
ଆର୍ଟିକିଲ୍ ୧୫ର ଟ୍ରେଲର ରିଲିଜ୍କୁ ନେଇ ଚର୍ଚ୍ଚାରେ ରହିଥିବା ଆୟୁଷ୍ମାନ ଖୁରାନାଙ୍କ ଅପକମିଙ୍ଗ ଫିଲ୍ମ ବାଲାକୁ ନେଇ ଏକ ନୂତନ ବିବାଦ ଦେଖା ଦେଇଛି। କାହାଣୀ ଚୋରି ଅଭିଯୋଗରେ ଜନୈକ ସହକାରୀ ନିର୍ଦ୍ଦେଶକ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସହକାରୀ ନିର୍ଦ୍ଦେଶକ କମଲ କାନ୍ତ ଚନ୍ଦ୍ରା ଆୟୁଷ୍ମାନ ଖୁରାନା, ନିର୍ଦ୍ଦେଶକ ଅମର କୌଶିକ୍ ଏବଂ ପ୍ରଯୋଜକ ଦୀନେଶ ଭିଜନଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ସମାନ କାହାଣୀକୁ ନେଇ କମଲ କାନ୍ତ ରେଜିଷ୍ଟର କରିଥିବାରୁ ବାଲାର ନିର୍ମାତାଙ୍କ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କମଲ କାନ୍ତ ଧାରା ୪୨୦(ଠକେଇ) ଏବଂ ଧାରା ୪୦୬ (ବିଶ୍ବାସ ଭଙ୍ଗ)ରେ ଅଭିଯୋଗ ଆଣି ଏହି ମାମଲା ରୁଜୁ କରିଛନ୍ତି।