Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ମତ ବିନିମୟ
ଆଜିର ଖବର

ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ମତ ବିନିମୟ

July 1, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ
ଆଜି ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି ବୈଠକ ବସି ଚାଷୀମାନଙ୍କ ନିମନ୍ତେ ଅଭିନବ ଯୋଜନା ଅନ୍ତର୍ଗତ ୩, ୬୮, ୬୭୬.୭କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦିତ ହୋଇଛି। ସ୍ଥାୟୀ ଓ ନିରନ୍ତର କୃଷି ପ୍ରବର୍ତ୍ତନ କରି ଚାଷୀମାନଙ୍କ ଆର୍ଥିକ ଉନ୍ନତି ଓ ସାମଗ୍ରିକ କଲ୍ୟାଣ ନେଇ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି। ଏହି ସବୁ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ବୃଦ୍ଧିି, ପ୍ରାକୃତିକ କୃଷି ସଶକ୍ତ ହେବା ସହ ମୃତ୍ତିକା ଉତ୍ପାଦକତାର ପୁନରୁଦ୍ଦାର ହେବ ଓ ଏଥିସହ ଏକ ଖାଦ୍ୟ ନିରାପତ୍ତା ମଧ୍ୟ ସୁରକ୍ଷିତ ହେବ” ବୋଲି କେନ୍ଦ୍ର ସାର, ରସାୟନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୃଷିମନ୍ତ୍ରୀମାନଙ୍କ ସହ ଆଭାସୀ ମତବିନିମୟ କାଳରେ ପ୍ରକାଶ କରିଛନ୍ତି।

ଡକ୍ଟର ମାଣ୍ଡଭ୍ୟ କହିଛନ୍ତି ଯେ ସିସିଇଏ ୟୁରିଆ ରିହାତି ଯୋଜନା ଜାରି ରଖିବାକୁ ଅନୁମୋଦନ କରିଛନ୍ତି। କମିଟି ଚାଷୀମାନଙ୍କୁ ୪୫କେଜି ବ୍ୟାଗ ପିଛା ୨୬୬.୭୦ଟଙ୍କାରେ ବିନା ଟିକସ ଓ ନିମପ୍ରଲେପ ବାବଦ ଦେୟ ସହ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି। ପ୍ୟାକେଜରେ ୩, ୬୮, ୬୭୬. ୭କୋଟି ଟଙ୍କା ୟୁରିଆ ସବ୍ସିଡି ବାବଦ ତିନିବର୍ଷ (୨୦୨୨-୨୩ରୁ ୨୦୨୪-୨୫) ପର୍ଯ୍ୟନ୍ତ ଆବଣ୍ଟନ କରାଯାଇଛି। ଏହି ସବ୍ସିଡି ନିକଟରେ ପୌଷ୍ଟିକତା ବାବଦ ରିହାତି (ଏନବିଏସ୍) ୩୮ହଜାର କୋଟିଟଙ୍କା ୨୦୨୩-୨୪ ଖରିଫ ଋତୁ ପାଇଁ ମଧ୍ୟ ଘୋଷିତ ପ୍ୟାକେଜ ସହ ବଳବତ୍ତର ରହିବ। ଚାଷୀମାନେ ୟୁରିଆ ଆହରଣ ନିମନ୍ତେ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ ଓ ଏହା ସେମାନଙ୍କ ନିବେଶଜନିତ ଖର୍ଚ୍ଚ ମଧ୍ୟ ହ୍ରାସ କରିବ।

