Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବକପ୍‌ରେ ଭାରତର ଅଭିଯାନ ଆରମ୍ଭ : ସାଉଥାମ୍ପଟନ୍‌ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍‌
ଆଜିର ଖବର

ବିଶ୍ବକପ୍‌ରେ ଭାରତର ଅଭିଯାନ ଆରମ୍ଭ : ସାଉଥାମ୍ପଟନ୍‌ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍‌

June 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
india and southafrica worldcup mtch today
india and southafrica worldcup mtch today

ଚଳିତ ବିଶ୍ବକପ୍‌ରେ ଅନ୍ୟ ସମସ୍ତ ପ୍ରତିଯୋଗୀ ଦଳ ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିନରେ ଆଜି ପ୍ରଥମେ ପଡ଼ିଆକୁ ଓହ୍ଲାଇବ। ସାଉଥାମ୍ପଟନ୍‌ରେ ଦଳ ଅପରାହ୍ନ ୨.୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ତେବେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଦୁଇଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡଠାରୁ ଶତାଧିକ ରନ୍‌ରେ ହାରିବା ପରେ ଆଇସିସି ଦିନିକିଆ ମାନ୍ୟତାରେ ସପ୍ତମ ସ୍ଥାନରେ ଥିବା ବାଂଲାଦେଶଠାରୁ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଛି। ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ବିଜୟଧାରାକୁ ଫେରିବା ପାଇଁ ଏହା ବ୍ୟଗ୍ର। ଅନ୍ୟପକ୍ଷରେ ବିଜୟ ସହ ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଭାରତୀୟ ଦଳ ନିଶ୍ଚୟ ଲକ୍ଷ୍ୟରଖିଛି। ଆଇସିସି ଦିନିକିଆ ମାନ୍ୟତାରେ କୋହଲିଙ୍କ ଦଳ ଦୁଇ ନମ୍ବର ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି। କ୍ରମାଗତ ୨ଟି ମ୍ୟାଚ୍ ହାରି ଦକ୍ଷିଣ ଆଫ୍ରିକା ଏବେ ଆତ୍ମବିଶ୍ବାସ ହରାଇ ସାରିଛି। ଏହାସହ ଦଳର ଦୁଇ ପ୍ରମୁଖ ଫାଷ୍ଟବୋଲର ଆହତହେବା ଦକ୍ଷିଣ ଆଫ୍ରିକା ପାଇଁ ବୋଝ ଉପରେ ନଳିତା ବିଡ଼ା ପରି ହୋଇଛି। ଲୁଙ୍ଗି ଏନ୍‌ଗିଡି ଆହତ ହୋଇ ଭାରତ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ବେଳେ ଅଭିଜ୍ଞ ଡେଲ୍‌ ଷ୍ଟେନ୍ ପୂରା ବିଶ୍ବକପ୍‌ରୁ ବାଦ୍ ପଡ଼ିଛନ୍ତି। ହେଲ୍‌ମେଟରେ ବଲ୍ ବାଜିବା ପରେ ହାସିମ୍ ଆମ୍‌ଲା ଆହତ ହୋଇଥିଲେ​ ହେଁ ତାଙ୍କୁ ଖେଳାଇବା କଥା ଦକ୍ଷିଣ ଆଫ୍ରିକା ବିଚାର କରିପାରେ। ତେବେ ଦକ୍ଷିଣ ଆଫ୍ରିକା ପରି ଦଳକୁ ଦୁର୍ବଳ ମନେକରିବା ଆତ୍ମଘାତୀ ହୋଇପାରେ ବୋଲି ପ୍ରଶିକ୍ଷକ ରବି ଶାସ୍ତ୍ରୀ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ସାଉଥାମ୍ପ୍‌ଟନର ପିଚ୍ ବ୍ୟାଟିଂ ସହାୟକ ହେବ। ତେବେ ପାଗ ମେଘୁଆ ରହିବା ସହ ମଝିରେ ମଝିରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରା ଯାଇଥିବାରୁ ଚୂଡ଼ାନ୍ତ ଏକାଦଶ ବାଛିବା ଭାରତ ପାଇଁ ସହଜ ହେବନାହିଁ। ଜଣେ ସ୍ପିନରଙ୍କୁ ବସାଇ ୩ୟ ପେସ୍ ବୋଲର ଭାବେ ଭୁବନେଶ୍ବର କୁମାରଙ୍କୁ ଖେଳାଇବା କଥା କୋହଲି ବିଚାର କରୁଛନ୍ତି। ପୁଣି ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ରବୀନ୍ଦ୍ର ଜାଡ଼େଜାଙ୍କୁ ଖେଳାଇବା କଥା ମଧ୍ୟ ଭାରତ ଚିନ୍ତା କରିପାରେ। ପୁଣି କୋହଲିଙ୍କୁ କେଦାର ଯାଦବ ଓ ବିଜୟ ଶଙ୍କରଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ। କାରଣ ଚାରି ନମ୍ବର ସ୍ଥାନରେ କେ.ଏଲ୍‌. ରାହୁଲ ଖେଳିବା ଆପାତତଃ ନିଶ୍ଚିତ। ଚଳିତ ବିଶ୍ବକପ୍‌ରେ ଓପନିଂ ଭାଗିଦାରୀ ଭଲ ରହିଲେ ହିଁ ମ୍ୟାଚ୍‌ର ଫଳାଫଳ ଦଳ ସପକ୍ଷରେ ଯାଉଥିବା ଦେଖା ଦେଇଛି। ତେଣୁ ରୋହିତ-ଧଓ୍ବନ୍‌ ଯୋଡି ଉପରେ ଅନେକ କିଛି ନିର୍ଭର କରିବ।

india match southafrica thesamikhsya worldcup
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ହର୍ମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ: ଆମେରିକା ଉପରେ ଆଣିଲା ଯୁଦ୍ଧବିରତି ଉଲ୍ଲଂଘନ ଅଭିଯୋଗ

April 18, 2026

ଦିଲ୍ଲୀ ବିପକ୍ଷରେ କାହିଁକି ସବୁଜ ଜର୍ସି ପିନ୍ଧିଲା ବେଙ୍ଗାଲୁରୁ ଦଳ?: ଜାଣନ୍ତୁ କାରଣ

April 18, 2026

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ

April 18, 2026

ମହିଳା ସଂରକ୍ଷଣ ବିଲ୍ ପାସ୍ ନହେବା ପରେ ଜଗନ ମୋହନଙ୍କ ଆସିଲା ପ୍ରତିକ୍ରିୟା: କହିଲେ…

April 18, 2026
Latest News

ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍

April 18, 2026

ରାଜ୍ୟ ସରକାର ପ୍ରତିଷ୍ଠା କରିବେ SITI Odisha: ଗଭର୍ଣ୍ଣିଙ୍ଗ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

April 18, 2026

ପୁଣି ହର୍ମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ: ଆମେରିକା ଉପରେ ଆଣିଲା ଯୁଦ୍ଧବିରତି ଉଲ୍ଲଂଘନ ଅଭିଯୋଗ

April 18, 2026

ଦିଲ୍ଲୀ ବିପକ୍ଷରେ କାହିଁକି ସବୁଜ ଜର୍ସି ପିନ୍ଧିଲା ବେଙ୍ଗାଲୁରୁ ଦଳ?: ଜାଣନ୍ତୁ କାରଣ

April 18, 2026

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.