Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ
ଆଜିର ଖବର

କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

July 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୂବନେଶ୍ୱର: ଧଉଳି ଚାରୁକଳା ମହାବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ- ୨୦୨୩ ଓଡିଶା ଲଳିତ କଳା ଏକାଡେମୀର ରାଜ୍ୟ ସଂଗ୍ରାହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଅତିଥି ମାନଙ୍କ କରକମଳ ରେ ଉଦ୍ଦଘାଟିତ ହୋଇ ଯାଇଛି। ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶୀଳ୍ପୀ ମାହେନ୍ଦ୍ର ପ୍ରସାଦ ମହାପାତ୍ର, ସମ୍ମାନୀତ ଅତିଥି ରୂପେ ଓଡିଶା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ଓଡିଶା ଲଳିତ କଳା ଏକାଡେମୀର ସଚିବ ତଥା ଚିତ୍ର ଶିଳ୍ପୀ ଡ଼ଃ. ପଞ୍ଚାନନ ସାମଲ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ନାତକତ୍ତୋର ବିଭାଗର ମୁଖ୍ୟ ଡ଼ଃ. ଚକ୍ରଧର ବେହେରା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଦଘାଟନ କରିଥିଲେ।

ଅତିଥି ମାନେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର କଳା ଗୁଡ଼ିକୁ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରି ଥିଲେ। ପ୍ରତ୍ତେକ ଶଳ୍ପୀ ଛାତ୍ର, ଛାତ୍ରୀ ଆଗାମୀ ଦିନରେ ଜଣେ ଜଣେ ପ୍ରତିଷ୍ଠିତ ଚିତ୍ରକର ହୁଅନ୍ତୁ ବୋଲି ଅତିଥି ମାନେ ମତ ପ୍ରକାଶ କରିବା ସହ ଶଳ୍ପୀଙ୍କ ସୃଜନ ଶୀଳ କଳା କୃତି ସମାଜକୁ ଉଦବୁଦ୍ଧ କରିଥାଏ ବୋଲି କହିଥିଲେ।

ପ୍ରଦର୍ଶନୀ ଅବସରରେ ମହାବିଦ୍ୟାଳୟର କୃତି ଛାତ୍ରୀ ସୋଫିଆ ୟାସମିନ୍ ଓ ଛାତ୍ର ସୁବ୍ରତ କୁମାର ମୁଦୁଲିଙ୍କୁ ଅଧୀର କୁମାର ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରରେ ଯାତୀୟ ଲଳିତ କଳା ଏକାଡେମି ପୁରଷ୍କାର ପାଇଁ ମନୋନୀତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ନରୋତ୍ତମ ଦାସ ଙ୍କୁ କଳାକ୍ଷେତ୍ର ରେ ସଫଳତା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା।

ଏହି ପ୍ରଦର୍ଶନୀରେ ୫୦ଟି ଏକ୍ରେଲିକ ଚିତ୍ର, ୧୫ ଟି ଭାସ୍କର୍ଯ୍ୟ କଳା, ୧୨ଟିଡ୍ରଇଁ, ୮ଟ ିମୁଦ୍ରଣ କଳା, ୧୨ଟି ପାରମ୍ପାରିକ କଳା, ୧୯ଟି ଜଳ ରଂଗ ଚିତ୍ର ଓ ୬ଟି ବ୍ୟବହାରିକ କଳା ପ୍ରଦର୍ଶୀତ ହୋଇ ଅଛି। ପ୍ରାରମ୍ଭରେ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ଓ ସମ୍ପାଦକ ରବିଶଙ୍କର ଦାସ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ମହାବିଦ୍ୟଳ୍ୟର କାର୍ଯ୍ୟକାରୀ ସଭାପତି ଡ଼. ହ୍‌ୃଷିକେଶ ମିଶ୍ର କର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। ଏହିଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ବହୁ ଚିତ୍ର ଶିଳ୍ପୀ ଓ କଳାନୁରାଗୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ କଳାକୃତି କୁ ବୁଲି ଦେଖିଥିଲେ।

ଏହି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

ଚିତ୍ରକଳା ପ୍ରଦର୍ଶନୀ ବାର୍ଷିକ ପ୍ରଦର୍ଶନୀ ଲଳିତ କଳା ଏକାଡ଼େମୀ
Share. Facebook Twitter LinkedIn Email WhatsApp Copy Link

Related Posts

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ନାଲକୋ କର୍ମଚାରୀଙ୍କ ସମ୍ପର୍କରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 24, 2026

ଆଇପିଏଲର ସବୁଠାରୁ ମହଙ୍ଗା ଦଳ ହେଲା ରାଜସ୍ଥାନ ରୟାଲ୍ସ ଦଳ: ୧୫୨୮୬ କୋଟିରେ ହେଲା ବିକ୍ରି

March 24, 2026

ରେଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ ପ୍ରତିନିଧି ଦଳ: ଜାଣନ୍ତୁ କାରଣ

March 24, 2026
Latest News

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ

March 24, 2026

ନାଲକୋ କର୍ମଚାରୀଙ୍କ ସମ୍ପର୍କରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 24, 2026

ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ସର୍ବଦଳୀୟ ବୈଠକରେ ଯୋଗଦେବେ ନାହିଁ ରାହୁଲ ଗାନ୍ଧୀ: କହିଲେ କାରଣ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.