Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଏମ୍ ଜମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ ସମାରୋହ’
ଆଜିର ଖବର

ଆଇଆଇଏମ୍ ଜମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ ସମାରୋହ’

June 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ ବରଂ ଓ୍ୱେଲଥ୍ କ୍ରିଏଟର ହେବାକୁ ପଡିବ। ଅର୍ଥାତ୍ ଦେଶରେ ସମ୍ପନ୍ନତା ଆଣିବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ଶୁକ୍ରବାର ଆଇଆଇଏମ ଜାମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ’ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଡିଗ୍ରୀ ଓ ମେଡାଲ ପାଇଥିବା ସମସ୍ତ ୨୨୫ ଜଣ ବିଦ୍ୟାର୍ଥୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ଆଗାମୀ ଦିନ ମାନଙ୍କରେ ଦେଶ ଓ ଦୁନିଆ ପ୍ରତି ତାଙ୍କର ଥିବା ଦାୟିତ୍ୱ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ। ସେ କହିଛନ୍ତି ଆମର ବିଶ୍ୱ ଏକ ଗାଁ, ଏକ ପରିବାର ହୋଇସାରିଛି। ଆମର ଯୁବକଙ୍କ ଉପରେ ଦେଶ ଏବଂ ଦୁନିଆର କଲ୍ୟାଣ କରିବାର ଦାୟିତ୍ୱ ନ୍ୟସ୍ତ ରହିଛି।

 

ପ୍ରଧାନମନ୍ତ୍ରୀ ମୋଦି ଲାଲକିଲାରୁ କହିଥିଲେ ଯେ ପ୍ରଥମେ ପାଠପଢା, ଭଲ ଚାକିରି ଏବଂ ଉତ୍ତମ ଜୀବନ ଶୈଳୀ ହେବା ଦରକାର। ତେବେ ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ ଓ୍ୱେଲ୍ଥ କ୍ରିଏଟର ହେବାକୁ ପଡିବ। ତେବେ ଯାଇଁ ଦେଶରେ ସମ୍ପନ୍ନତା ବଢିବ। ଜାତୀୟ ଶିକ୍ଷା ନୀତି ଆମର ବ୍ୟକ୍ତିଗତ ଜ୍ଞାନକୁ ବଢାଇବା ସହ ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିବ। ଡିଜିଟାଲ ବିପ୍ଳବ ଏବଂ ଶିଳ୍ପ ବିଳ୍ପବ ୪.୦ ଭଳି ପରିବର୍ତ୍ତନ ନୂଆ ନୂଆ ସୁଯୋଗ ଓ ଚ୍ୟାଲେଞ୍ଜ୍ ତିଆରି କରୁଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

 

ଏହି କାର୍ଯ୍ୟକ୍ରମରେ ଜାମ୍ମୁ-କାଶ୍ମିରରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ଯୋଗଦେଇ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିଥିଲେ। ଏହାବ୍ୟତିତ ଶ୍ରୀ ପ୍ରଧାନ ଆଇଆଇଟି ଜମ୍ମୁ, ଆଇଆଇଏମ ଜମ୍ମୁ, ଏନଆଇଟି ଶ୍ରୀନଗର, ସେଣ୍ଟରାଲ ୟୁନିଭର୍ସିଟି ଅଫ୍ କାଶ୍ମିର ଏବଂ ସେଣ୍ଟରାଲ୍ ୟୁନିଭର୍ସିଟି ଅଫ୍ ଜମ୍ମୁର ସାମଗ୍ରିକ ଭିତ୍ତିଭୂମି ଓ ଆଗାମୀ ଦିନର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି କ୍ଷେତ୍ରରେ ଜମ୍ମୁ-କାଶ୍ମିରର ଯୁବକଙ୍କ ପାଇଁ ଥିବା ସୁଯୋଗ ଉପରେ ବୈଠକରେ ଆଲୋଚନା ହୋଇଥିଲା।

ଦୀକ୍ଷାନ୍ତ ସମାରୋହ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026
Latest News

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.