ଖୋର୍ଦ୍ଧା ଜିଲ୍ଲା ପୋଲିସର ଇନ୍ସପେକ୍ଟର ସ୍ତରରେ ଛୋଟ ଅଦଳବଦଳ, ବଦଳିଲେ ବାଣପୁର ଆଇଆଇସି

Published: Jul 12, 2023, 4:44 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି। ନିକଟରେ ଜିଲ୍ଲା ପୋଲିସର ୧୦ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଥିବାରୁ ବିଭିନ୍ନ ଥାନା ଖାଲି ପଡିଥିଲା। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯୋଗ ଦେଇଥିବା ନୂତନ ଇନ୍ସପେକ୍ଟରମାନଙ୍କୁ ବିଭିନ୍ନ ଥାନା ଓ ଜିଲ୍ଲା ପୋଲିସ ମୁଖ୍ୟାଳୟର ବିଭିନ୍ନ ବିଭାଗରେ ଦାୟିତ୍ୱ ଦିଆଯାଇଛି।

ଖୋର୍ଦ୍ଧା ଟାଉନ ଥାନା ଅତିରିକ୍ତ ଆଇଆଇସି କାହ୍ନୁ ଚରଣ ସ୍ୱାଇଁଙ୍କ ସଦର ଥାନା ଆଇଆଇସି ଭାବେ ବଦଳି ହୋଇଥିବା ବେଳେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ବାଲୁଗାଁ ଥାନା ଆଇଆଇସି, ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ରମେଶ ଚନ୍ଦ୍ର ଦେବତାଙ୍କୁ ବାଣପୁର ଥାନା ଆଇଆଇସି,ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ଟାଉନ ଥାନା ଅତିରିକ୍ତ ଆଇଆଇସି ଏବଂ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ରବୀନ୍ଦ୍ର ନାଥ ସେଠିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ଏସଆର ସେକ୍ସନ ଇନଚାର୍ଜ ଭାବେ ନିଯୁକ୍ତି ମିଳିଛି।

ସମସ୍ତ ଅଧିକାରୀମାନଙ୍କୁ ତୁରନ୍ତ ସେମାନଙ୍କ ନୂତନ ସ୍ଥାନରେ ଯୋଗଦେବା ପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି।

Related posts