Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାଟା ସେଣ୍ଟର ବ୍ୟବସାୟରେ ରିଲାଏନ୍ସର ପ୍ରବେଶ, ବୃକଫିଲଡ ସହ ସହଭାଗିତା
ଆଜିର ଖବର

ଡାଟା ସେଣ୍ଟର ବ୍ୟବସାୟରେ ରିଲାଏନ୍ସର ପ୍ରବେଶ, ବୃକଫିଲଡ ସହ ସହଭାଗିତା

July 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତରେ ଡାଟାସେଣ୍ଟର ବିକାଶ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବୃକଫିଲଡ ଇନଫ୍ରାଷ୍ଟ୍ରକ୍ଚର ଓ ଡିଜିଟାଲ ରିଆଲିଟି ସହିତ ସହଭାଗିତା ଓ ନିବେଶ ଘୋଷଣା କରାଯାଇଛି। ଉଭୟ ବୃକଫିଲଡ ଓ ଡିଜିଟାଲ ରିଆଲିଟିର ଭାରତରେ ରହିଥିବା କମ୍ପାନୀଗୁଡିକର ୩୩.୩୩ ପ୍ରତିଶତ କିଣିବା ରିଲାଏନ୍ସ। ପ୍ରସ୍ତାବିତ ନିବେଶର ମୂଲ୍ୟ ୩୭୮ କୋଟି ଟଙ୍କା ରହିଛି, ଯାହା ଆବଶ୍ୟକତା ହିସାବରେ ୬୨୨ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି କାରବାର ରେଗୁଲେଟରି ଅନୁମୋଦନ ଅଧୀନରେ ରହିଛି ଏବଂ ପ୍ରାୟ ତିନି ମାସ ଅବଧିରେ ସମ୍ପୂର୍ଣ୍ଣ ହେବାର ଆଶା ରହିଛି।

ଭାରତରେ ଡିଜିଟାଲ ରିଆଲିଟି ଟ୍ରଷ୍ଟ ଏବଂ ବୃକଫିଲଡ ଇନ୍ଫ୍ରାଷ୍ଟ୍ରକ୍ଚରର ମିଳିତ ଉଦ୍ୟୋଗ ଡିଜିଟାଲ ସେବା କମ୍ପାନିଗୁଡ଼ିକ ପାଇଁ ମହତ୍ୱପୂର୍ଣ୍ଣ ମୌଳିକ ଢାଞ୍ଚାର ବିକାଶ କରୁଛି। ଏହି ମିଳିତ ଉଦ୍ୟୋଗ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଏବଂ ସଂଯୁକ୍ତ ତଥା ଆବଶ୍ୟକତା ମୁତାବକ ବୃଦ୍ଧି ହୋଇପାରୁଥିବା ଡାଟା ସେଣ୍ଟର ନିର୍ମାଣ କରୁଛି। ଏହି ସହଭାଗିତା ସହିତ ରିଲାଏନ୍ସ ଏହି ସଂଯୁକ୍ତ ଉଦ୍ୟମର ଏକ ସମାନ ଅଂଶୀଦାର ହେବ। ଏହି ନୂଆ ମିଳିତ ଉଦ୍ୟୋଗର ନାମ ଡିଜିଟାଲ କନେକ୍ସନ : ଏ ବୃକଫିଲଡ ଜିଓ ଓ ଡିଜିଟାଲ ରିଆଲିଟି କମ୍ପାନୀ ରହିବ।

ଏହି ମିଳିତ ଉଦ୍ୟୋଗ (ଜେଭି) ସମ୍ପ୍ରତି ଚେନ୍ନାଇ ଓ ମୁମ୍ବାଇର ପ୍ରମୁଖ ସ୍ଥାନରେ ଡାଟା ସେଣ୍ଟର ବିକଶିତ କରୁଛି। ଚେନ୍ନାଇରେ ୧୦୦ ମେଗାୱାଟ ପରିସରରେ ଏହି ମିଳିତ ଉଦ୍ୟୋଗର ପ୍ରଥମ ୨୦ ମେଗାୱାଟ ଗ୍ରୀନଫିଲଡ ଡାଟା ସେଣ୍ଟର ୨୦୧୩ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଆଶା କରାଯାଉଛି। ସେହିଭଳି ନିକଟରେ ଏହା ୪୦ ମେଗାୱାଟ ଡାଟା ସେଣ୍ଟର ନିର୍ମାଣ ପାଇଁ ମୁମ୍ବାଇରେ ୨.୧୫ ଏକର ଜମି ଅଧିଗ୍ରହଣ ନେଇ ଘୋଷଣା କରିଥିଲା।

ଏହି ସହଭାଗିତା ସମ୍ପର୍କରେ ଜିଓ ପ୍ଲାଟଫର୍ମ ଲିମିଟେଡ଼ର ସିଇଓ କିରଣ ଥୋମାସ କହିଛନ୍ତି ଯେ \”ଆମେ ଡିଜିଟାଲ ରିଆଲିଟି ଏବଂ ଆମର ବର୍ତମାନର ବିଶ୍ୱସନୀୟ ସହଯୋଗୀ ବୃକଫିଲଡ ସହିତ ସହଭାଗିତା ନେଇ ବେଶ ଉତ୍ସାହିତ ଅଛୁ। ଏହି ସହଭାଗିତା ଆମର ନିଜର ଉଦ୍ୟୋଗ ତଥା ଏସଏମବି ଗ୍ରାହକମାନଙ୍କୁ କ୍ଲାଉଡ଼ ଜରିଆରେ ତ୍ଵରିତ ଅତ୍ୟାଧୁନିକ, ପ୍ଲଗ-ଏଣ୍ଡ-ପ୍ଲେ ସମାଧାନ ପ୍ରଦାନ କରିବା ସହିତ ସେମାନଙ୍କ ଡିଜିଟାଲ ପରିବର୍ତ୍ତନର ନେତୃତ୍ୱ ନେଇ ଅଧିକ କୁଶଳ କରିବାରେ ସହାୟକ ହେବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.