
ଜମ୍ମୁ କାଶ୍ମୀରର ସୋପିଆଁରେ ପୋଲିସ୍ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏହି ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ସକାଳୁ ଦକ୍ଷିଣ କାଶ୍ମୀରର ସୋପିଆଁରେ ଏହି ଏନ୍କାଉଣ୍ଟର ଘଟିଥିଲା। ପୋଲିସ୍ର ସୂଚନା ଅନୁଯାୟୀ, ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ମୂଲୁ ଚିତ୍ରଗାମରେ ଆତଙ୍କୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପାଲଟା ଗୁଳିଚାଳନାରେ ଆତଙ୍କୀ ନିହତ ହୋଇଥିଲେ। ସୂଚନାଯୋଗ୍ୟ ଯେ, କାଶ୍ମୀର ଉପତ୍ୟାକାରେ ନିହତ ହେଉଥିବା ୭୫ ପ୍ରତିଶତ ଲୋକ ସ୍ଥାନୀୟ ବୋଲି ଜଣାପଡିଛି। ଦୁଇ ନିହତଙ୍କ ମରଶରୀରର ସନ୍ଧାନ କରୁଛି ପୋଲିସ୍।