Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ହସ୍ତୀ ଦିବସ ୨୦୨୩: ପରିବେଶର ସୁରକ୍ଷା ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ଗୁରୁତ୍ବ ଆରୋପ
ଆଜିର ଖବର

ବିଶ୍ବ ହସ୍ତୀ ଦିବସ ୨୦୨୩: ପରିବେଶର ସୁରକ୍ଷା ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ଗୁରୁତ୍ବ ଆରୋପ

August 12, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜୈବ ବିବିଧତା ସଂରକ୍ଷଣକୁ ଆର୍ଥିକ ବିକାଶ ସହ ମୁଖ୍ୟଧାରାରେ ସାମିଲ କରି ପରିବେଶର ସୁରକ୍ଷା ଓ ନିରନ୍ତରତା ସୁନିଶ୍ଚିତ କରିବା ଉପରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗୁରୁତ୍ବ ଆରୋପ କରିଛନ୍ତି। ବିଶ୍ବ ହସ୍ତୀ ଦିବସ ଅବସରରେ ଆଜି (୧୨-୦୮-୨୦୨୩) ଭୁବନେଶ୍ବର ଠାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ଶ୍ରୀ ଯାଦବ କହିଛନ୍ତି ଯେ ସବୁଠାରୁ ଅଧିକ ଏସୀୟ ବଣୁଆ ହାତୀ ଭାରତରେ ଥିବାରୁ ଭାରତ ଦୀର୍ଘମିଆଦୀ ଜୀବଜନ୍ତୁ ସଂରକ୍ଷଣର ମୁଖ୍ୟ ଆଶ୍ରୟସ୍ଥଳ ହୋଇଛି। ସ୍ଥାନୀୟ ଅଧିବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଫଳରେ ହାତୀ ସଂରକ୍ଷଣ ଏକ ନୂତନ ଶିଖର ଛୁଇଁପାରିବ। ମନ୍ତ୍ରଣାଳୟ ଜନ କଲ୍ୟାଣ ସହ ହାତୀ ସଂରକ୍ଷଣକୁ ସାମିଲ କରିବା ପାଇଁ ବଦ୍ଧପରିକର ବୋଲି ଶ୍ରୀ ଯାଦବ କହିଛନ୍ତି।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମ୍ଓଇଏଫସିସି) ରେଳ ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ, ଭାରତୀୟ ବନ୍ୟ ପ୍ରାଣୀ ପ୍ରତିଷ୍ଠାନ ଭଳି ଜାତୀୟ ପ୍ରତିଷ୍ଠାନ ରେଳ-ହାତୀ ସଂଘର୍ଷ ସମସ୍ୟାର ସମାଧାନ ନେଇ ନେଉଥିବା ପଦକ୍ଷେପ ଉପରେ ମନ୍ତ୍ରୀ ଶ୍ରୀ ଯାଦବ ଆଲୋକପାତ କରିଥିଲେ। ଦେଶରେ ହାତୀ ଚଲାପଥ ଥିବା ରେଳପଥର ୧୧୦ଟି ସମ୍ବେଦନଶୀଳ ସ୍ଥାନରେ ରେଳଗାଡ଼ି ଜନିତ ସଂଘର୍ଷ ଯଥା ସମ୍ଭବ ହ୍ରାସ କରିବା ପାଇଁ ରଣନୀତିକ ଯୋଜନାମାନ ହାତକୁ ନିଆଯାଇଛି। ଏହିସବୁ ଅଞ୍ଚଳରେ ଭୂତଳ ରାସ୍ତା ତିଆରି, ବାହାନ ଚାଳକମାନଙ୍କ ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ଟ୍ରାକରୁ ଅନାବନା ବୃକ୍ଷଲତା ସଫା କରି ସଂଘର୍ଷ ସମ୍ଭାବନାକୁ ହ୍ରାସ କରିବା, ଗଡ଼ାଣିଆ ଚଟାଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ପଦକ୍ଷେପ ମାନ ନିଆଯିବ। ରେଳ ବିଭାଗ ପ୍ରଯୁକ୍ତିଭିତ୍ତିକ ସଂଘର୍ଷ ବିରୋଧୀ ଚିହ୍ନଟ ପଦ୍ଧତି ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟର ରେଳଧାରଣାରେ ଖଞ୍ଜିବା ନେଇ ଚିନ୍ତା କରୁଥିବା ମନ୍ତ୍ରୀ ପ୍ରକାଶ କରିଥିଲେ।

ଦେଶରେ ପୋଷା ହାତୀଗୁଡ଼ିକର ଜେନୋଟାଇପ ମାନଚିତ୍ର ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟ ପଦକ୍ଷେପ ନେଇଛି, ଯାହାଫଳରେ ଅବୈଧ ହାତୀ ଚାଲାଣ ରୋକିହେବ ବୋଲି ଶ୍ରୀ ଯାଦବ କହିଥିଲେ।

