ଏକାଠି ନଜର ଆସିବେ ଆନନ୍ଦ ଏଲ ରାଇ ଓ ବରୁଣ ଧଓ୍ବନ୍‌

Published: Jun 4, 2019, 3:57 pm IST
varun dhawan to star in anand l rais next

ଖ୍ୟାତନାମା ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାଇ ଏବଂ ବଲିଉଡ୍‌ର ହିଟ୍‌ ମେସିନ୍‌ ବରୁଣ ଧଓ୍ବନ୍‌ ଏକତ୍ରନଜର ଆସିବାକୁ ଯାଉଛନ୍ତି। ଉଭୟଙ୍କ ଶେଷ ଫିଲ୍ମ ବକ୍ସ ଅଫିସ୍‌ରେ ବିଫଳ ହେୋଇଥିବାରୁ ଏହି ଫିଲ୍ମ ଉଭୟଙ୍କ ପାଇଁ ମହତ୍ବପୂର୍ଣ୍ଣ ରହିଛି। ଫିଲ୍ମର କାହାଣୀ ଏବଂ ନାମ ଜଣା ପଡି ନଥିଲେ ମଧ୍ୟ ବରୁଣଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିଥିବା ଜଣାପଡିଛି। ବକ୍ସ ଅଫିସ୍‌ରେ ଜିରୋର ବିଫଳତା ପରେ ମଧ୍ୟ ଏକ ଅଲଗା ଧରଣର ଫିଲ୍ମ କରିବା ନେଇ ଉତ୍ସାହିତ ଅଛନ୍ତି ଆନନ୍ଦ ଏଲ୍‌ ରାଇ। ବଦଲାପୁର ଏବଂ ଅକ୍ଟୋବର ପରି ଏହା ଏକ ଭିନ୍ନ ସ୍ବାଦର ଫିଲ୍ମ ରହିବ ବୋଲି ବରୁଣ ଧଓ୍ବନ୍‌ ପ୍ରକାଶ କରିଛନ୍ତି। ଏହି ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରୁଣଙ୍କ ପିତା ଡେଭିଡ୍‌ ଧଓ୍ବନ୍‌। ବରୁଣଙ୍କ ଦକ୍ଷତାକୁ ସଠିକ୍‌ ଭାବରେ ପରଦା ଉପରେ ଦେଖାଇ ପାରୁଥିବା ନିର୍ଦ୍ଦେଶକଙ୍କ ସହିତ ବରୁଣ ସର୍ବଦା କାମ କରିବା ଉଚିତ୍‌ ବୋଲି ଡେଭିଡ୍‌ କହିଛନ୍ତି। ଷ୍ଟ୍ରିଟ୍‌ ଡ୍ୟାନ୍ସରର ସୁଟିଂ ଶେଷ ହେବା ପରେ ବରୁଣ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡିଛି।

Related posts