ବର୍ତ୍ତମାନ ୟୁରିଆର ସର୍ବାଧିକ ପାଇକାରୀ ମୂଲ୍ୟ ୪୫ କିଲୋଗ୍ରାମ ବସ୍ତା ପିଛା ୨୬୬. ୭୦ଟଙ୍କା (ଟିକସ ଓ ନିମ ପ୍ରଲେପ ମୂଲ୍ୟ ଛାଡି) ରହିଥିବାବେଳେ, ବ୍ୟାଗ ପିଛା ପ୍ରକୃତ ମୂଲ୍ୟ ହେଉଛି ପ୍ରାୟ ୨୨ଶହ ଟଙ୍କା। ବଜେଟ୍ ବ୍ୟୟବରାଦ ଅନୁସାରେ ଯୋଜନା ବାବଦ ଖର୍ଚ୍ଚ ଭାରତ ସରକାର ପ୍ରଦାନ କରୁଛନ୍ତି। ୟୁରିଆ ରିହାତି ଯୋଜନା ଲାଗୁ ରହିବା ଯୋଗୁଁ ଭାରତରେ ୟୁରିଆ ଉତ୍ପାଦନ ମଧ୍ୟ ସର୍ବାଧିକ ହେବ।

ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆହୁରି କହିଛନ୍ତି ଯେ ଧରିତ୍ରୀ ମାତା ମାନବ ଜାତି ତିଷ୍ଠି ରହିବା ନିମନ୍ତେ ସବୁବେଳେ ଅବଦାନ ଦେଇ ଆସୁଛନ୍ତି।

“ବର୍ତ୍ତମାନର ଆବଶ୍ୟକତା ହେଉଛି ଅଧିକ ପ୍ରାକୃତିକ କୃଷି ପଦ୍ଧତି ପ୍ରୟୋଗ ଓ ନିରନ୍ତର ସନ୍ତୁଳିତ ଉପାୟରେ ରାସାୟନିକ ସାରର ବ୍ୟବହାର ବୋଲି ସେ ମନେ କରନ୍ତି। ପ୍ରାକୃତିକ ଓ ଜୈବିକ କୃଷି, ବିକଳ୍ପ ସାର, ଜୈବିିକ ଓ ନାନୋ ସାର ଆମ ଧରିତ୍ରୀ ମାତାର ଉର୍ବରତାର ପୁନରୁଦ୍ଧାର ଦିଗରେ ସହାୟକ ହେବ ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ “ପ୍ରଧାନମନ୍ତ୍ରୀଙ୍କ ପୁନରୁଦ୍ଧାର, ସଚେତନତା, ଲାଳନପାଳନ ଓ ଧରିତ୍ରୀ ମାତାଙ୍କ ଉର୍ବରତାର ଉନ୍ନତି (ପିଏମ୍-ପ୍ରଣାମ୍) କାର୍ଯ୍ୟକ୍ରମ ବିକଳ୍ପ ସାର ଓ ରାସାୟନିକ ସାରର ସନ୍ତୁଳିତ ପ୍ରୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରାଯାଇଛି। ମୃତ୍ତିକା ସ୍ୱାସ୍ଥ୍ୟ ଅତୁଟ ରଖିବା ନିମନ୍ତେ ଜୈବିକ କୃଷିକୁ ବ୍ୟାପକ କରିବା ପାଇଁ ସେ ରାଜ୍ୟଗୁଡିକୁ ନିବେଦନ କରିଥିଲେ।

ଗୋବର୍ଦ୍ଧନ ପ୍ଲାଣ୍ଟଗୁଡିକରୁ ଜୈବିକ ସାର ପ୍ରୟୋଗ ନିମନ୍ତେ ବଜାର ବିକାଶ ସହାୟତା (ଏମ୍ଡିଏ)ନିମନ୍ତେ ୧୪୫୧.୮୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ପ୍ରକାଶ କରିଥିଲେ। ଜୈବିକ ସାର ବିପ୍ପଣନକୁ ପ୍ରୋତ୍ସାହିତ କରିବା ଯଥା (ଏଫଓଏମ୍) ଜୈବିକ ଖତ /ତରଳ ଖତ / ଫସ୍ଫେଟ ଭରପୁର ସମୃଦ୍ଧ ଜୈବିକ ଖତ (ପିଆରଓଏମ୍) ବାୟୋଗ୍ୟାସ ପ୍ଲାଣ୍ଟର ଅବଶେଷରୁ ପ୍ରସ୍ତୁତ ହେବ। କଂପ୍ରେସଡ ବାୟୋଗ୍ୟାସ (ସିବିଜି) ଗୋବର୍ଦ୍ଧନ ପଦକ୍ଷେପରୁ ୧୫ଶହ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଏମ୍ଡିଏ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି।