ମନ୍ତ୍ରୀ କହିଥିଲେ ଯେ ପ୍ରଥମ ଥର ନିମନ୍ତେ ତାଙ୍କ ମନ୍ତ୍ରଣାଳୟ ଦେଶର ହାତୀ ସଂରକ୍ଷଣ ସ୍ଥଳୀଗୁଡ଼ିକ ମୂଲ୍ୟାୟନ ସହ ପରିଚାଳନାଗତ ସକ୍ରିୟତା ଉପରେ ଜୋର ଦେଉଛନ୍ତି। ଦେଶର ଚାରିଟି ହାତୀ ସଂରକ୍ଷିତ ଅଞ୍ଚଳକୁ ଚିହ୍ନଟ କରାଯାଇ ଆଗୁଆ ପରିଚାଳନାଗତ ସକ୍ରିୟତାର ମୂଲ୍ୟାୟନ କରାହେବ। ହାତୀ ସଂରକ୍ଷଣ ସ୍ଥଳୀଗୁଡ଼ିକ ମାନ ନିର୍ଦ୍ଧାରଣ ଓ ସର୍ବଶ୍ରେଷ୍ଠ ରଣନୀତି ଗ୍ରହଣ ପାଇଁ ଏହା ସର୍ବୋତ୍ତମ ପଦକ୍ଷେପ ବୋଲି ସେ କହିଥିଲେ। ଗତ ଦୁଇବର୍ଷ ମଧ୍ୟରେ ୩୩ଟି ହାତୀ ସଂରକ୍ଷଣ ସ୍ଥଳୀର ପରିସୀମା ୭୬,୫୦୮ କିଲୋମିଟରରୁ ୮୦,୭୭୭ କିଲୋମିଟରକୁ ବୃଦ୍ଧି ପାଇଥିବା ମନ୍ତ୍ରୀ ପ୍ରକାଶ କରିଥିଲେ।

ନିଜର ଦୀକ୍ଷାନ୍ତ ଭାଷଣ ପରେ ଶ୍ରୀ ଯାଦବ ହାତୀ-ମଣିଷ ସଂଘର୍ଷ ସମସ୍ୟାର ମୁକାବିଲା କରୁଥିବା ଗଜ ସାଥୀ ଓ ଅନ୍ୟାନ୍ୟ ଅଗ୍ରଣୀ କର୍ମଚାରୀଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ।

ବିଶ୍ବ ହସ୍ତୀ ଦିବସ ପାଳନ ଅବସରରେ ହସ୍ତୀ ପ୍ରକଳ୍ପ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଭାରତର ହସ୍ତୀ ଅଞ୍ଚଳ ଉପରେ ଏକ ରିପୋର୍ଟ ଉନ୍ମୋଚନ କରିଥିଲେ। ଦେଶରେ ଅଧିକ ହାତୀ ଆବାସସ୍ଥଳୀ ଥିବା ରାଜ୍ୟରେ ଚିହ୍ନିତ ହସ୍ତୀ ଅଞ୍ଚଳ ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ସମନ୍ବୟରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି ରିପୋର୍ଟ ପ୍ରସ୍ତତ କରିବାକୁ ପ୍ରାୟ ଦୁଇ ବର୍ଷ ଲାଗିଛି। ଦେଶରେ ୧୫୦ଟି ହସ୍ତୀ ଅଞ୍ଚଳ ସହ ତାହାର ମାନଚିତ୍ର ସମ୍ପର୍କରେ ମଧ୍ୟ ରିପୋର୍ଟରେ ସବିଶେଷ ବର୍ଣ୍ଣନା କରାଯାଇଛି। ଏହି ରିପୋର୍ଟ ରାଜ୍ୟ ସରକାରଗୁଡ଼ିଙ୍କୁ ଅଳିନ୍ଦଗୁଡ଼ିକର ସୁରକ୍ଷା ନେଇ କାର୍ଯ୍ୟ କରିବାକୁ ମାର୍ଗଦର୍ଶନ ଦେବ। ଏହା ମଧ୍ୟ ହାତୀପଲଙ୍କ ବାଧାହୀନ ଆତଯାତ ସହ ସ୍ଥାନୀୟ ଅଧିବାସୀଙ୍କମାନଙ୍କୁ କିଛି ମୁକାବିଲାଜନକ ଭୟରୁ ମଧ୍ୟ ରକ୍ଷା କରିବ।

ଶ୍ରୀ ଯାଦବ ମଧ୍ୟ ଦେଶର ହସ୍ତୀ ସଂରକ୍ଷିତ ଜଙ୍ଗଲର ଏକ ଆଟଲାସର ଦ୍ବିତୀୟ ସଂସ୍କରଣର ଉନ୍ମୋଚନ କରିଥିଲେ। ଏଥିରେ ଭାରତର ୩୩ଟି ଯାକ ହସ୍ତୀ ସଂରକ୍ଷଣ ସ୍ଥଳୀ ସମ୍ପର୍କରେ ମୌଳିକ ତଥ୍ୟ ମାନ ରହିଛି।

