Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ଭଗବତୀଙ୍କ ପୀଠରେ ଶ୍ରାବଣୀ ଚିତ୍ରକ ପର୍ବ: ଲାଗି ହେଲା ଚିତଉପିଠା
ଆଜିର ଖବର

ମା’ଭଗବତୀଙ୍କ ପୀଠରେ ଶ୍ରାବଣୀ ଚିତ୍ରକ ପର୍ବ: ଲାଗି ହେଲା ଚିତଉପିଠା

July 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
maa-bhagabati-temple
ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

ସୀତାରାମ ଅଗ୍ରୱାଲ

ବାଣପୁର: ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହେଲା କୃଷିଭିତିକ ଶ୍ରାବଣୀ ଚିତ୍ରକ ପର୍ବ ଚିତଉ ଲାଗି।। ଶ୍ରାବଣ ଅମାବାସ୍ୟା ଶ୍ରୀଜଗନ୍ନାଥଙ୍କ ଚିତାଲାଗି ଅମାବାସ୍ୟା ଭାବରେ ପ୍ରତିଟି ଓଡ଼ିଆ ପରିବାରରେ ଅତିନିଷ୍ଠାର ସହିତ ପାଳିତ ହେଉଥିବାବେଳେ ମା’ଙ୍କ ପୀଠରେ ମଧ୍ୟ ଏହି ପର୍ବ କାହିଁ କେଉଁ କାଳରୁ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଆସୁଛି।

ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ, ମାଜଣା, ବେଶ ପରେ ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ, ସର୍ବସାଧାରଣ ଦର୍ଶନ, ଡାଲି ଖେଚଡ଼ି ଧୂପ ହୋଇ ପରେଶଙ୍କୁଡ଼ିରେ ଖେଚଡ଼ି ଡାଲି , ମାଛ ମହୁର , ଖିରି ଏଣ୍ଡୁରି ପୂଜା ବଢି ଦିବା ପହୁଡ଼ ପୁଣି ସଂଧ୍ୟାରେ ନିଶଙ୍କୁଡି ଖଜା ଖେଇ, ମାଠପୁଳି, ଶରପୁଳି, କାନ୍ତି ଧୂପ ପରେ ମା’ଙ୍କ ସଂଧ୍ୟା ଆଳତି ବଢି ମା’ଙ୍କ ବଡଶୃଙ୍ଗାର ବେଶରେ ଥାଇ ଏକୋଇଶିମୂର୍ତ୍ତି ଚିତଉପିଷ୍ଟା ଧୂପ କରାଯାଇଥିଲା। ସୁଆର ସେବକଙ୍କ ଦ୍ଵାରା ଚାଉଳ ନଡ଼ିଆ ଗୁଡ଼ଘିଅ ମସଲା ମିଶ୍ରିତ ଅତି ପବିତ୍ର ଭାବରେ ମାଟି ପଲମରେ ପ୍ରସ୍ତୁତ ଚିତଉପିଷ୍ଟା କୁ ଘଣ୍ଟ, ଘଣ୍ଟା କାହାଳୀ ବାଦ୍ୟ ବାଦନରେ ପରିଚ୍ଛା ସାଆନ୍ତ ଅତି ନିଷ୍ଠାର ସହିତ ଧୂପ କରି ଆଳତି ବଢାଇଥିଲେ।

ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳି ଧ୍ବନୀରେ ମନ୍ଦିର ପରିବେଶ ଅତି ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଥିଲା। ପରେ ଦହିପ ଖାଳ,ମାଛ ଗୁଣ୍ଡି ଭଜା କାକରା କାନ୍ତି, ଛେନାପଣା ବିଡ଼ିଆ ଧୂପ ପରେ ରାତ୍ର ପହୁଡ଼ ହୋଇଥିଲା ମା’ଙ୍କ ସ୍ଵାଦିଷ୍ଟ ଚିତଉ ପ୍ରସାଦ ପାଇବାପାଇଁ ଶ୍ରଦ୍ଧାଳୁମାନଙ୍କର ଖୁବ୍ ଭିଡ଼ ଜମିଥିଲା।

ସେହିପରି ବାଣ ପୁରର ଆରାଧ୍ଯ ଠାକୁର ଶ୍ରୀଶ୍ରୀଦକ୍ଷେଶ୍ଵର ଦେବ, ଶ୍ରୀରଂକନାଥ ଦେବ, ଶ୍ରୀଚରଣଚକାଦେବଙ୍କ ପୀଠରେ ମଧ୍ୟ ଜୀଉମାନଙ୍କର ସୁବର୍ଣ୍ଣଚିତାଲାଗି ସହିତ ଅମାବାସ୍ୟା ପର୍ବ ଧୁମ୍ ଧାମ୍ ରେ ପାଳିତ ହୋଇଥିଲା। ଚଳିତବର୍ଷ ପବିତ୍ର ଚିତାଲାଗି ଅମାବାସ୍ୟା ସହିତ କର୍କଟ ସଂକ୍ରାନ୍ତି ଓ ଶ୍ରାବଣ ଜଳଲାଗି ସୋମବାର ଏକତ୍ର ପଡ଼ିଥିବାରୁ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁ ଓ କାଉଡିଆମାନଙ୍କର ଖୁବ୍ ଭିଡ଼ ଦେଖିବାକୁ ମିଳିଥିଲା।

ବାଣପୁର ମା’ ଭଗବତୀ ଶ୍ରାବଣ ଅମାବାସ୍ୟା ଶ୍ରୀଜଗନ୍ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026
Latest News

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.