ଏହି ଜୈବିକ ସାର ଗୁଡିକ ଭାରତୀୟ ଛାପା ଏଫଓଏମ୍, ଏଲ୍ ଏଫଓଏମ୍ ଓ ପିଆରଓଏମ୍ ନାମରେ ନାମିତ ହେବ। ଗୋଟିଏ ପଟରେ ଏହା ଅମଳ ପର ଅବଶେଷ ପରିଚାଳନାରେ ସହାୟକ ହେଉଥିବା ବେଳେ, ନଡା ପୋଡା ସମସ୍ୟାରେ ମଧ୍ୟ ସମାଧାନ କରିବ। ଏହାବ୍ୟତୀତ ଏହା ପରିବେଶକୁ ମଧ୍ୟ ନିର୍ମଳ ଓ ନିରାପଦ ରଖିବ। ଅନ୍ୟପକ୍ଷରେ ଏହା ଚାଷୀମାନଙ୍କୁ ଅତିରିକ୍ତ ଆୟ ମଧ୍ୟ ପ୍ରଦାନ କରିବ। ଏହି ଜୈବିକ ସାର କମ୍ ମୂଲ୍ୟରେ ଚାଷୀମାନଙ୍କୁ ମିଳିପାରିବ।

ଗନ୍ଧକ ପ୍ରଲେପ ଯୁକ୍ତ ୟୁରିଆ (ୟୁରିଆ ଗୋଲ୍ଡ) ମୃତ୍ତିକାରୁ ଗନ୍ଧକ ଅଭାବ ଦୂର କରିବା ପାଇଁ ପ୍ରବର୍ତ୍ତିତ ହେବା ସହ ଚାଷୀମାନଙ୍କ ନିବେଶ ଖର୍ଚ୍ଚ ମଧ୍ୟ ହ୍ରାସ କରିବ। ଦେଶରେ ପ୍ରଥମ ଥର ପାଇଁ ଗନ୍ଧକ ପ୍ରଲେପ ଯୁକ୍ତ ୟୁରିଆ ପ୍ରବର୍ତ୍ତିତ ହୋଇଛି। ଏହା ନିମ ପ୍ରଲେପଯୁକ୍ତ ୟୁରିଆ ତୁଳନାରେ କମ୍ ବ୍ୟୟ ସାପେକ୍ଷ ଓ ଦେଶରେ ମୃତ୍ତିକାର ଗନ୍ଧକ ଅଭାବ ଦୂର ମଧ୍ୟ କରିବ। ଏହା ଚାଷୀଙ୍କ ନିବେଶ ଖର୍ଚ୍ଚ ହ୍ରାସ କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବ। ଏହା ବ୍ୟତୀତ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିରେ ମଧ୍ୟ ସହାୟକ ହେବ।

କୃଷି ଓ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ୟୁରିଆକୁ ଅନ୍ୟ କୌଣସି ଦିଗରେ ବ୍ୟବହାର ରୋକିବାକୁ ପଦକ୍ଷେପ ନେବା ପାଇଁ ଡକ୍ଟର ମାଣ୍ଡଭ୍ୟ ରାଜ୍ୟଗୁଡିକୁ ନିବେଦନ କରିଥିଲେ।” କୃଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୟୁରିଆ ଅନ୍ୟ ଶିଳ୍ପ କାର୍ଯ୍ୟ ପାଇଁ ନ ଲଗାଇବା ଉଚିତ ବୋଲି ସେ ଗୁରୁତର ସହ କହିଥିଲେ।

କେନ୍ଦ୍ର କ୍ୟାବିନେଟ ନରେନ୍ଦ୍ର ମୋଦୀ ମତ ବିନିମୟ ସ୍ୱତନ୍ତ୍ର ପ୍ୟାକେଜ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.