ୯.୩୦ ଟା ରେ ସକାଳ ଧୂପ ପରେ ଶ୍ରୀ ଜିଉଙ୍କୁ ଧାଡି ପହଣ୍ଡିରେ ରଥାରୃଢ କରାଜିବ। ଦିନ ୧୨ ଟାରେ ଛେରାପହରା ପରେ ୧.୩୦ ଟାରେ ରଥ ଟଣା ଅନୁଷ୍ଟିତ ହେବ। ସଂଧ୍ୟା ୭ ଟାରେ ପଚୁଂଦୋଳ ପଡିଆଠାରେ ଭୂବନେଶ୍ୱର ସ୍ୱରାଗ୍ନୀ ଭଜନ ସନ୍ଧ୍ୟା ଅନୁଷ୍ଟିତ ହେବ। ୨୯ ତାରିଖ ବଡ ଏକାଦଶୀରେ ରେ ସକାଳ ୮ ଟାରେ ସୁନା ବେଶ ଅନୁଷ୍ଟିତ ହେଉଥିବାବେଳେ ରାତି ୯.୩୦ ରେ ଧୂପ ଓ ବଡ ସିଂହାର ଅନୁଷ୍ଟିତ ହେବ। ସଂଧ୍ୟାରେ ପଚୁଂଦୋଳ ପଡିଆଠାରେ ଟାଉନକ୍ଲବ ଆନୁକୂଲ୍ୟରେ ଓଡିଶା ର ପ୍ରତିଷ୍ଟିତ କଳାକାରାଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଟିତ ହେବ। ବଡ ଏକା ଦଶୀରେ ରଥ ଟଣା ବନ୍ଦ ରହିବ।

୩୦ ତାରିଖ ଅପରାହ୍ନରେ ରଥ ଟଣା ପରେ ଲକ୍ଷ୍ମୀ-ନାରାୟଣ ଭେଟ ଅନୁଷ୍ଟିତ ହେବ। ଜୁଲାଇ ୧ ତାରିଖରେ ସକାଳ ୭ ଟାରେ ଅଧର ପଣା ନିତୀ ପରେ ଶ୍ରୀ ଜିଉ ଙ୍କୁ ଗୋଟି ପହଣ୍ଡିରେ ରତ୍ନସିଂହାସନ କୁ ବିଜେ ହେବେ ବୋଲି ମନ୍ଦିର ପ୍ରଶାସନ ନିଷ୍ପତି ଗ୍ରହଣ କରିଥିବ କଥା ତହସିଲଦାର ଇପସିତ ସାହୁ ଗଣମାଧ୍ୟମ କୁ ସୂଚନା ଦରଇଛନ୍ତି।

ଏହି ସାମ୍ବାଦିକ ସମିଳନୀରେ ଅନ୍ୟମାନ ଙ୍କ ମଧ୍ୟରେ ମନ୍ଦିର ମ୍ୟାନରଜର ରମେଶ ଚନ୍ଦ୍ର ପ୍ରଧାନ, ପରିଚାଳନ କମିଟିର ଡଃ ପ୍ରଶାନ୍ତ କୁମାର ମିଶ୍ର, ହରିହର ନନ୍ଦ, ଭିମ୍ ମହାପାତ୍ର ୍‌, ଅର୍ଜୁନ ଶମା ର୍ ଓ ୩ ରଥର ମୁଖ୍ୟ ମହାରଣା କବିରାଜ ମହାରାଣ ଉପସ୍ଥିତ ଥିଲେ।

rathayatra ଜଗନ୍ନାଥ ମହାପ୍ରଭୁ ରଣପୁର ରଥ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Latest News

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.