Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍‌ ଷ୍ଟକ୍‌ରୁ ହରଡ଼ ଡାଲି ଯୋଗାଇବ କେନ୍ଦ୍ର
ଆଜିର ଖବର

ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍‌ ଷ୍ଟକ୍‌ରୁ ହରଡ଼ ଡାଲି ଯୋଗାଇବ କେନ୍ଦ୍ର

June 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଏସଟି
ଜିଏସଟି ହାର ସଂଶୋଧନକୁ ଦୃଷ୍ଟିରେ ରଖି ସଂଶୋଧିତ ପରାମର୍ଶ ଜାରି କଲେ ସରକାର

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍‌ ଷ୍ଟକ୍‌ରୁ ହରଡ଼ ଡାଲି ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆମଦାନୀ କରାଯାଇଥିବା ହରଡ଼ ଡାଲି ଭାରତୀୟ ବଜାରରେ ନିର୍ଦ୍ଧାରିତ ଓ ଲକ୍ଷ୍ୟ ଆଧାରିତ ଢଙ୍ଗରେ ନପହଞ୍ଚିବା ପର୍ଯ୍ୟନ୍ତ ସରକାର ଡାଲି ଯୋଗାଇଦେବେ। ଅନଲାଇନ ନିଲାମୀ ଜରିଆରେ ଯୋଗ୍ୟ ମିଲର୍‌ମାନଙ୍କୁ ଡାଲି ଯୋଗାଣ ନିମନ୍ତେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) ଓ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ)କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଉପଭୋକ୍ତାଙ୍କ ଖାଇବା ପାଇଁ ଯଥେଷ୍ଟ ପରିମାଣରେ ହରଡ଼ ଡାଲି ମିଲିଂ ନିମନ୍ତେ ଉପଲବ୍ଧ ହୋଇପାରିବ।

ସାଧାରଣ ଉପଭୋକ୍ତାଙ୍କୁ ଶସ୍ତା ଦରରେ ହରଡ଼ ଡାଲି ଯୋଗାଇ ଦେବା ପାଇଁ ଯଥେଷ୍ଟ ପରିମାଣରେ ଡାଲି ନିଲାମ କରାଯିବ। ବଜାରରେ ଡାଲି ଉପଲବ୍ଧତାର ପ୍ରଭାବକୁ ଆକଳନ କରାଯାଇ ସେହି ଆଧାରରେ ନିଲାମୀର ପୁନରାବୃତ୍ତି କରାଯିବ।

ଏଠାରେ ସୂଚନାଯୋଗ୍ୟ ଯେ ଜମାଖୋରୀ ଏବଂ ବେଆଇନ ମହଜୁଦକୁ ରୋକିବା ତଥା ଉପଭୋକ୍ତାଙ୍କ ପାଇଁ ଯଥେଷ୍ଟ ଡାଲି ଉପଲବ୍ଧତାରେ ସୁଧାର ଆଣିବା ଲାଗି ୨ ଜୁନ୍‌ ୨୦୨୩ରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୯୫ କୁ ଲାଗୁ କରି ସରକାର ହରଡ଼ ଓ ବିରି ଡାଲିର ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରିଥିଲେ। ଏହି ଆଦେଶ ଅନୁଯାୟୀ, ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି।

