
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରରେ ମାଇକ୍ରୋନ୍ ଟେକ୍ନୋଲୋଜିର ସଭାପତି ଏବଂ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ସାକ୍ଷାତ କରିଛନ୍ତି। ସେ ଭାରତରେ ସେମି କଣ୍ଡକ୍ଟରର ଉତ୍ପାଦନ ସମ୍ପର୍କିତ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ମାଇକ୍ରୋନ୍ ଟେକ୍ନୋଲୋଜିର ଯୋଜନା ଉପରେ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟ୍ବିଟ୍ କରି କହିଛି ଯେ, “@ମାଇକ୍ରୋନ ଟେକର ଅଧ୍ୟକ୍ଷ ଏବଂ ସିଇଓ ଶ୍ରୀ ସଞ୍ଜୟ ମେହରୋତ୍ରା ପିଏମ @ ନରେନ୍ଦ୍ର ମୋଦୀଙ୍କ ସହିତ ଗାନ୍ଧୀ ନଗରରେ ସାକ୍ଷାତ କରିଛନ୍ତି। ସେ ଭାରତରେ ସେମିକଣ୍ଡକଟରର ଉତ୍ପାଦନ ସମ୍ପର୍କିତ ଇକୋସିଷ୍ଟମକୁ ମଜବୁତ୍ କରିବା ପାଇଁ ମାଇକ୍ରୋନ ଟେକ୍ନୋଲୋଜିର ଯୋଜନା ଉପରେ ଆଲୋଚନା କରିଛନ୍ତି।’’