ହସ୍ତୀ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ନିମନ୍ତେ ମନ୍ତ୍ରୀ ଗଜ ଗୌରବ ସମ୍ମାନ ମଧ୍ୟ ପ୍ରଦାନ କରିଥିଲେ। ସମ୍ମାନଜନକ ଗଜ ଗୌରବ ସମ୍ମାନ ଯେଉଁମାନଙ୍କୁ ପ୍ରଦାନ କରାଯାଇଥିଲା ସେମାନେ ହେଲେ- (୧) ପଶ୍ଚିମବଙ୍ଗ ଆଲିଫନଗର ଯୁଗ୍ମ ଜଙ୍ଗଲ ପରିଚାଳନା କମିଟି, (୨) ପରଲୋକେଗତ ଓଡ଼ିଶା ଢେଙ୍କାନାଳ ବନଖଣ୍ଡ ନିରାପତ୍ତା ସ୍କ୍ବାଡର ବିଶ୍ବରଞ୍ଜନ ପାଣିଗ୍ରାହୀ, (୩) ଓଡ଼ିଶାର ରାୟଗଡ଼ା ବନଖଣ୍ଡ କୋରାପୁଟ ମଣ୍ଡଳର ରକ୍ଷୀ ଶ୍ରୀ ପିତାମ୍ବର ଗୌଡ଼, (୪) ଛତିଶଗଡ଼ ମହାସମୁଣ୍ଡ ବନଖଣ୍ଡ ଗଜ ଯାତ୍ରା ଦଳର ସହକାରୀ ବନରକ୍ଷୀ ଶ୍ରୀ ଦୀପକ ଶର୍ମା ଓ (୫) କର୍ଣ୍ଣାଟକ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲର ପ୍ରାଣୀଧନ ଅଧିକାରୀ ଡକ୍ଟର ମୀର୍ଜା ଭାସୀମ୍।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କେନ୍ଦ୍ର ଜଙ୍ଗଲ ମହାନିର୍ଦ୍ଦଶେକ ଓ ସ୍ବତନ୍ତ୍ର ସଚିବ ଚନ୍ଦ୍ରପ୍ରକାଶ ଗୋୟଲ ଓ ଅତିରିକ୍ତ ମହାନିର୍ଦ୍ଦଶେକ (ପିଟିଆଣ୍ଡଇ) ଓ ଏନଟିସିଏ ସଦସ୍ୟ ସଚିବ ଡକ୍ଟର ସତ୍ୟପ୍ରକାଶ ଯାଦବ ଓ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ଏଫଏଫ୍ ଆଣ୍ଡ୍ ସିସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଶା ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡନେ ସୁଶୀଲ କୁମାର ପୋକଲୀ ଏବଂ ବରିଷ୍ଠ ଅଧିକାରୀ, ବନ୍ୟପ୍ରାଣୀ ଓ୍ବାର୍ଡନେ, ଖ୍ୟାତନାମା ହସ୍ତୀ ବିଶେଷଜ୍ଞ, ସ୍ଥାନୀୟ ଅଞ୍ଚଳର ପ୍ରତିନିଧି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଶ୍ରୀ ଯାଦବଙ୍କ ଅଧ୍ୟକ୍ଷତାରେ ହସ୍ତୀ ପ୍ରକଳ୍ପର ୧୯ତମ ସଂଚାଳନ କମିଟି ବୈଠକ ମଧ୍ୟ ବିଶ୍ବ ହସ୍ତୀ ଦିବସ ସମାରୋହ ପାଳନ ପରେ ଆୟୋଜିତ ହୋଇଥିଲା। ଏଥିରେ ହାତୀ ସଂରକ୍ଷଣ ଓ ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଆମ ଗ୍ରହର ସର୍ବାଧିକ ପ୍ରାଚୀନ ଓ ପବିତ୍ର ଜୀବ ସଂରକ୍ଷଣର ସଂକଳ୍ପ ନେଇ ଓ ଏହାକୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖ ଦିନକୁ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଇଥାଏ। ଭାରତରେ ହାତୀକୁ ଜାତୀୟ ଐତିହ୍ୟ ପ୍ରାଣୀ ଭାବେ ମାନ୍ୟ କରାଯାଇ ଏହା ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହି ଆସିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ଆଇନ୍ ମନ୍ତ୍ରୀଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ

October 17, 2026

ଚଳିତ ମାସ ଶେଷ ସୁଦ୍ଧା ସଂସଦର ସ୍ୱତନ୍ତ୍ର ଅଧିବେଶନ !

October 17, 2026
Latest News

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026

ବାଂଲାଦେଶରେ ଉତ୍ତେଜନା : ଜଗନ୍ନାଥ ମନ୍ଦିର ସାମ୍ନାରେ ଗୋମାଂସ ରାନ୍ଧିଲେ ମୁସଲିମ୍ ଛାତ୍ର

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.