ପ୍ରତ୍ୟେକ ଡାଲି ଉପରେ ଷ୍ଟକ୍‌ ସୀମା ଲାଗୁ ହେବ। ପାଇକାରୀ ବ୍ୟବସାୟୀଙ୍କ କ୍ଷେତ୍ରରେ ଷ୍ଟକ୍‌ ସୀମା ୨୦୦ ମେଟ୍ରିକ ଟନ୍‌, ଖୁଚୁରା ବ୍ୟବସାୟୀଙ୍କ ପାଇଁ ୫ ମେଟ୍ରିକ ଟନ୍‌, ପ୍ରତ୍ୟେକ ଖୁଚୁରା ବିକ୍ରୟ କେନ୍ଦ୍ରରେ ୫ ମେଟ୍ରିକ ଟନ୍‌ ଏବଂ ବଡ଼ ଶୃଙ୍ଖଳାର ଖୁଚୁରା ବିକ୍ରୟ କେନ୍ଦ୍ରର ଡିପୋରେ ୨୦୦ ମେଟ୍ରିକ ଟନ୍‌ ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି। ସେହିପରି ମିଲରଙ୍କ କ୍ଷେତ୍ରରେ ଶେଷ ତିନି ମାସର ଉତ୍ପାଦନ କିମ୍ବା ବାର୍ଷିକ ଉତ୍ପାଦନ କ୍ଷମତାର ୨୫% ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି। ବିଭାଗର ପୋର୍ଟାଲ (https://fcainfoweb.nic.in/psp)ରେ ଷ୍ଟକ୍‌ ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ଏସବୁ ସଂସ୍ଥାମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ଷ୍ଟକ୍‌ ସୀମା ଆଦେଶକୁ କାର୍ଯ୍ୟକାରୀ କରିବା ଏବଂ ପୋର୍ଟାଲରେ ଷ୍ଟକ୍‌ ସମ୍ପର୍କରେ ସୂଚନା ଦେବା ସ୍ଥିତିକୁ ଉପଭୋକ୍ତା ବ୍ୟାପାର ବିଭାଗ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାତାର ଅନୁଧ୍ୟାନ କରାଯାଉଛି। ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ପଣ୍ୟାଗାର ନିଗମ (ସିଡବ୍ଲୁସି) ଓ ରାଜ୍ୟ ପଣ୍ୟାଗାର ନିଗମ (ଏସଡବ୍ଲୁସି)ର ଗୋଦାମରେ ବିଭିନ୍ନ ସଂସ୍ଥା ଦ୍ୱାରା ରଖାଯାଉଥିବା ଷ୍ଟକ୍‌ ଆଦିର ତଥ୍ୟକୁ ପୋର୍ଟାଲରେ ଘୋଷଣା କରାଯାଇଥିବା ମାତ୍ରା ସହିତ ତୁଳନା କରାଯାଇଛି।

ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ନିରନ୍ତର ଭାବେ ମୂଲ୍ୟ ଅନୁଧ୍ୟାନ କରୁଛନ୍ତି ଏବଂ ଷ୍ଟକ୍‌ ସୀମା ଆଦେଶର ଉଲ୍ଲଙ୍ଘନ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଷ୍ଟକର ସ୍ଥିତିକୁ ଯାଞ୍ଚ କରୁଛନ୍ତି।

କେନ୍ଦ୍ର ସରକାର ହରଡ ଡାଲି
Share. Facebook Twitter LinkedIn Email WhatsApp Copy Link

Related Posts

ଜନ୍ମରୁ ଯତ୍ନ, ଶିକ୍ଷାରୁ ସଶକ୍ତୀକରଣ: ‘ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା

June 13, 2026

ଭୋପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ

June 13, 2026

କେନ୍ଦ୍ରୀୟ ଶ୍ରମ କର୍ତ୍ତୃପକ୍ଷଙ୍କ ତ୍ୱରିତ ହସ୍ତକ୍ଷେପ ଫଳରେ ଭୁବନେଶ୍ୱର ଏମ୍ସରେ ଧର୍ମଘଟର ହେଲା ସମାଧାନ

June 13, 2026

ରୁଷୀୟ ତୈଳ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା: ଭାରତକୁ ସମର୍ଥନ କଲା ଏହି ଦେଶ

June 13, 2026
Latest News

ଜନ୍ମରୁ ଯତ୍ନ, ଶିକ୍ଷାରୁ ସଶକ୍ତୀକରଣ: ‘ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା

June 13, 2026

ଭୋପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ

June 13, 2026

କେନ୍ଦ୍ରୀୟ ଶ୍ରମ କର୍ତ୍ତୃପକ୍ଷଙ୍କ ତ୍ୱରିତ ହସ୍ତକ୍ଷେପ ଫଳରେ ଭୁବନେଶ୍ୱର ଏମ୍ସରେ ଧର୍ମଘଟର ହେଲା ସମାଧାନ

June 13, 2026

ରୁଷୀୟ ତୈଳ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା: ଭାରତକୁ ସମର୍ଥନ କଲା ଏହି ଦେଶ

June 13, 2026

ଏକ ବଡ଼ ‘ମେଗା ନିଯୁକ୍ତି ମେଳା’ ଆୟୋଜନ କରିବ କଂଗ୍ରେସ: ଜାଣନ୍ତୁ କେବେ?

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.