
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ harghartiranga.com ରେ ତ୍ରିରଙ୍ଗା ସହ ଫଟୋ ଅପଲୋଡ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି।
ଏକାଧିକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ହର ଘର ତିରଙ୍ଗା’’ ଅଭିଯାନ ଆଜାଦୀ କା ଅମୃତ ମହୋତ୍ସବରେ ଏକ ନୂଆ ଶକ୍ତି ଭରିଛି। ଦେଶବାସୀମାନଙ୍କୁ ଚଳିତବର୍ଷ ଏହି ଅଭିଯାନକୁ ଏକ ନୂଆ ଉଚ୍ଚତାକୁ ନେଇଯିବାର ଅଛି। ଆସନ୍ତୁ, ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ଦେଶର ଗର୍ବ ଓ ଗୌରବର ପ୍ରତୀକ ଜାତୀୟ ପତାକାକୁ ଉଡ଼ାଇବା। ତ୍ରିରଙ୍ଗା ସହିତ harghartiranga.com ରେ ନିଜ ସେଲଫି ମଧ୍ୟ ନିଶ୍ଚିତ ଅପଲୋଡ କରିବା’’।
‘‘ସ୍ୱାଧୀନତା ଓ ରାଷ୍ଟ୍ରୀୟ ଏକତା ଉତ୍ସାହର ପ୍ରତୀକ ହେଉଛି ତ୍ରିରଙ୍ଗା। ତ୍ରିରଙ୍ଗା ସହିତ ପ୍ରତ୍ୟେକ ଭାରତୀୟଙ୍କର ଆବେଗିକ ସମ୍ପର୍କ ରହିଛି ଏବଂ ଏହା ଜାତୀୟ ପ୍ରଗତିକୁ ଆହୁରି ସମୃୃଦ୍ଧ କରିବାପାଇଁ କଠିନ ପରିଶ୍ରମ କରିବାକୁ ଆମକୁ ପ୍ରେରଣା ଦେଉଛି। ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଅଂଶଗ୍ରହଣ ନିମନ୍ତେ ଆହ୍ୱାନ ଜଣାଉଛି। ତ୍ରିରଙ୍ଗା ସହିତ ଆପଣମାନେ ନିଜ ଫଟୋକୁ harghartiranga.com ରେ ଅପଲୋଡ କରନ୍ତୁ।’’