Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ କରିବ: ଆହ୍ଲାବାଦ ହାଇକୋର୍ଟ
ଆଜିର ଖବର

ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ କରିବ: ଆହ୍ଲାବାଦ ହାଇକୋର୍ଟ

August 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ପରିସର ସହ ଜଡ଼ିତ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ବଡ଼ ରାୟ ଦେଇଛନ୍ତି। ଜ୍ଞାନବାପି ମସଜିଦ ପରିସରରେ ଏଏସଆଇ ସର୍ଭେ କରିବାକୁ ବାରଣାସୀ ଜିଲ୍ଲା ଅଦାଲତ ଦେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ଗୁରୁବାର କାର୍ଯ୍ୟକାରୀ କରିଛନ୍ତି। ଏହି ସର୍ଭେ ବିରୋଧରେ ମୁସଲମାନ ପକ୍ଷ ଆବେଦନ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ଏବେ କୋର୍ଟଙ୍କ ରାୟ ପରେ ତୁରନ୍ତ ଜ୍ଞାନବାପିରେ ସର୍ଭେ ଆରମ୍ଭ ହେବ। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲମାନ ପକ୍ଷ ଏବେ ସୁପ୍ରିମକୋର୍ଟକୁ ଆବେଦନ କରିବେ।

ଅଦାଲତଙ୍କ ରାୟ ପରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ ଏକ ବିବୃତି ଦେଇ କହିଛନ୍ତି ଯେ କୋର୍ଟ ଏହି ସର୍ଭେକୁ ଅନୁମୋଦନ କରିଛନ୍ତି। ଏଏସଆଇ ତାଙ୍କ ସତ୍ୟପାଠ ଦାଖଲ କରିଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ଓକିଲ କହିଛନ୍ତି ଯେ କୋର୍ଟ ମୁସଲିମ ପକ୍ଷର ଯୁକ୍ତିକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ମଧ୍ୟ ଆସିବା ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ସର୍ଭେରୁ ସତ ସାମ୍ନାକୁ ଆସିବ, ରାମ ମନ୍ଦିର ସ୍ଥିର ହେବା ମାତ୍ରେ ଏହା ମଧ୍ୟ ସ୍ଥିର ହେବ। ଏବେ ସମସ୍ତ ଶିବ ଭକ୍ତଙ୍କ ମନସ୍କାମନା ପୂରଣ ହେବ।

ଜିଲ୍ଲା ଜଜ୍ ଏଏସଆଇ ସର୍ଭେ ନିର୍ଦ୍ଦେଶ ଦେଇଥିଲେ

ହିନ୍ଦୁ ପକ୍ଷଙ୍କ ଆବେଦନର ଶୁଣାଣି କରି ବାରଣାସୀ ଜିଲ୍ଲା ଓ ଦୌରା ଜଜ୍ ଅଜୟ କୃଷ୍ଣ ବିଶ୍ୱେଶ ଜ୍ଞାନବାପି ମସଜିଦ୍ ପରିସରର ସର୍ଭେ ପାଇଁ ଅନୁମତି ଦେବା ସହ ଅଗଷ୍ଟ ୪ ସୁଦ୍ଧା ଅଦାଲତରେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୨୪ ରେ ସାୱନର ତୃତୀୟ ସୋମବାରରେ ଏଏସଆଇର ୩୨ ଜଣିଆ ଟିମ୍ ବିଶ୍ୱନାଥ ଧାମରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ମୁସଲମାନ ପକ୍ଷ ଏହି ସର୍ଭେକୁ ବହିଷ୍କାର କରି ସୁପ୍ରିମକୋର୍ଟରେ ଅବମାନନା ପିଟିସନ ଦାୟର କରିଥିବାବେଳେ ଏହାର ଶୁଣାଣି କରି ସୁପ୍ରିମକୋର୍ଟ ତୁରନ୍ତ ଏହି ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇବା ସହ ମୁସଲମାନ ପକ୍ଷଙ୍କୁ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ।

ପରିସର କ୍ଷତିଗ୍ରସ୍ତ ହେବ; ମୁସଲମାନ ପକ୍ଷର ଓକିଲ

ଅଦାଲତରେ ଯୁକ୍ତି ଉପସ୍ଥାପନ କରି ମୁସଲମାନ ପକ୍ଷର ଓକିଲ ଏସଏଫଏ ନକଭି ଆଶଙ୍କା ବ୍ୟକ୍ତ କରିଥିଲେ ଯେ ଅଦାଲତଙ୍କ ଆଦେଶ ମାଧ୍ୟମରେ ଜ୍ଞାନବାପିର ବୈଜ୍ଞାନିକ ସର୍ବେକ୍ଷଣ ମୌଳିକ ଢାଞ୍ଚାକୁ କ୍ଷତି ପହଞ୍ଚାଇବ। ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗାଯିବା ପରେ ଦେଶ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। ସିଭିଲ୍ ମାମଲାରେ ସ୍ଥାୟୀତାର ବିନ୍ଦୁ ନିର୍ଦ୍ଧାରଣ ନ କରି ତରବରିଆଭାବେ ସର୍ଭେ ଏବଂ ଖନନ ନିଷ୍ପତ୍ତି ମାରାତ୍ମକ ହୋଇପାରେ। ତେବେ ଏଏସଆଇ ମୁସଲିମ ପକ୍ଷର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ସର୍ଭେ ପାଇଁ ବ୍ୟବହୃତ ଟେକ୍ନୋଲୋଜି ଜ୍ଞାନବାପିର ମୌଳିକ ଢାଞ୍ଚାକୁ ମଧ୍ୟ ଖରାପ କରିବ ନାହିଁ।

ଆହ୍ଲାବାଦ ହାଇକୋର୍ଟ ଏଏସଆଇ ସର୍ଭେ ଜ୍ଞାନବାପି ମସଜିଦ ମୁସଲିମ ପକ୍ଷ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.